ପ୍ରେସ ଫୋରମର ବ୍ୟାସ ମିଡିଆ କପ କ୍ରିକେଟ ଟୁର୍ଣ୍ଣାମେଟ ପାଇଁ ପ୍ରସ୍ତୁତି ୧୫ରୁ ଆରମ୍ଭ; ୭ଟି ଦଳ ଭାଗନେବେ

କୋରାଇ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବ୍ୟାସନଗର ପ୍ରେସ ଫୋରମର ବ୍ୟାସ ମିଡିଆ କପ କ୍ରିକେଟ ଟୁର୍ଣ୍ଣାମେଟ–୨୦୨୫ ଅନୁଷ୍ଠିତ ହେବ । ଏନେଇ ଏକ ପ୍ରସ୍ତୁତି ବୈଠକ ଫୋରମ କାର୍ଯ୍ୟାଳୟ ପରସରରେ ସଭାପତି ଡଃ ଅଭୟ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ଚଳିତବର୍ଷ ମିଡିଆ କପ -୨୦୨୫ କ୍ରିକେଟ ଟୁର୍ଣ୍ଣାମଂଟ ହେବା ନେଇ ସଭାପତି ଡଃ ପତି ଆଲୋଚନା କରିଥିଲା ବେଳେ ସଂପାଦକ ମଳୟ କୁମାର ମଲ୍ଲିକ ଚଳିତ ମାସ ୧୫ ଓ ୧୬ ତାରିଖ ଦୁଇଦିନ ଧରି ଟୁର୍ଣ୍ଣାମଂଟ ଅନୁଷ୍ଠିତ ହେବାକୁ ସୂଚନା ଦେଇଥିଲେ ।

ଏଥିରେ ଯାଜପୁର ଜିଲା ପୁଲିସ, ଯାଜପୁର ଜିଲ୍ଲା ପ୍ରଶାସନ, ଟାଟା ଷ୍ଟିଲ, କୋରାଇ ପ୍ରେସ କ୍ଲବ, ଲୟର୍ସ ଫୋରମ, କାଉନସିଲର ଏକାଦଶ, ଜିଲା ବୈଦ୍ୟୁତିକ ଗଣମଧ୍ୟମ ଆଦି ୭ଟି ଦଳ ଭାଗ ନେବାଲାଗି ଆଲୋଚନା କ୍ରମେ ପ୍ରସ୍ତୁତି ଖସଡା ପ୍ରଣୟନ କରାଯାଇଥିଲା । ଟୁର୍ଣ୍ଣାମଂଟର ଉଦଘାଟନୀ ଓ ଉଦଯାପନୀ ଉତ୍ସବରେ ସାଂସଦ ଯାଜପୁର, ବିଧାୟକ କୋରାଇ, ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଜିଲାପଳ,

ପୌରାଧ୍ୟକ୍ଷ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତଙ୍କୁ ଅତିଥି ନିମନ୍ତେ ଯୋଗଦେବା ଲାଗି ବୈଠକରେ ସ୍ଥିର କରାଯାଇଥିଲା । ଏଥି ସହିତ କାର୍ଯ୍ୟକ୍ରମ ପରିଚାଳନା ଲାଗି କର୍ମକର୍ତା ଓ ସଦସ୍ୟମାନଙ୍କୁ ବିଭିନ୍ନ ଦାୟିତ୍ଵ ମଧ୍ଯ ହସ୍ତାନ୍ତର କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ନିତ୍ୟାନନ୍ଦ ମହାଳିକ, ଉପସଭାପତି ଦୟାନିଧି ନାୟକ,

ଜ୍ଞାନରଞ୍ଜନ ଓଝା, ସହ ସମ୍ପାଦକ ଆଶୁତୋଷ ମହାନ୍ତି, ପ୍ରମୋଦ କୁମାର ପାତ୍ର, କାର୍ଯ୍ୟାଳୟ ସଂପାଦକ ବାଇଧର ମାଝୀ, କୋଷାଧ୍ୟକ୍ଷ ଅଜୟ କୁମାର ସାହୁ, ବରିଷ୍ଠ ସଭ୍ୟ ଆଶୁତୋଷ ମିଶ୍ର, ନାରାୟଣ ରାଉତରାୟ, ଚିତରଞ୍ଜନ ବୋଇତେଇ, ଜ୍ଞାନରଞ୍ଜନ ଓଝା, ଦୀପକ ଦାସ, ମାନସ ଆଏଚ,

କୁଞ୍ଜବିହାରୀ ମହାନ୍ତି, ସୁଶାନ୍ତ ଭୂୟାଁ, ପ୍ରହଲ୍ଲାଦ ଦେଓ, ସଞ୍ଜୟ ସରକାର, ଆଶିଷ ରାଉତ, ପ୍ରକାଶ କୁମାର ସାହୁ, ଅଶିତାନନ୍ଦ ବିଶ୍ବାଳ, ପ୍ରଶାନ୍ତ କୁମାର ଗେଡି, ସୌରଭ ଖୁଣ୍ଟିଆ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଫୋରମର ଉପସଭାପତି ଜ୍ଞାନରଞ୍ଜନ ଓଝା ଧନ୍ୟବାଦ ଦେଇଥିଲେ ।

Exit mobile version