ପ୍ରେମ ଶାନ୍ତି ଅତ୍ମୀୟତା ସ୍ନେହ ଶ୍ରଦ୍ଧା ଭାବ ହିଁ ସର୍ବ ଶ୍ରେଷ୍ଠ ସମ୍ପଦ

ଜଗତସିଂହପୁର ( ଓଡିଶା ତାଜାନ୍ୟୁଜ ) ନି. ପ୍ର :- ପ୍ରେମ ଶାନ୍ତି ଅlତ୍ମୀୟତା ସ୍ନେହ ଶ୍ରଦ୍ଧା ଭାବ ହିଁ ସର୍ବ ଶ୍ରେଷ୍ଠ ସମ୍ପଦ l ସରଳ ଜୀବନହିଁ ସୁଖୀ ଜୀବନ, ଆଧ୍ୟାତ୍ମିକ ମାର୍ଗରେ ବ୍ୟକ୍ତି ନିଜ ଜୀବନକୁ ବନ୍ଧନ ମୁକ୍ତ, ଭୟ ମୁକ୍ତ କରି ଶାନ୍ତି ପାଇପାରିବ ବୋଲି ଶୁକ୍ରବାର ପବିତ୍ର ଅଁଳା ନବମୀ ତିଥିରେ ରାଧା ପାଦ ଦର୍ଶନ ଅବସରରେ ଧ୍ୟାନକୁଦ ପୀଠ ହାଜିପୁରର ଆଚାର୍ଯ୍ୟ ପ୍ରେମସାଗର ବାବା ଅରକ୍ଷିତ ଦାସଙ୍କ 64 ତମ ଜନ୍ମ ମହୋତ୍ସବରେ ବାବା ଶ୍ରୀ ଦାସ ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଛନ୍ତି l

ପଞ୍ଚସଖା ବିଶ୍ୱକଲ୍ୟାଣ ଆଧ୍ୟାତ୍ମିକ ସେବାସଂଘ ହାଜିପୁର ପକ୍ଷରୁ ଧ୍ୟାନକୁଦ ପୀଠରେ ଆୟୋଜିତ ବାବା ଅରକ୍ଷିତ ଦାସ ଙ୍କ ଜନ୍ମ ମହୋତ୍ସବରେ ଅନୁଷ୍ଠିତ ସଭାକୁ ସଂଯୋଜନା କରିଥିଲେ ରାମାୟଣୀ ଅଭୟ ଦାସ l ଏହି ସଭାରେ ବିଜ୍ଞାନୀ ଗୁରୁ ଶ୍ରୀ ସନ୍ଥ, ବାବା ଦିବାକର ଦାସ, ବାବା ଆର୍ତ୍ତ ତ୍ରାଣ, ପ୍ରଦ୍ୟୁମ୍ନ କିଶୋର ଦେବ, କୃଷ୍ଣ ବାବା,

ବାବା ନାରାୟଣ ଦାସ, ଟିକି ବାବା ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l ବହୁ ଶ୍ରଦ୍ଧାଳୁ ଭକ୍ତ ଓ ଆଧ୍ୟାତ୍ମିକ ବାଦି ଯୋଗଦେଇ ବାବାଙ୍କୁ ଗୁରୁ ଭାବରେ ପୂଜା କରିଥିଲେ l ବାବା ସମସ୍ତଙ୍କୁ ଆଶ୍ରିବାଦ ଦେଇଥିଲେ l ଦିବସ ସାରା ଭଜନ କୀର୍ତ୍ତନ କରାଯାଇ ଶ୍ରୀ ରାଧାଙ୍କ ପାଦ ଦର୍ଶନ କରାଯାଇଥିଲା l

Exit mobile version