Home ଓଡ଼ିଶା ରାମନାଗୁଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଉପ-ନିବନ୍ଧନଙ୍କ କାର୍ଯ୍ୟାଳୟ ଉଦଘାଟିତ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ରାମନାଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଆନନ୍ଦ ପରିଛା ୧/୧୧/୨୫-ରାୟଗଡା ଜିଲ୍ଲା ରାମନାଗୁଡ଼ା ତହସିଲରେ ଏବେ ଉପ ନିବନ୍ଧନ କାର୍ଯ୍ୟାଳୟ ଖୋଲିଲା। ଏନେଇ ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗ ପକ୍ଷରୁ ଅକ୍ଟୋବର ମାସ ୨୩ ତାରିଖ ଦିନ ଚିଠି କରିଥିଲେ I ଚଳିତ ମାସ ୧ ତାରିଖରୁ ଜମି କିଣାବିକାର ସମସ୍ତ କାଗଜପତ୍ର ପଞ୍ଜିକୃତ ହେବ ବୋଲି ତହସିଲ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଚି l ଶନିବାର ଦିନ ରାଜ୍ୟ ସରକାରଙ୍କର ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ସଚିବଙ୍କ ସମେତ ବିଧାୟକ ବିଭିନ୍ନ ପଦାଧିକାରୀ ଉପସ୍ଥିତ ରହି ଆଭାସୀ ମାଧ୍ୟମରେ ଓଡିଶାର ୧୩ ଗୋଟି ଜିଲ୍ଲାର ୪୪ ଟି ତହସିଲରେ ଉପ ନିବନ୍ଧନ କାର୍ଯ୍ୟାଳୟର ପ୍ରଥମ ପର୍ଯ୍ୟୟରେ ଶୁଭ ଉଦଘାଟନ କରିଥିଲେ।ଏହି ଉପ ନିବନ୍ଧନ କାର୍ଯ୍ୟାଳୟ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ବର୍ଷ ଶେଷ ସୁଦ୍ଧା ବଳକା ବ୍ଲକ ମାନଙ୍କରେ ଏହି ଅଫିସ ସବୁ ଖୋଲିବ ବୋଲି କହିଥିଲେ lସେହିପରି ରାୟଗଡା ଜିଲ୍ଲା ରାମନାଗୁଡ଼ା ତହସିଲ କାର୍ଯ୍ୟାଳୟରେ ସତନ୍ତ୍ର ପ୍ରକୋଷ୍ଠ ଖୋଲି ଲୋକଙ୍କୁ ସେବା ଯୋଗାଇବା ନିମନ୍ତେ ତହସିଲଦାର ପ୍ରସ୍ତୁତ ହେଉଥିବା ଜଣାପଡିଛି। ଆଗକୁ ଧୀରେ ଧୀରେ ପଞ୍ଜିକରଣ ପାଇଁ ସତନ୍ତ୍ର କାର୍ଯ୍ୟାଳୟ ମଧ୍ଯ କରାଯିବ ବୋଲି ଜଣାପଡିଛି। ଏହା ପୂର୍ବରୁ ଜମି ଜମା ପଞ୍ଜିକରଣ କାର୍ଯ୍ୟ ପାଇଁ ୨୫ କିଲୋମିଟର ଦୂର ଗୁଣୁପୁର ଉପଖଣ୍ଡ ଉପ ନିବନ୍ଧନ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡୁଥିଲା I ରାମନାଗୁଡ଼ା ବ୍ଲକ ରେ ଉପ ନିବନ୍ଧନ ଶୁଭ ଉଦଘାଟନ ର କାର୍ଯ୍ୟକ୍ରମ ରେ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ,ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ,ଆଇନଜୀବୀ ସରୋଜ କୁମାର ଦାଶ,ବ୍ଲକ ଉପାଧ୍ୟାକ୍ଷା ଜାନକୀ ନିମାଲା, ଗୋଗୁପାଡ଼ୁ ସରପଞ୍ଚ ଶୋଭାବତୀ ମା ଣ୍ଡାଙ୍ଗି, ଶୁଣ୍ଡିଧାମୁଣି ସମିତି ସଭ୍ୟ କମଳ ମୁଟିକା,ଗୁଲୁମୁଣ୍ଡା ସମିତି ସଭ୍ୟ ସୁରେନ୍ଦ୍ର ମାଣ୍ଡାଙ୍ଗୀ, ପେଣ୍ କାମ ସମିତି ସଭ୍ୟ ଖମ୍ବେୟା ମାଣ୍ଡାଙ୍ଗୀଙ୍କ ସହ ବ୍ଲକ ଏବଂ ତହସିଲ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।ରାଜ୍ୟ ସରକାର ଏହି ସୁବିଧା ନିଜ ବ୍ଲକରେ ଯୋଗାଇ ଦେଇଥିବାରୁ ରାମନାଗୁଡ଼ା ବ୍ଲକର ଲୋକେ ଖୁସି ପ୍ରକୋଟ କରିଥିବା ବେଳେ ଜମି ଜମା ପଞ୍ଜିକରଣ ବ୍ୟବସ୍ଥା ସପ୍ତାହରେ ମଙ୍ଗଳବାର ଏବଂ ଶୁକ୍ରବାର ଦିନ କରାଯିବ ବୋଲି ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ କହିଛନ୍ତି। Categories: ଓଡ଼ିଶା, ରାୟଗଡା, ହୋମ୍ Related Content କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ତରଫରୁ ରକ୍ତଦାନ ଉତ୍ସବ-୨୦୨୬ : ୨୮୬ ୟୁନିଟ ରକ୍ତ ସଂଗ୍ରହ by Proprietor Abhimanyu Maharana August 30, 2026 ନୟାଗଡ଼ରେ ଜାତୀୟ କ୍ରୀଡ଼ା ଦିବସ-୨୦୨୬ ପାଳିତ by Proprietor Abhimanyu Maharana August 30, 2026 ବନ୍ଦେ ଉତ୍କଳ ମହାସଂଘ ପକ୍ଷରୁ ରାଷ୍ଟ୍ରୀୟ ଲୋକକଳା ମହାକୁମ୍ବ ୨୦୨୬ ଅନୁଷ୍ଠିତ by Proprietor Abhimanyu Maharana August 30, 2026 ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବିଭିନ୍ନ ସମସ୍ଯାକୁ ନେଇ ବିଧାୟକ ରୂପେଶ ପାଣିଗ୍ରାହୀ ଙ୍କୁ ଦାବୀ ପତ୍ର ପ୍ରଦାନ by Proprietor Abhimanyu Maharana August 30, 2026 ଜାତୀୟ କ୍ରୀଡା ଦିବସ ଅବସରରେ କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 30, 2026 ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ପ୍ରଦର୍ଶନୀ ଫୁଟବଲ୍ ପ୍ରତିଯୋଗୀତା : ପ୍ରଶାସନ ଏକାଦଶ ବିଜୟୀ by Proprietor Abhimanyu Maharana August 30, 2026