Home ଓଡ଼ିଶା ପୁରୀରେ ଓଡ଼ିଶା ଧ୍ୟାନ ମହାଯଜ୍ଞ ଉଦଘାଟିତ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଓଡ଼ିଶାରେ ଧ୍ୟାନ ମହାଯଜ୍ଞ ୨୦୨୫ ସ୍ଥାନୀୟ ଟାଉନହଲ ଠାରେ ରବିବାର ଉଦଘାଟିତ ହୋଇଯାଇଛି । ପିରାମିଡ ସ୍ପିରିଚ୍ଯୁଆଲ ସୋସାଇଟିଜ ମୁଭିମେଣ୍ଟ (ପିଏସଏସଏମ)ର ଆନାପାନା ଶକ୍ତି ଧ୍ୟାନ ମହାଯଜ୍ଞ କାର୍ଯ୍ୟକ୍ରମ ୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଓଡ଼ିଶାର ୨୪ଟି ଜିଲ୍ଲାରୁ ଆନାପାନା ଶକ୍ତି ଧ୍ୟାନ ମାଷ୍ଟରସ ମାନେ ଯୋଗ ଦେଇଥିଲେ । ମାଷ୍ଟରସ ମନୋରମା ବେହେରା ଓ ମାଷ୍ଟରସ ବିଷ୍ଣୁ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପୌରସଦନ ପରିସରରେ ଆଧ୍ୟାତ୍ମିକ ବୁକ ଷ୍ଟଲ, ଆଧ୍ୟାତ୍ମିକ ଟାବଲେଟ, କ୍ରିଷ୍ଟାଲ ଷ୍ଟୋନ ଓ ଗୋ ଧାମ ଷ୍ଟଲ ଖୋଲାଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମରେ ମାଷ୍ଟରସ ଶାନ୍ତିଲତା ଦାଶ,ଅତିଥିମାନଙ୍କ ଦାୟିତ୍ବ ମାଷ୍ଟରସ ଦୀପକ ମିଶ୍ର ଓ ଖାଦ୍ଯ ପରିଚାଳନାରେ ମାଷ୍ଟରସ ଦୀପକ ନାୟକ ନେଇଥିବା ବେଳେ ଧ୍ୟାନ ମହାଯଜ୍ଞର ପୁରୋଧା ମାଷ୍ଟରସ ଇପସିତା ପୂଜାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ମଞ୍ଚରେ ଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଭାସ୍କର ମିଶ୍ର, ସ୍ପିରିଚ୍ଯୁଆଲ ଟାବଲେଟ ର ପ୍ରତିଷ୍ଠାତା ଡକ୍ଟର ଗୋପାଳ କୃଷ୍ଣ, ମାଷ୍ଟରସ ପରିମିତା ପତ୍ରୀ, ଏଭି ସାଇ କୁମାର ରେଡ୍ଡୀ, ଅଲେକ୍ଷା ଶାସ୍ତ୍ରୀ, ଦେବଯାନୀ ଗିରି, ଅଭୀସ୍ପା ଦାଶ, ମାଷ୍ଟର ପ୍ରେମନାଥ ଜୀ, ଜ୍ଞାନ ସ୍ବରଜୀ, ମାଧମୀ ଧାତ୍ରୀ ,ମାଷ୍ଟର ପଦ୍ମା ବଦଲା ମୁଦି, ରାଗିଣୀ ସଲଭାରାଜ ପ୍ରମୁଖ ଯୋଗ ଦେଇଥିଲେ । ମେଘା ପିରାମିଡ ଅନୁଷ୍ଠିତ ହୋଇଥିଲା । ଶ୍ବାସ ଗୁରୁ ବ୍ରହ୍ମଶ୍ରୀ ସୁଭାଷ ପତ୍ରୀଜୀ ଆନାପାନା ଶକ୍ତି ଧ୍ୟାନ ସମ୍ପର୍କରେ ମତ ଦେଇଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଶାନ୍ତ ବେହେରା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚଳନା କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ଲଗାଣ ବର୍ଷାରେ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡ଼ିଲା ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ, ମରାମତି ପାଇଁ ଦାବି by Proprietor Abhimanyu Maharana August 29, 2026 ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ "ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ by Proprietor Abhimanyu Maharana August 29, 2026 ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଗଜପତିରେ ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ by Proprietor Abhimanyu Maharana August 29, 2026 ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ by Proprietor Abhimanyu Maharana August 29, 2026 ପୋଖରୀକୁ ଖୋଳି ଲକ୍ଷ ଲକ୍ଷ ଟଙ୍କାର ମାଟି ବୋହି ନେଲେ ମାଫିଆ : ରାଜସ୍ବ କ୍ଷତି,ପ୍ରଶାସନ ନିଦାବିଷ୍ଣୁ by Proprietor Abhimanyu Maharana August 28, 2026 ନୟାଗଡ଼ ଜିଲ୍ଲାର ୨ ଲକ୍ଷ ୩୩ ହଜାର ୫୮୫ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ପଞ୍ଚମ କିସ୍ତିରେ ୧୧୬ କୋଟି ୮୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ by Proprietor Abhimanyu Maharana August 28, 2026