ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପ୍ରଜ୍ଞାନ ମିଶନ ତରଫରୁ ଆଜି ପୂର୍ବାହ୍ନ ରେ ସ୍ଥାନୀୟ ବାଗଦେଵୀ ବିଦ୍ୟା ମନ୍ଦିର ପରିସରରେ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଛାତ୍ର ଛାତ୍ରୀ ମାନଙ୍କୁ ଗୀତା ପାଠର ତାତ୍ପର୍ଯ୍ୟ ଉପଲବ୍ଧି କରାଇବା ସହିତ ଗୀତା ଦ୍ଵାରା ମାନସିକ,ପାରିବାରିକ ତଥା ସାମାଜିକ ବ୍ୟବସ୍ଥା ର ପରିବର୍ତ୍ତନ ପାଇଁ ବାର୍ତ୍ତା ରହିଥିବା ସମ୍ପର୍କରେ ସୂଚନା ଦିଆଯାଇଥିଲା ।
