Home ଓଡ଼ିଶା ବିଜେଡିକୁ ସମର୍ଥନ ଜଣାଇଲେ ଭୁଞ୍ଜିଆ ସମ୍ପ୍ରଦାୟ by Proprietor Abhimanyu Maharana 12 months ago Share on FacebookShare on TwitterWhatsapp ଆଦିବାସୀ କଲ୍ୟାଣରେ ନବୀନ ବାବୁଙ୍କ ଅବଦାନ ସ୍ମରଣୀୟ ନୂଆପଡା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବିଜେଡି ଶାସନରେ ଆଦିବାସୀମାନଙ୍କ ଉନ୍ନତି ବାସ୍ତବ ରୂପ ନେଇଥିଲା । ଯୁଗ ଯୁଗ ଧରି ଉପେକ୍ଷିତ ଥିବା ଜନଜାତି ମାନଙ୍କୁ ସେମାନଙ୍କ ଅଧିକାର ମିଳିଥିଲା । ଏହାକୁ ଛୁକତିଆ ଭୁଞ୍ଜିଆ ଓ ଭୁଞ୍ଜିଆ ଜାତିର ଲୋକେ କେବେ ଭୁଲିବେ ନାହିଁ । ଶନିବାର ନୂଆପଡା ବ୍ଲକ୍ର ସେଠଜମ୍ପାନି ଗ୍ରାମ ପଞ୍ଚାୟତରେ ଆୟୋଜିତ ଜନସଭାରେ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଏହି ଆଶ୍ୱାସନାର ସହ ସ୍ୱାଗତ ଜଣାଇଥିଲେ ଛୁକତିଆ ଭୁଞ୍ଜିଆ ଓ ଭୁଞ୍ଜିଆ ସମ୍ପ୍ରଦାୟ । ଏହି ସଭାରେ ବିଜୁ ଜନତା ଦଳର ବରିଷ୍ଠ ନେତୃବୃନ୍ଦ ଯୋଗଦେଇ କହିଥିଲେ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୨୪ ବର୍ଷରେ ଆଦିବାସୀମାନଙ୍କ ଐତିହାସିକ ପ୍ରଗତି ହୋଇଛି । ଶିକ୍ଷା, ଜୀବିକା, ସଂସ୍କୃତି ଓ ଶାସନ ବ୍ୟବସ୍ଥା ପାଇଁ ଓଡିଶା ଦେଶର ଏକ ମଡେଲ ରାଜ୍ୟ ହୋଇପାରିଛି । ୫-ଟି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ୨,୫୦୦ରୁ ଅଧିକ ଆଦିବାସୀ ବିଦ୍ୟାଳୟରେ ପିଲାମାନଙ୍କୁ ଆଧୁନିକ ଶିକ୍ଷା ମିଳୁଛି । ସେହିପରି ଲାଭ ଯୋଜନା ଅଧୀନରେ ପ୍ରାୟ ଏକ କୋଟି ଆଦିବାସୀ ମହିଳା ସଂଗ୍ରାହକ ଲାଭାନ୍ୱିତ ହେଉଛନ୍ତି । ଜନଜାତି ଭାଷା ଆୟୋଗଙ୍କ ଦ୍ୱାରା ୨୧ ଆଦିବାସୀ ଭାଷାର ସୁରକ୍ଷା ଓ ପ୍ରଚାର ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ୨୩ ଜିଲ୍ଲା ଯାଏଁ ସମ୍ପ୍ରସାରିତ କରିବା ପାଇଁ ନବୀନ ବାବୁଙ୍କ ଉଦ୍ୟମ ବିଜେଡିର ଆଦିବାସୀଙ୍କ ପ୍ରତି ଉତ୍ସର୍ଗୀକୃତ ଭାବନାର ଉଦାହରଣ । ବକ୍ତାମାନେ କହିଥିଲେ ଯେ ମିଶନ୍ ସୁବିଧା, ମିଶନ ଜୀବୀକା ଏବଂ ଓପିଇଏଲଆଇପି ପରି ଯୋଜନା ଦ୍ୱାରା ଆଦିବାସୀ ଯୁବ, ଛାତ୍ର ଓ କୃଷକମାନଙ୍କୁ ସଶକ୍ତ କରାଯାଇଛି । ଓଡିଶାର ଆଦିବାସୀ ଉନ୍ନତି ଯାତ୍ରା, ସଂସ୍କୃତିକ ଗୌରବ, ଆର୍ଥିକ ସଶକ୍ତିକରଣ ଓ ସାମାଜିକ ନ୍ୟାୟ୍ ଆଧାରିତ ଶାସନ ବ୍ୟବସ୍ଥା ନବୀନ ବାବୁଙ୍କର ସବୁଠାରୁ ବଡ଼ ଅବଦାନ ବୋଲି ନେତାମାନେ ଉଲ୍ଲେଖ କରିଥିଲେ । ଏହି ସଭାରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ସାଂସଦ ମୁନ୍ନା ଖାନ, ସାଂସଦ ନିରଞ୍ଜନ ବିଶି, ପୂର୍ବତନ ମନ୍ତ୍ରୀ ରମେଶ ମାଝୀ, ଭାନୁ ପ୍ରତାପ ସିଂହ ମାଝୀ, ଡ. ଲେଖାଶ୍ରୀ ସମନ୍ତସିଂହର, ତେଜରାଜ ସବର ଓ ରୂପ ସିଂହ ଭୁଞ୍ଜିଆ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ନୂଆପଡ଼ା, ମହାନଗର, ହୋମ୍ Related Content ୬୬୨ ବର୍ଗ କଲେଜ କର୍ମଚାରୀ ସଂଗଠନ (ସି. ଇ. ଏ )ର ରାଜ୍ୟ ସ୍ତରୀୟ ସାଙ୍ଗଠନିକ ସମ୍ମିଳନୀ ଅନୁଷ୍ଠିତ by Proprietor Abhimanyu Maharana October 27, 2026 ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୧୮ ବର୍ଷ ଧରି ନରନାରାୟଣ ପ୍ରସାଦ ସେବା by Proprietor Abhimanyu Maharana October 27, 2026 ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ ଅନୁଷ୍ଠିତ by Proprietor Abhimanyu Maharana October 27, 2026 ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ by Proprietor Abhimanyu Maharana October 27, 2026 ଗଜପତି ଜିଲ୍ଲାରେ ଦୁର୍ନୀତିର ମୁଳୋତ୍ପାଟନ ନିମନ୍ତେ ଶପଥ ନେଲେ ଅଭିଯୋଜନ ଅଧିକାରୀ by Proprietor Abhimanyu Maharana October 27, 2026 ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ପାରଳାଖେମୁଣ୍ଡି ଠାରେ କୁମାରଉସ୍ରବ ପାଳିତ by Proprietor Abhimanyu Maharana October 27, 2026