ପୋଲିସ ପକ୍ଷରୁ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିବସ ଅବସରରେ ଜାତୀୟ ଏକତା ଦିବସ ପାଳନ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିବସ ଅବସରରେ ଜାତୀୟ ଏକତା ଦିବସ ଉପଲକ୍ଷେ ତୁରେକେଲା ଓ କଣ୍ଟାବାଞ୍ଜି ପୋଲିସ ପକ୍ଷରୁ ଗରିମାମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ତୁରେକେଲା ପୋଲିସ ଥାନାରେ ପ୍ରଥମେ ସପତ ପାଠ କରିବା ପରେ ଗୋଟିଏ ଜାତୀୟ ଏକତାକୁ ନେଇ ସଚେତନତା ବାର୍ତା ଦେବା ସହ ଶୋଭାଯାତ୍ରା ତୁରେକେଲା ମୁଖ୍ୟ ମାର୍ଗ ଦେଇ ଥାନା କୁ ପହଞ୍ଚିଥିଲା।

ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷଣ ବାଗ ମୁଖ୍ୟ ଅତିଥ୍‌ ଏବଂ ସରପଞ୍ଚ ଜଳନ୍ଧର ମହାକୁଡ଼ ଅତିଥି ଭାବେ ଯୋଗ ଦେଇ ଥୂବା ବେଳେ ଥାନା ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଦେଇ ଅର୍ପଣ କରିଥିଲେ । ସେହିପରି କଣ୍ଟାବାଞ୍ଜି ଥାନାରେ ମଧ୍ୟ ଥାନା ଅଧୂକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣଙ୍କ ନେତୃତ୍ୱରେ ସପତ ପାଠ କରିବା ସହ ଗୋଟିଏ ଶୋଭାଯାତ୍ରା ସହରର ମୁଖ୍ୟ ମାର୍ଗ ଦେଇ ଥାନାକୁ ଆସିଥିଲେ। ଏଥିରେ ମଧ୍ୟ କଲେଜର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ବିଧାୟକ ଶ୍ରୀ ବାଗ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅଦମ୍ୟ ସାହସ, ଦେଶଭକ୍ତି ଓ ଲୌହ ପୁରୁଷ ଭାବରେ ଜାତି ଏକତା ଗଠନରେ ତାଙ୍କ ଅବଦାନକୁ ସ୍ମରଣ କରାଇଥିଲେ। ଯୁବ ବର୍ଗଙ୍କୁ ଜାତୀୟ ଏକତା ଓ ସମନ୍ବୟର ସନ୍ଦେଶ ଦେଇଥିଲେ। ଅନୁଶାସନ ଓ ଦେଶ ଭକ୍ତିର ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ । ଯୁବ ପିଢ଼ିଙ୍କୁ ଜାତି ଗଠନରେ ସକ୍ରିୟ ଭୂମିକା ନେବାର ଆହ୍ଵାନ କଲେ । ଉଭୟ ଥାନା ଅଧୂକାରୀଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଶାନ୍ତି, ଏକତା ଓ ଜାତୀୟ ସଂଘଠନର ପ୍ରତୀକ ଭାବେ ସଫଳତାର ସହ ଅନୁଷ୍ଠିତ ହୋଇଥିଲା ।

Exit mobile version