ବିଛୁବାହାଲି ଗାଁରେ ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା

ବେଲପଡା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ବିଛୁବାହାଲି ଗାଁରେ ରବିବାର ବିଜେଡି ପକ୍ଷରୁ ଏକ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୁର୍ବ ବିଧାୟକ ସରୋଜ ମେହେରଙ୍କ ନିର୍ଦ୍ଦେଶ କ୍ରମେ ହେଉଥିବା ବିଭିନ୍ନ ଗାଁରେ ପଦଯାତ୍ରାରେ ଶତାଧିକ ବିଜେଡି କର୍ମୀ ସାମିଲ ହୋଇ ଏହି ପଦଯାତ୍ରା କରୁଥିବା ଜଣାପଡିଛି ।

ତେବେ ବିଜେଡି ଦଳକୁ ସଦୃଢ କରିବା ଓ ଦଳର ଆଭିମୁଖ୍ୟ କୁ ଗ୍ରହଣ କରିବାକୁ କର୍ମୀ ମାନେ ସାଧାରଣ ଲୋକଙ୍କୁ ସୁଚାଇ ଦେଉଛନ୍ତି । ତେବେ ଆଜିର ଏହି ପଦଯାତ୍ରାରେ ସରପଞ୍ଚଙ୍କ ପୁଅ ଦେବାଶିଷ ମେହେର, ଦେବାର୍ଚ୍ଚନ ମାଝୀ, ଧନେଶ୍ୱର ମାଝୀ, ଟଙ୍କଧର ମାଝୀ, କାଲିଆ ପାତ୍ର, ଶେଷଦେବ ପୁଟେଲ, ବୈକୁଣ୍ଠ ଜୁଏଡ,

ଉପାସୁ ମହାନନ୍ଦ, ଲଛମନ ମାଝୀ, ପୁଷ୍ପାଞ୍ଜଳୀ ମାଝୀ, ମାଲତୀ ମାଝୀ, ସାଇବନୀ ମାଝୀ, ଶକୁନ୍ତଳା ମାଝୀ, ଶୁସିଲା ମାଝୀ, ମଇନେ ମାଝୀ, ଦେମତୀ ମାଝୀ, ଜୟନ୍ତୀ ମାଝୀ ସମେତ ଗାଁର ଅନେକ ବିଜେଡି କର୍ମୀ ଓ ସାଧାରଣ ଜନତା ମଧ୍ୟ ସାମିଲ ଥିବା ଦେଖିବାକୁ ମିଳିଛି । ତେବେ ଅନ୍ୟ ଗାଁ ମାନଙ୍କରେ ମଧ୍ୟ ଏଭଲି ପଦଯାତ୍ରା ଆଗାମୀ ଦିନରେ ଅନୁଷ୍ଠିତ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

Exit mobile version