Home ଓଡ଼ିଶା ଅଁଳା ନବମୀ ଅବସରରେ ସୂଚନା କେନ୍ଦ୍ର by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସାକ୍ଷୀ ଗୋପାଳ ମନ୍ଦିର ରେ ଆଜି ଅଁଳା ନବମୀ ପାଳିତ ହୋଇଥିଲା।ବର୍ଷକରେ ଗୋଟିଏ ଦିନ ଶ୍ରୀ ଗୋପୀନାଥ ଙ୍କ ସହ ରାଧାରାଣୀ ଙ୍କ ପାଦ ଦର୍ଶନ ର ସୁଯୋଗ ଥିବାରୁ ହଜାର ହଜାର ଶ୍ରଦ୍ଧାଳୁ ଏହାର ସୁବିଧା ନେଇଥିଲେ।ଯାତ୍ରା ଓ ଦର୍ଶନ କୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ଓ ପୋଲିସ ପ୍ରଶାସନ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଥିଲେ।ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ସୂଚନା କେନ୍ଦ୍ର ତଥା ହଜିବା ଖୋଜିବା କେନ୍ଦ୍ର ର ବ୍ୟବସ୍ଥା କରାଯାଇଥିଲା । ଯାହା ଦ୍ଵାରା ଗହଳିରେ ହଜୁଥିବା ଲୋକ ମାନଙ୍କୁ ସେମାନଙ୍କ ପରିବାର ସହ ମିଳିବାର ସୁବିଧା କରାଯାଇଥିଲା । ଲୋକ ମାନଙ୍କୁ ବିଭିନ୍ନ ସତର୍କତା ମୂଳକ ଓ ସଚେତନତା ସୂଚନା ପ୍ରଦାନ କରାଯାଇଥିଲା । ଅଁଳା ନବମୀ ଓ ରାଧା ପାଦ ଦର୍ଶନ ର ମହିମା, ତାତ୍ପର୍ଯ୍ୟ ସମ୍ପର୍କରେ ପ୍ରବଚନ ପ୍ରଦାନ କରାଯାଇଥିଲା । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ୟୁ ଓ ଭଜନ ପୁସ୍ତକର ବିକ୍ରୟ କରାଯାଇଥିଲା।ତତ ସହିତ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ଏକ ଫଟୋ ପ୍ରଦର୍ଶନୀ ପ୍ରଦର୍ଶିତ ହୋଇଥିଲା। Categories: ଓଡ଼ିଶା, ହୋମ୍ Related Content ଲଗାଣ ବର୍ଷାରେ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡ଼ିଲା ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ, ମରାମତି ପାଇଁ ଦାବି by Proprietor Abhimanyu Maharana August 29, 2026 ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ "ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ by Proprietor Abhimanyu Maharana August 29, 2026 ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଗଜପତିରେ ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ by Proprietor Abhimanyu Maharana August 29, 2026 ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ by Proprietor Abhimanyu Maharana August 29, 2026 ପୋଖରୀକୁ ଖୋଳି ଲକ୍ଷ ଲକ୍ଷ ଟଙ୍କାର ମାଟି ବୋହି ନେଲେ ମାଫିଆ : ରାଜସ୍ବ କ୍ଷତି,ପ୍ରଶାସନ ନିଦାବିଷ୍ଣୁ by Proprietor Abhimanyu Maharana August 28, 2026 ନୟାଗଡ଼ ଜିଲ୍ଲାର ୨ ଲକ୍ଷ ୩୩ ହଜାର ୫୮୫ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ପଞ୍ଚମ କିସ୍ତିରେ ୧୧୬ କୋଟି ୮୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ by Proprietor Abhimanyu Maharana August 28, 2026