ସାକ୍ଷୀଗୋପୀନାଥ ଙ୍କୁ ବଡ଼ ଏକାଦଶୀରେ ଚୁଡ଼ା ଘଷା ଭୋଗ

ସାକ୍ଷୀଗୋପାଳ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ରାଜକିଶୋର ସେନାପତି – ପବିତ୍ର ବଡ଼ ଏକାଦଶୀ ଅବସରରେ ପୁରୀ ଜିଲ୍ଲା ସାକ୍ଷିଗୋପାଳ ରେ ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ପରିସର ହୋଇ ଉଠିଥିଲା ଚଳ ଚଂଚଳ । କାରଣ ହେଲା ଏହି ଦିନ ସାକ୍ଷୀଗୋପୀନାଥ ଙ୍କୁ ଲଷ୍ମୀନାରାୟଣ ବେଶ ରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। ଏହି ଦର୍ଶନ ଦେଖିବା ପାଇଁ କାହିଁ କେତେ ଦୂର ରୁ ଭକ୍ତ ମାନେ ଛୁଟି ଆସନ୍ତି । ଭକ୍ତମାନେ ଚୁଡ଼ା ଘଷା ଭୋଗ କରି ଠାକୁରଙ୍କୁ ଅର୍ପଣ କରିଥାନ୍ତି। ଭକ୍ତଙ୍କ ଗହଳି ଚହଳିରେ ଚଞ୍ଚଳ ହୋଇ ଉଠିଛି ମନ୍ଦିର ପରିସର ।

କାହିଁ କେତେ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଛୁଟି ଆସିଛନ୍ତି ଠାକୁରଙ୍କୁ ଦର୍ଶନ କରିବା ପାଇଁ । କାରଣ ଏହି ଦିନରେ ଠାକୁଙ୍କୁ ଚୁଡ଼ା ଘଷା ଭୋଗ ଅର୍ପଣ କଲେ ବେଶ ପୁଣ୍ୟ ଅର୍ଜନ ମିଳିଥାଏ ବୋଲି ବିଶ୍ୱାସ ରହିଛି ଶ୍ରଦ୍ଧାଳୁଙ୍କରଏକାଦଶୀରେ ବହୁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଚୁଡ଼ା, ଗୁଡ଼, ନଡ଼ିଆ, କମଳା, ଗୋଲ ମରିଚ,ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଫଳମୂଳ ଓ ମସଲା ସାଥିରେ ଆଣି ପହଂଚିଥିଲେ ମନ୍ଦର ବେଢା ପରିସରରେ ।

ସେବାୟତଙ୍କ ଦ୍ୱାରା କରା ଯାଇଥିଲା ଚୁଡ଼ା ଘଷା ଭୋଗର କାର୍ଯ୍ୟକ୍ରମ ।ଭକ୍ତମାନେପବିତ୍ରଏକାଦଶୀରେ ଠାକୁରଙ୍କୁ ଚୁଡ଼ା ଘଷା ଭୋଗ ଅର୍ପଣ କରିବାର ପରମ୍ପରା ରହିଛି । ତେବେ ଏହି ପରମ୍ପରା ବାପ ଜେଜେ ଅମଳରୁ ରହି ଆସିଥିବାର ଭକ୍ତମାନେ କହିଛନ୍ତି । ଠାକୁରଙ୍କ ପ୍ରତି ଭକ୍ତମାନଙ୍କର ରହିଥିବା ଏହି ପରମ୍ପରା ଆଗାମୀ ଦିନରେ ଭକ୍ତଙ୍କୁ ଭଗବାନ ପ୍ରତି ଆକର୍ଷିତ କରି ଆସିବ ।

Exit mobile version