ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପ୍ରତିଟି ହବିଷ୍ୟାଳୀ ମା ଆମ ସମୃଦ୍ଧ ସଂସ୍କୃତି ଓ ପରମ୍ପରା ବାର୍ତ୍ତାବହ।ମା ସୁଭଦ୍ରା ପ୍ରେମ, କରୁଣା, ସମତା, ମମତା ଓ ସମନ୍ୱୟ ର ପ୍ରତୀକ ପରି ମା ମାନେ ଜାୟା,ଜନନୀ, ଭଗିନୀ ରୂପରେ ଭକ୍ତି ଓ ସମର୍ପଣ ର ପ୍ରତୀକ।ମାଆ ମାନଙ୍କ ଧର୍ମୀୟ ଭାବନା ଓ ମହାପ୍ରଭୁଙ୍କ ପ୍ରତି ସମର୍ପଣ ଆମ ରାଜ୍ୟ କୁ ଗୌରବାନ୍ବିତ କରୁଥିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ।

ଆଜି ଅପରାହ୍ନ ରେ ବୃନ୍ଦାବତୀ ନିବାସ ହବିଷ୍ୟାଳୀ କେନ୍ଦ୍ର ପରିସରରେ ହବିଷ୍ୟାଳୀ ମା ମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ ଓ ମା ମାନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ପହଞ୍ଚିଥିଲେ।ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ଵକ ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରି ଶ୍ରୀମତୀ ପରିଡା କାର୍ତ୍ତିକ ମାସରେ ହବିଷ୍ୟାଳୀ ମା ମାନେ ଅତ୍ୟନ୍ତ ନିଷ୍ଠାର ସହ ଏହି ବ୍ରତକୁ ପାଳନ କରିଛନ୍ତି।ଭୋରରୁ ସ୍ନାନ,
