Home ଓଡ଼ିଶା ଶୂନ୍ୟ ମୃତ୍ୟୁ ପକ୍ଷ ୨୦୨୫ ନିମନ୍ତେ ପ୍ରସ୍ତୁତି ବୈଠକ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଆଞ୍ଚଳିକ ପରିବହନ ପ୍ରାଧିକରଣ ନୟାଗଡ଼ଙ୍କ ଆନୁକୁଲ୍ୟରେ ଜିଲ୍ଲା ସଡ଼କ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଅଧ୍ୟକ୍ଷତା କରି ଦୁର୍ଘଟଣାର କାରଣ ଗୁଡିକ ଉପରେ ଗୁରୁତ୍ୱାରୋପ କରି ତାହାର ନିରାକରଣ ନିମନ୍ତେ ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିରୋ ଫାଟାଲିଟି ଫୋର୍ଟ ନାଇଟ ଯାହା ନଭେମ୍ବର ୧-୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଦିନଗୁଡିକ କିପରି ସୂଚାରୁରୂପେ ପାଳନ କରାଯିବ ସେ ବିଷୟରେ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପୁଙ୍ଖାନୁପୁଙ୍ଖ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ ଜିଲ୍ଲାର ଦୁର୍ଘଟଣା ପ୍ରବଣ ସ୍ଥାନମାନଙ୍କରେ ଗାଡ଼ି ଯାଞ୍ଚ ପ୍ରକ୍ରିୟାକୁ କଡ଼ା କଡ଼ି କରିବା, ଆଲୋକ ବ୍ୟବସ୍ଥା, ମେଟ୍ରୋ ରିଫ୍ଲେକଟିଭ୍ ଟେପ, କ୍ୟାଟ୍ ଆଇଜି ଏବଂ ଯାଞ୍ଚ ପ୍ରକ୍ରିୟାରେ ଭାରିଯାନଗୁଡିକର ହାଇ ବିମ ଆଲୋକକୁ ନିୟନ୍ତ୍ରଣ କରିବାକୁ ଆବଶ୍ୟକ ପଦକ୍ଷେପମାନ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ସୁଶାନ୍ତ କୁମାର ଦାସ ଜିଲ୍ଲାର ଦୁର୍ଘଟଣା ପୂର୍ଣ୍ଣ ସ୍ଥାନମାନଙ୍କରେ ୧୦୮ଆମ୍ବୁଲାନ୍ସକୁ ମୁତୟନ କରି ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିମାନଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ପୈ।ରାଞ୍ଚଳରେ ବୁଲା ଗୋରୁଗାଈମାନଙ୍କ ଥଇଥାନ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବା ବିଷୟରେ ଆଲୋଚନା କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ରୋଡ଼ ଟ୍ରାଫିକ ଚିହ୍ନ ଗୁଡିକ ଉପରେ ପ୍ରଶିକ୍ଷଣ ଦେବା ନିମନ୍ତେ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଜିଲ୍ଲା ସଡ଼କ ସୁରକ୍ଷା କମିଟିର ସମସ୍ତ ସଦସ୍ୟ, ଜିଲ୍ଲା ଅଧିକାରୀବୃନ୍ଦ, ଘରୋଇ ବସ୍ ମାଲିକ ସଂଘ,ଟ୍ରକ ମାଲିକ ସଂଘ, ଵରିଷ୍ଠ ନାଗରିକ ସଂଘ ଏବଂ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଯୋଗଦାନ କରିଥିଲେ। ଶେଷରେ ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ ମହାନ୍ତି ସମସ୍ତ ବିଭାଗର ସହଯୋଗରେ ସଡ଼କ ଦୁର୍ଘଟଣା ହ୍ରାସ କରିହେବ ବୋଲି ମତ ବ୍ୟକ୍ତ କରିଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଲଗାଣ ବର୍ଷାରେ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡ଼ିଲା ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ, ମରାମତି ପାଇଁ ଦାବି by Proprietor Abhimanyu Maharana August 29, 2026 ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ "ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ by Proprietor Abhimanyu Maharana August 29, 2026 ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଗଜପତିରେ ଜିଲ୍ଲାସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ by Proprietor Abhimanyu Maharana August 29, 2026 ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ by Proprietor Abhimanyu Maharana August 29, 2026 ପୋଖରୀକୁ ଖୋଳି ଲକ୍ଷ ଲକ୍ଷ ଟଙ୍କାର ମାଟି ବୋହି ନେଲେ ମାଫିଆ : ରାଜସ୍ବ କ୍ଷତି,ପ୍ରଶାସନ ନିଦାବିଷ୍ଣୁ by Proprietor Abhimanyu Maharana August 28, 2026 ନୟାଗଡ଼ ଜିଲ୍ଲାର ୨ ଲକ୍ଷ ୩୩ ହଜାର ୫୮୫ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ପଞ୍ଚମ କିସ୍ତିରେ ୧୧୬ କୋଟି ୮୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ by Proprietor Abhimanyu Maharana August 28, 2026