Home ଅପରାଧ ଅପରେଶନ୍ ଚକ୍ର ଅଭିଯାନରେ ୭୦୯ ଅଭିଯୁକ୍ତ ଗିରଫ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପୁରୀ ପୋଲିସ ଦ୍ୱାରା ଅପରେଶନ୍ ଚକ୍ର ମାଧ୍ୟମରେ ଅନେକ ଅଭିଯୁକ୍ତ ଅବୈଧ ମଦ ବିକ୍ରି କରି ପୁରୀ ପୋଲିସ ଦ୍ୱାରା ଗିରଫ କରାଯାଇଛି । ଅବୈଧ ମଦ ବିକ୍ରୟ ଓ ପୋଚ ବିରୋଧରେ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ଚଢ଼ାଉ କରାଯାଇଥିଲା । ଗତ ୧୦ ମାସ ମଧ୍ୟରେ ୭୦୯ ମାମଲା ହୋଇଛି ଓ ୭୦୯ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି। ସବ୍ଡିଭିଜନ୍ ଅନୁସାରେ ଗିରଫ ସଦର ସବ୍ଡିଭିଜନ୍ ୨୬୦, ନିମାପଡା ସବ୍ଡିଭିଜନ୍ ୧୯୮, ସିଟି ସବ୍ଡିଭିଜନ୍ ୧୦୬, ପିପିଲି ସବ୍ଡିଭିଜନ୍ ୧୪୫ ପୁରୀ ର ସମସ୍ତ ଥାନା ଗିରଫ କରିଥିବା ଅଭିଯୁକ୍ତଙ୍କୁ ସଂଖ୍ୟା ଭିତିକ ତଥ୍ୟ ଅରଖକୁଦା ଏମପିଏସ ୧୧,ଅସ୍ତରଙ୍ଗ ଥାନା ୨୯ , ଅସ୍ତରଙ୍ଗ ଏମପିଏସ ୭,ବଳଙ୍ଗା ଥାନା ୩୫,ବାସେଳି ସାହି ପିଏସ ୧୭, ବ୍ରହ୍ମଗିରି ଥାନା ୪୦,ଚନ୍ଦନପୁର ଥାନା ୨୯,ଚନ୍ଦ୍ରଭାଗା ଏମପିଏସ ୫,ଚାରିଛକ ଥାନା ୧୭,ଡେଲାଙ୍ଗ ଥାନା ୩୯ ,ଗୋପ ଥାନା ୩୧,ଗଡିଶାଗୋଦା ଥାନା ୨୩ ,କାକଟପୁର ଥାନା ୨୬, କଣାସ ଥାନା ୧୮,କୋଣାର୍କ ଥାନା ୩୭, କୃଷ୍ଣପ୍ରସାଦ ଥାନା ୬୫ କୁମ୍ଭାରପଡା ଥାନା ୨୯ ,ନିମାପଡା ଥାନା ୨୪ ,ପେଣ୍ଠକଟା ଏମପିଏସ ୩୨ ,ପିପିଲି ଥାନା ୧୯,ରାମଚଣ୍ଡୀ ଥାନା ୨୪,ସଦର ଥାନା ୬୦ ,ସତ୍ୟବାଦୀ ଥାନା ୩୪ ,ସମୁଦ୍ରକୁଳ ଥାନା ୨୪, ତାଳବଣିଆ ଥାନା ୮ ,ଟାଉନ ଥାନା ୧୧ ଜଣ ଗିରଫ କରାଯାଇଛି । ଏ ସମ୍ପର୍କରେ ଏସିପି ପ୍ରତୀକ ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ ପୁରୀ ଜିଲ୍ଲା ପୋଲିସ ଅବୈଧ ମଦ ବିକ୍ରୟ ବିରୋଧରେ ଶୂନ୍ୟ ସହିଷ୍ଣୁତା ନୀତି ଅନୁସରଣ କରାଯାଉଛି । ଅଭିଯାନରେ ଜନସାଧାରଣ ପୋଲିସକୁ ସହଯୋଗ କରନ୍ତୁ । ୧୧୨ ହେଲ୍ପଲାଇନ୍ ମାଧ୍ୟମରେ ଯେପରି ଗୁପ୍ତ ସୂଚନା ମିଳୁଛି, ସେଥିରୁ ପୋଲିସ ଦ୍ରୁତ କାର୍ଯ୍ୟାନୁଷ୍ଠାନ କରୁଛି। ଏହି ଅପରେଶନ୍ ଚକ୍ର ଅଭିଯାନ ଜାରି ରହିବ ଓ ଜନସାଧାରଣଙ୍କ ସୁରକ୍ଷା, ଶାନ୍ତି ଓ ସୁସ୍ଥ ପରିବେଶ ନିମନ୍ତେ ପୋଲିସ ସଦା ସତର୍କ ଓ ପ୍ରତିବଦ୍ଧ ରହିବ। ଅବୈଧ ମଦ ବିକ୍ରୟ ମଦ ତିଆରି ଓ ଚୋରା ଚାଲାଣ ବିରୋଧରେ ତୀବ୍ର ଅଭିଯାନ ଜାରି ରହିବ। ସମାଜର ସମସ୍ତ ଲୋକଙ୍କ ସହଯୋଗରେ ହିଁ ପୋଲିସ ଅଗ୍ରଣୀ ଭୂମିକା ନେବ। ଜନସାଧାରଣଙ୍କୁ ଅନୁରୋଧ ଅବୈଧ କାର୍ଯ୍ୟ ସମ୍ପର୍କରେ ଯେକୌଣସି ସୂଚନା ୧୧୨ ହେଲ୍ପଲାଇନକୁ ଦିଅନ୍ତୁ। Categories: ଅପରାଧ, ଓଡ଼ିଶା, ପୁରୀ, ହୋମ୍ Related Content କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ତରଫରୁ ରକ୍ତଦାନ ଉତ୍ସବ-୨୦୨୬ : ୨୮୬ ୟୁନିଟ ରକ୍ତ ସଂଗ୍ରହ by Proprietor Abhimanyu Maharana August 30, 2026 ନୟାଗଡ଼ରେ ଜାତୀୟ କ୍ରୀଡ଼ା ଦିବସ-୨୦୨୬ ପାଳିତ by Proprietor Abhimanyu Maharana August 30, 2026 ବନ୍ଦେ ଉତ୍କଳ ମହାସଂଘ ପକ୍ଷରୁ ରାଷ୍ଟ୍ରୀୟ ଲୋକକଳା ମହାକୁମ୍ବ ୨୦୨୬ ଅନୁଷ୍ଠିତ by Proprietor Abhimanyu Maharana August 30, 2026 ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବିଭିନ୍ନ ସମସ୍ଯାକୁ ନେଇ ବିଧାୟକ ରୂପେଶ ପାଣିଗ୍ରାହୀ ଙ୍କୁ ଦାବୀ ପତ୍ର ପ୍ରଦାନ by Proprietor Abhimanyu Maharana August 30, 2026 ଜାତୀୟ କ୍ରୀଡା ଦିବସ ଅବସରରେ କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 30, 2026 ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ପ୍ରଦର୍ଶନୀ ଫୁଟବଲ୍ ପ୍ରତିଯୋଗୀତା : ପ୍ରଶାସନ ଏକାଦଶ ବିଜୟୀ by Proprietor Abhimanyu Maharana August 30, 2026