ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ

ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ର ପ୍ରତିଷ୍ଠାନ ଅଧିକାରୀ କେ.ଭି.ଲକ୍ଷ୍ମୀଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟାଳୟ ଆନୁକୂଲ୍ୟରେ ସମ୍ମିଳନୀ କକ୍ଷରେ ଶୁକ୍ରବାର ଦିନ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ଦୁଇ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ଼ଃ ନିରଞ୍ଜନ ମହାନ୍ତି ଏବଂ ଗୋକୁଳ ଚନ୍ଦ୍ର ବଳବନ୍ତରାୟ ଯଥାକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା,

ସହଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ନାଥ ସ୍ୱାଇଁ, ଅମିତା ମିଶ୍ର, ପ୍ରାକ୍ତନ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମଚରଣ ବେହେରା, ବାମନ ଉଚ୍ଚ ବିଦ୍ୟାଳୟ ର ଭାର ପ୍ରାପ୍ତ ପ୍ରଧାନଶିକ୍ଷକ ପୀତବାସ ଲେଙ୍କା , ବୋଲଗଡ଼ ଓଷ୍ଟା ସଭାପତି ସୀତାକାନ୍ତ ମିଶ୍ର ଓ ସମ୍ପାଦକ ସୁରେଶ ଚନ୍ଦ୍ର ପଲେଇ, ବୋଲଗଡ଼ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ମଳୟ କୁମାର ପଣ୍ଡା, ସମ୍ପାଦକ ଅପର୍ତି ଅଟ୍ଟ, ବୋଲଗଡ଼ ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ଶୈଲେନ ପଟ୍ଟନାୟକ,

ସମ୍ପାଦକ ପ୍ରଫୁଲ୍ଲ କୁମାର ସିଂହ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ। ବିଭୁପ୍ରସାଦ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ବିଜୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।ସଭା ପ୍ରାରମ୍ଭରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ୱାଇଁ ଙ୍କ ସ୍ୱରଚିତ ଏବଂ ନିର୍ଦ୍ଦେଶିତ ବିଦାୟୀ ଗୀତିକା କୁ ଚତୁର୍ଭୁଜ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀଦ୍ୱୟ ଗାନ କରିଥିଲେ।ମୁଖ୍ୟ ଅତିଥି ଶ୍ରୀ ମହାନ୍ତି ବିଦାୟୀ ଅଧିକାରୀ ଶ୍ରୀମତୀ ଲକ୍ଷ୍ମୀଙ୍କର କାର୍ଯ୍ୟ, ସମୟାନୁବର୍ତିତା, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ସମସ୍ୟାର ଆଶୁ ସମାଧାନ ନିମିତ୍ତ ଆନ୍ତରିକ ପ୍ରୟାସ ପାଇଁ ଉଚ୍ଚ ପ୍ରଶଂସା କରିଥିଲେ।

ମୁଖ୍ୟ ବକ୍ତା ଶ୍ରୀ ବଳବନ୍ତରାୟ ଏ କାର୍ଯ୍ୟାଳୟ ଅନ୍ତର୍ଗତ ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ର ମାସିକ ବେତନ ଏବଂ ଅନ୍ୟାନ୍ୟ ପ୍ରାପ୍ୟ ସଠିକ ସମୟରେ ପ୍ରାପ୍ତ ହେବାପାଇଁ ନିଖୁଣ ଭାବରେ ନିଜର କାର୍ଯ୍ୟ ସମ୍ପାଦନ କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ଶ୍ରୀମତୀ ଲକ୍ଷ୍ମୀ ଜଣେ ମେଳାପୀ, ସୁଚରିତ୍ରା, ସୁଲକ୍ଷଣା, କର୍ତ୍ତବ୍ୟପରାୟଣା,ଦରଦୀ ବନ୍ଧୁ, ପ୍ରକୃତିପ୍ରେମୀ , ସହିଷ୍ଣୁ ଓ ନିୟମାନୁବର୍ତୀ ଅଧିକାରୀ ଥିଲେ। ସେ ଉକ୍ତ କାର୍ଯ୍ୟାଳୟରେ ଦୁଇ ବର୍ଷ ଛ ମାସରୁ ଉର୍ଦ୍ଧ୍ବ ସମୟ ଧରି କାର୍ଯ୍ୟ ସମ୍ପାଦନ ପରେ ପରେ ସରକାରୀ ଚାକିରି ରୁ ସେବା ନିବୃତ ହୋଇଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ଯୋଗଦାନ କରିଥିଲେ। ଉକ୍ତ ଉତ୍ସବରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ର କର୍ମଚାରୀ ଶେଖ୍ ମୁନୀର୍, ଶିବପ୍ରସାଦ ମିଶ୍ର, ବବ୍ରୁବାହନ ବେହେରା, ସଞ୍ଜୟ କୁମାର ଦଳାଇ, ସଞ୍ଜୟ କୁମାର ମନ୍ତ୍ରୀ,ଅଜୟ କୁମାର ବଳିୟାର ସିଂହ, ଶ୍ରୀରାମାଶିଷ ସାହୁ, ବେଣୁଧର ପରିଡ଼ା, ମିନାକ୍ଷୀ ବଳିୟାର ସିଂହ, ପ୍ରତାପ କୁମାର ସାହୁ ,ପ୍ରସନ୍ନ କୁମାର ମହାପାତ୍ର ଓ ସମସ୍ତ ସାଧନ କେନ୍ଦ୍ର ସଂଯୋଜକ ସହଯୋଗ କରିଥିଲେ। ପରିଶେଷରେ ବିଭୁ ରଞ୍ଜନ ରଥ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version