କେ. ଏମ୍ .ଭାଲିଆସାହିରେ ରିଲିଫ୍ ବଣ୍ଟନ

ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଚାରି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହିତ ଝଡ଼ ତୋଫାନ ଲାଗି ରହିଛି। ଫଳରେ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେତୁ ବିପୁଳ ଭାବରେ କ୍ଷୟ କ୍ଷତି ହୋଇଯାଇଛି । ଧାନ ଫସଲ ସହିତ ମକା ଏବଂ ଅନ୍ୟାନ୍ୟ ଫସଲ ମଧ୍ୟ ବହୁ ପରିମାଣରେ ନଷ୍ଟ ହୋଇଯାଇଛି । ଗମନା ଗମନର ବାଧା ପ୍ରାପ୍ତ ହେବା ସହିତ ଅନେକଙ୍କର ବାସ ଗୃହ ମଧ୍ୟ ସମ୍ପୂର୍ଣ ଭାବରେ ଭାଙ୍ଗି ଯାଇଛି ।  

ଜିନିଷ ପତ୍ର ସବୁ ନଷ୍ଟ ହେବା ସହିତ ଲୋକମାନେ ଅସୁବିଧା ଭୋଗୁଛନ୍ତି। ଏହି ଅବସରରେ ରାଜ୍ୟ ଜୁନିଅର ରେଡକ୍ରସର ଅଫିସର ଶ୍ରୀଯୁକ୍ତ ଲକ୍ଷ୍ମଣ ସ୍ୱାଇଁ, ସଦସ୍ୟ ଶ୍ରୀଯୁକ୍ତ ବିନୟ କୁମାର ନାୟକ, ଗଜପତି ଜିଲ୍ଲାର ଜୁନିଅର ରେଡକ୍ରସର ଅଫିସର ଶ୍ରୀଯୁକ୍ତ ସଞ୍ଜୀବ କୁମାର ଦାସଙ୍କ ସହିତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଏବଂ

ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ଓ ମୁକ୍ତିକାନ୍ତ ମଲ୍ଲିକ୍ ଉପସ୍ଥିତ ରହି କେ ଏମ ଭାଲିଆସାହି ଗ୍ରାମର କ୍ଷତି ଗ୍ରସ୍ତ ଲୋକ ମାନଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ କରିବା ସହିତ କ୍ଷୟ କ୍ଷତି ବିଷୟରେ ପଚାରି ବୁଝିଥିଲେ । ଯାହାକି ଅଧିକ ପରିମାଣରେ କ୍ଷତି ହୋଇଥିବା ୫୪ ଜଣ ପରିବାରଙ୍କୁ ରାଜ୍ୟ ଜୁନିଅର ରେଡକ୍ରସ ତରଫରୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା ।

Exit mobile version