Home ଓଡ଼ିଶା ବିଷାକ୍ତ ସାପ କାମୁଡାରେ ମହିଳାଙ୍କ ଅକାଳ ମୃତ୍ୟୁ : ଗ୍ରାମରେ ଶୋକ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ବାଲିପାଟଣା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ଦେଉଳିଧରପୁର ପଞ୍ଚାୟତ ଭେଙ୍କାଟରାୟପୁର, ଖୁଣ୍ଟିଆସାହି ଗ୍ରାମର ବିଜୟ କୁମାର ସେଠୀଙ୍କ ପତ୍ନୀ ଉର୍ମିଳା ସେଠୀ (୩୧) ଙ୍କର ଏକ ବିଷାକ୍ତ ସାପ କାମୁଡ଼ାରେ ଅକାଳ ମୃତ୍ୟୁ ଘଟିବା ନେଇ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ଉର୍ମିଳା ଗତ ଗୁରୁବାର ଦିନ ଅପରାହ୍ନ ସମୟରେ ଘରେ ଖାଇସାରି ନିଜ ବାସନ ଧୋଇବାକୁ ଯାଉଥିବା ବେଳେ ଘର ଦୁଆର ମୁହଁରେ କାଳରୁପି ଯମ ରୂପକ,ଏକ ବିଷାକ୍ତ ସାପ ଜଗି ରହିଥିଲା । ଅଜାଣତରେ ଉର୍ମିଳା ସେଠୀଙ୍କର ସାପଟି ଉପରେ ଗୋଡ ପଡିଯାଇଥିଲା । ସାପଟି ତାଙ୍କୁ ସେଠାରେ କାମୁଡି ଦେବାରୁ ସେ ଚେତାଶୂନ୍ୟ ହୋଇଥିଲେ । ଉର୍ମିଳାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ପରିବାର ଲୋକେ ପ୍ରଥମେ ନିମାପଡା ମେଡିକାଲ ଏଵଂ ପରେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ, ହେଲେ ଯମ ତାଙ୍କୁ ଛାଡିନଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଉର୍ମିଳାଙ୍କର ଏପରି ଅକାଳ ମୃତ୍ୟୁକୁ ନେ଼ଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଉର୍ମିଳାଙ୍କ ପରିବାର ଜଣେ ଗରିବ ଲୋକ ହେଇଥିବାରୁ ତାଙ୍କ ପରିବାରକୁ ସରକାର ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ କରାଯାଇଅଛି । Categories: ଓଡ଼ିଶା, କଟକ, ହୋମ୍ Related Content କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ତରଫରୁ ରକ୍ତଦାନ ଉତ୍ସବ-୨୦୨୬ : ୨୮୬ ୟୁନିଟ ରକ୍ତ ସଂଗ୍ରହ by Proprietor Abhimanyu Maharana August 30, 2026 ନୟାଗଡ଼ରେ ଜାତୀୟ କ୍ରୀଡ଼ା ଦିବସ-୨୦୨୬ ପାଳିତ by Proprietor Abhimanyu Maharana August 30, 2026 ବନ୍ଦେ ଉତ୍କଳ ମହାସଂଘ ପକ୍ଷରୁ ରାଷ୍ଟ୍ରୀୟ ଲୋକକଳା ମହାକୁମ୍ବ ୨୦୨୬ ଅନୁଷ୍ଠିତ by Proprietor Abhimanyu Maharana August 30, 2026 ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବିଭିନ୍ନ ସମସ୍ଯାକୁ ନେଇ ବିଧାୟକ ରୂପେଶ ପାଣିଗ୍ରାହୀ ଙ୍କୁ ଦାବୀ ପତ୍ର ପ୍ରଦାନ by Proprietor Abhimanyu Maharana August 30, 2026 ଜାତୀୟ କ୍ରୀଡା ଦିବସ ଅବସରରେ କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 30, 2026 ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ପ୍ରଦର୍ଶନୀ ଫୁଟବଲ୍ ପ୍ରତିଯୋଗୀତା : ପ୍ରଶାସନ ଏକାଦଶ ବିଜୟୀ by Proprietor Abhimanyu Maharana August 30, 2026