Home ଓଡ଼ିଶା ବିଜେଡିକୁ ସମର୍ଥନ ଜଣାଇଲେ ଭୁଞ୍ଜିଆ ସମ୍ପ୍ରଦାୟ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ଆଦିବାସୀ କଲ୍ୟାଣରେ ନବୀନ ବାବୁଙ୍କ ଅବଦାନ ସ୍ମରଣୀୟ ନୂଆପଡା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବିଜେଡି ଶାସନରେ ଆଦିବାସୀମାନଙ୍କ ଉନ୍ନତି ବାସ୍ତବ ରୂପ ନେଇଥିଲା । ଯୁଗ ଯୁଗ ଧରି ଉପେକ୍ଷିତ ଥିବା ଜନଜାତି ମାନଙ୍କୁ ସେମାନଙ୍କ ଅଧିକାର ମିଳିଥିଲା । ଏହାକୁ ଛୁକତିଆ ଭୁଞ୍ଜିଆ ଓ ଭୁଞ୍ଜିଆ ଜାତିର ଲୋକେ କେବେ ଭୁଲିବେ ନାହିଁ । ଶନିବାର ନୂଆପଡା ବ୍ଲକ୍ର ସେଠଜମ୍ପାନି ଗ୍ରାମ ପଞ୍ଚାୟତରେ ଆୟୋଜିତ ଜନସଭାରେ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଏହି ଆଶ୍ୱାସନାର ସହ ସ୍ୱାଗତ ଜଣାଇଥିଲେ ଛୁକତିଆ ଭୁଞ୍ଜିଆ ଓ ଭୁଞ୍ଜିଆ ସମ୍ପ୍ରଦାୟ । ଏହି ସଭାରେ ବିଜୁ ଜନତା ଦଳର ବରିଷ୍ଠ ନେତୃବୃନ୍ଦ ଯୋଗଦେଇ କହିଥିଲେ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୨୪ ବର୍ଷରେ ଆଦିବାସୀମାନଙ୍କ ଐତିହାସିକ ପ୍ରଗତି ହୋଇଛି । ଶିକ୍ଷା, ଜୀବିକା, ସଂସ୍କୃତି ଓ ଶାସନ ବ୍ୟବସ୍ଥା ପାଇଁ ଓଡିଶା ଦେଶର ଏକ ମଡେଲ ରାଜ୍ୟ ହୋଇପାରିଛି । ୫-ଟି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ୨,୫୦୦ରୁ ଅଧିକ ଆଦିବାସୀ ବିଦ୍ୟାଳୟରେ ପିଲାମାନଙ୍କୁ ଆଧୁନିକ ଶିକ୍ଷା ମିଳୁଛି । ସେହିପରି ଲାଭ ଯୋଜନା ଅଧୀନରେ ପ୍ରାୟ ଏକ କୋଟି ଆଦିବାସୀ ମହିଳା ସଂଗ୍ରାହକ ଲାଭାନ୍ୱିତ ହେଉଛନ୍ତି । ଜନଜାତି ଭାଷା ଆୟୋଗଙ୍କ ଦ୍ୱାରା ୨୧ ଆଦିବାସୀ ଭାଷାର ସୁରକ୍ଷା ଓ ପ୍ରଚାର ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ୨୩ ଜିଲ୍ଲା ଯାଏଁ ସମ୍ପ୍ରସାରିତ କରିବା ପାଇଁ ନବୀନ ବାବୁଙ୍କ ଉଦ୍ୟମ ବିଜେଡିର ଆଦିବାସୀଙ୍କ ପ୍ରତି ଉତ୍ସର୍ଗୀକୃତ ଭାବନାର ଉଦାହରଣ । ବକ୍ତାମାନେ କହିଥିଲେ ଯେ ମିଶନ୍ ସୁବିଧା, ମିଶନ ଜୀବୀକା ଏବଂ ଓପିଇଏଲଆଇପି ପରି ଯୋଜନା ଦ୍ୱାରା ଆଦିବାସୀ ଯୁବ, ଛାତ୍ର ଓ କୃଷକମାନଙ୍କୁ ସଶକ୍ତ କରାଯାଇଛି । ଓଡିଶାର ଆଦିବାସୀ ଉନ୍ନତି ଯାତ୍ରା, ସଂସ୍କୃତିକ ଗୌରବ, ଆର୍ଥିକ ସଶକ୍ତିକରଣ ଓ ସାମାଜିକ ନ୍ୟାୟ୍ ଆଧାରିତ ଶାସନ ବ୍ୟବସ୍ଥା ନବୀନ ବାବୁଙ୍କର ସବୁଠାରୁ ବଡ଼ ଅବଦାନ ବୋଲି ନେତାମାନେ ଉଲ୍ଲେଖ କରିଥିଲେ । ଏହି ସଭାରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ସାଂସଦ ମୁନ୍ନା ଖାନ, ସାଂସଦ ନିରଞ୍ଜନ ବିଶି, ପୂର୍ବତନ ମନ୍ତ୍ରୀ ରମେଶ ମାଝୀ, ଭାନୁ ପ୍ରତାପ ସିଂହ ମାଝୀ, ଡ. ଲେଖାଶ୍ରୀ ସମନ୍ତସିଂହର, ତେଜରାଜ ସବର ଓ ରୂପ ସିଂହ ଭୁଞ୍ଜିଆ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ନୂଆପଡ଼ା, ମହାନଗର, ହୋମ୍ Related Content ବୀରାଙ୍ଗନା ପାର୍ବତୀ ଗିରିଙ୍କ ଜନ୍ମଶତାବ୍ଦୀରେ ସ୍ମାରକ ଡାକଟିକଟ ପାଇଁ ପ୍ରସ୍ତାବ : ସାଂସଦ ପ୍ରଦୀପ ପୁରୋହିତଙ୍କ ଦାବିକୁ କେନ୍ଦ୍ରର ସକାରାତ୍ମକ ପଦକ୍ଷେପ by Proprietor Abhimanyu Maharana September 11, 2026 ଟାଇମ୍ସ ହସ୍ପିଟାଲିଟି ଆଇକନ୍ସ ଓଡ଼ିଶା ୨୦୨୬ରେ ଆକିଜ୍ ହାର୍ବର "ଆଇକନିକ୍ ସି ଫୁଡ୍ ରେଷ୍ଟୁରାଣ୍ଟ" ଭାବେ ସମ୍ମାନିତ by Proprietor Abhimanyu Maharana September 11, 2026 ସାଂସଦ ରତ୍ନ ଡଃ ଭର୍ତୁହରି ମହତାବଙ୍କ ଜନ୍ମ ଦିବସକୁ ନମ୍ରତା ଓ ସ୍ୱାଭିମାନ ଦିବସ ରୂପେ ପାଳିତ by Proprietor Abhimanyu Maharana September 11, 2026 ଓଡିଶା ଆଦର୍ଶ ବିଦ୍ୟାଳୟରେ ସଂସ୍କୃତ ଦିବସ ପାଳିତ by Proprietor Abhimanyu Maharana September 11, 2026 ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି by Proprietor Abhimanyu Maharana September 11, 2026 Hectic Preparations on to launch Prabasi Odias Data Bank by Proprietor Abhimanyu Maharana September 11, 2026