ଶରଣକୁଳ ପୁଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଓଡଗାଁ  (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :-  ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଅବସରରେ ଶରଣକୁଳ ପୋଲିସ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଶୁକ୍ରବାର ପାଳିତ ହୋଇଛି l ଏହି ଅବସରରେ ଶରଣକୁଳ ଅଂଚଳର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ସଭା ଲଡ଼ୁବାବାଙ୍କ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଶରଣକୁଳ ଥାନା ଭାରପ୍ରାପ୍ତ ଅଧିକାରୀ ସୁଜିତ କୁମାର ଦାସ, ସବ ଇନିସ୍ପେକ୍ଟର ଭୀମସେନ ମଲ୍ଲିକ,

ଏ ଏସ ଆଇ ସୁନୀଲ ଖାନ, ଡି. ରବୀନ, ପ୍ରୀତିମୟୀ ବଡ଼ଜେନା ପ୍ରମୁଖ ଯୋଗଦେଇ ଭାରତ ସ୍ୱାଧୀନତା ଆନ୍ଦୋଳନରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭୂମିକା ସହିତ ସେ କିପରି ରାଜୱାଡା ମାନଙ୍କୁ ଏକତା ସୂତ୍ରରେ ବାନ୍ଧି ଏକ ଏକତାବଦ୍ଧ ଭାରତ ଗଢ଼ିଥିଲେ ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଉଦବୋଧିତ କରିଥିଲେ l

ଏହାପରେ ଅଖଣ୍ଡ ଭାରତବର୍ଷରେ ସମସ୍ତେ ଏକତା ରଜ୍ଜୁରେ ବାନ୍ଧିହୋଇ ଭାରତ ମାତାର  ସମ୍ମାନ ରଖିବା ସହିତ ଗର୍ବ ଓ ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଶପଥ ପାଠ କରାଯାଇଥିଲା l ପରେ ପରେ ଛାତ୍ରଛାତ୍ରୀ ମାନେ ଜନ ସଚେତନତା ପାଇଁ ଲଡ଼ୁବାବାଙ୍କ ମନ୍ଦିର ଠାରୁ ଏକ ପଦଯାତ୍ରାରେ ବାହାରି ଡାକବଙ୍ଗଳା ଠାରେ ପହଂଚି ଫେରିଥିଲେ l

Exit mobile version