ବୈଷ୍ଣମ୍ବ କବି ଭ୍ରମର ବର ରାୟ ଥିଲେ ଜଣେ ଭଗବତ ପ୍ରେମୀ ବ୍ୟକ୍ତିତ୍ୱ

ଜଗତସିଂହପୁର  (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :-  ବୈଷ୍ଣମ୍ବ କବି ଭ୍ରମର ବର ରାୟ ଥିଲେ ଜଣେ ଭଗବତ ପ୍ରେମୀ ବ୍ୟକ୍ତିତ୍ୱ l ସିଧେଶ୍ୱର ବଟରେ ନୀଳ ସରସ୍ବତୀ ମନ୍ତ୍ର ଜପନ ପୂର୍ବକ ସିଦ୍ଧି ଲାଭ କରି ଓଡ଼ିଆ ସାହିତ୍ୟକୁ ଦେଇଯାଇଛନ୍ତି ଅମୁଲ୍ୟ ଅବଦାନ ତାଙ୍କ ରଚିତ ପାଲା ସାହିତ୍ୟ, ଛାନ୍ଦ, ଜଣାଣ, ଚୌପଦୀ, ଚଉତିଶା ଆଦି ପାଠକ ମାନଙ୍କ ମନରେ ଭଗବତ ଚେତନା ସୃଷ୍ଟି କରିଛନ୍ତି l

ପାଲା ଗାୟକ ମାନେ ତାଙ୍କର କାବ୍ୟ କବିତାକୁ ପାଲାମାଧ୍ୟମରେ ପରିବେଷଣ କରି ଲୋକାଭିମୁଖୀ କରାଇଛନ୍ତି ବୋଲି ଓଡିଶା ସାହିତ୍ୟ ଏକାଡେମୀ ଓ ଆଷାଢ଼ ସାହିତ୍ୟ ସଂସଦ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଭ୍ରମର ବର ରାୟ ଙ୍କ 129 ତମ ଜନ୍ମ ଜୟନ୍ତୀ ରେ ବକ୍ତl ମାନେ ମତବ୍ୟକ୍ତ କରିଛନ୍ତି l ଏହି ଉପଲକ୍ଷେ ହାଜିପୁର ସ୍ଥ ଧ୍ୟାନକୁଦ ପୀଠରେ ଶନିବାର ଆୟୋଜିତ ସାରସ୍ୱତ ଉଚ୍ଛବରେ ଗୀତି କବି ବାମଦେବ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା l

ଏଥିରେ ମୁଖ୍ୟ ଅତିଥିତି ଭାବେ ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲ ଯୋଗଦେଇଥିବାବେଳେ ମୁଖ୍ୟ ବକ୍ତାଭାବେ ପ୍ରାଧ୍ୟା ପକ ଡ଼ଃ ବିଜୟ ବିଶ୍ୱାଳ, ସମ୍ମାନୀୟ ଅତିଥିତି ଭାବେ ଗାୟକ ସିଦ୍ଧାନ୍ତ ଦର୍ଶୀ ମଦନ ମୋହନ ଜେନା, ବାବା ଅରକ୍ଷିତ ଦାସ ମହାରାଜ ଧ୍ୟାନକୁଦ ପୀଠ ହାଜିପୁର, ସମ୍ମାନୀୟ ବକ୍ତାଭାବେ କବି ପିତାମ୍ବର ମହାପାତ୍ର ଆଷାଢ଼ ସାହିତ୍ୟ ସଂସଦ ସଭାପତି,

ସାହିତ୍ୟିକ ଭଗବାନ ଦାଶ, ଅରୁଣ କୁମାର ଦାସ, ଓଡିଶା ସାହିତ୍ୟ ଏକାଡେମୀର ସଚିବ ଡ଼ଃ ଚନ୍ଦ୍ର ଶେଖର ହୋତା ଯୋଗଦେଇ ଉପରୋକ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ l କବି ପିତାମ୍ବର ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥିତି ପରିଚୟ ପ୍ରଦାନ କରିଥିଲେ l ଏଠାରେ ପ୍ରାରମ୍ଭରେ କବିତା ପାଠୋସ୍ଛଵ କରାଯାଇଥିଲା ଶେଷରେ ପ୍ରିୟତମା ସାହୁ ଧନ୍ୟବାଦ ଦେଇଥିଲେ l

Exit mobile version