Home ଓଡ଼ିଶା ତୋସିବା ଟ୍ରାନ୍ସମିସନ ଆଣ୍ଡ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ by Proprietor Abhimanyu Maharana 11 months ago Share on FacebookShare on TwitterWhatsapp ପାୱାର ଗ୍ରୀଡ୍ ଏବଂ ତୋସିବା ଭାରତର ପ୍ରଥମ ସ୍ଵଦେଶୀ ୨୨୦ କେଭି ମୋବାଇଲ ଜି.ଆଇ.ଏସ୍ (ଏମ୍ -ଜିଆଇଏସ୍) ସିଷ୍ଟମର ଶୁଭାରମ୍ଭ କଲେ ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଭାରତର ବିଦ୍ୟୁତ ସରବରାହ କ୍ଷେତ୍ରରେ ଐତିହାସିକ ସଫଳତା ଭାବେ ଦେଶରେ ନିର୍ମିତ ପ୍ରଥମ ସ୍ଵଦେଶୀ ୨୨୦ କେଭି ମୋବାଇଲ ଗ୍ୟାସ-ଇନ୍ସୁଲେଟେଡ ସ୍ଵିଚ୍ଗିୟର (ଏମ୍-ଜିଆଇଏସ୍) ସିଷ୍ଟମ ତୋସିବା ଟ୍ରାନ୍ସମିସନ ଆଣ୍ଡ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ (ଟିଟିଡିଆଇ) ଦ୍ଵାରା ପାୱାର ଗ୍ରୀଡ୍ କର୍ପୋରେସନ ଅଫ୍ ଇଣ୍ଡିଆ (ପାୱାରଗ୍ରୀଡ୍)କୁ ପ୍ରଦାନ କରାଯାଇଛି । ଏହି ପ୍ରାରମ୍ଭ ଭାରତର ସରବରାହ ନେଟ୍ୱର୍କରେ ବୈଷୟିକ ନବସୃଜନ, ମାନକୀକରଣ ଏବଂ ସ୍ଵଦେଶୀକରଣକୁ ଅଗ୍ରାଧିକାର ଦେବାରେ ପାୱାରଗ୍ରୀଡ୍ର ନେତୃତ୍ଵକୁ ପୁନର୍ବାର ପ୍ରମାଣିତ କରିଛି। ୨୨୦ କେଭି ଏମ୍-ଜିଆଇଏସ୍ ସିଷ୍ଟମକୁ ପାୱାରଗ୍ରୀଡ୍ର ପରିଚାଳନାଗତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ଡିଜାଇନ ଏବଂ ନିର୍ମାଣ କରାଯାଇଛି। ପତାକା ଦେଖାଇ ଔପଚାରିକ ଭାବେ ତେଲେଙ୍ଗାନାସ୍ଥିତ ଟିଟିଡିଆଇ ଉତ୍ପାଦନ କେନ୍ଦ୍ରରୁ ଏହି ସିଷ୍ଟମର ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ଶ୍ରୀ ବାମ୍ସି ରାମ ମୋହନ ବୁର୍ରା (ନିର୍ଦ୍ଦେଶକ – ପ୍ରକଳ୍ପ), ଶ୍ରୀ ରାଜିଲ ଶ୍ରୀବାସ୍ତବା (କାର୍ଯ୍ୟକାରୀ ନିର୍ଦ୍ଦେଶକ – ପରିସମ୍ପତ୍ତି ପରିଚାଳନା), ଏବଂ ଶ୍ରୀ ଅଭୟ କୁମାର (ସିଜିଏମ୍ – ଭାରପ୍ରାପ୍ତ ଇଞ୍ଜିନିୟରିଂ) ପ୍ରମୁଖ ଉପସ୍ଥିତ ରହିଥିଲେ। ଗ୍ୟାସ୍-ଇନ୍ସୁଲେଟେଡ ସ୍ଵିଚ୍ଗିୟର (ଜିଆଇଏସ୍) ଏକ ସଂହତ ଏବଂ ଅତ୍ୟନ୍ତ ଭରସାଯୋଗ୍ୟ ପ୍ରଣାଳୀ ହୋଇଥିବା ବେଳେ ଏହାର ବ୍ୟବହାର ସୁରକ୍ଷିତ ଏବଂ ଦକ୍ଷ ଭାଵେ ଉଚ୍ଚ-ଭୋଲ୍ଟେଜ ବିଦ୍ୟୁତ ବିତରଣ କରିବା ପାଇଁ ହୋଇଥାଏ, ବିଶେଷକରି ସେହିପରି ସ୍ଥାନରେ ଯେଉଁଠି ଜାଗା ସୀମିତ ରହିଥାଏ। ଗତିଶୀଳତା ଏବଂ ତ୍ଵରିତ ପ୍ରତିକ୍ରିୟାର ଆବଶ୍ୟକତାକୁ ଦୃଷ୍ଟିରେ ରଖି, ପାୱାରଗ୍ରୀଡ୍ ଏକ ମୋବାଇଲ ଜିଆଇଏସ୍ (ଏମ୍-ଜିଆଇଏସ୍) ସମାଧାନର ପରିକଳ୍ପନା ଏବଂ ବୈଷୟିକ ରୂପରେଖ ପ୍ରସ୍ତୁତ କରିଵାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନର୍ଵାହ କରିଛି। ପାୱାରଗ୍ରୀଡ୍ର ପ୍ରାରମ୍ଭିକ ପଦକ୍ଷେପ ଅଧୀନରେ ଟିଟିଡିଆଇ ଦ୍ଵାରା ବିକଶିତ ଏବଂ ନିର୍ମିତ ଏହି ଏମ୍-ଜିଆଇଏସ୍ ପ୍ରଣାଳୀ ତ୍ଵରିତ ନିୟୋଜନ ପ୍ରଦାନ କରିଥାଏ ଏବଂ ଗ୍ରୀଡ୍ର ନମନୀୟତା, ଦୃଢ଼ତା, ଏବଂ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତିକୁ ସଶକ୍ତ କରିଥାଏ । ୨୨୦ କେଭି ଏମ୍ – ଜିଆଇଏସ୍ ପାୱାରଗ୍ରୀଡ୍ର ନିଖୁଣ ଡିଜାଇନ, ଗୁଣବତ୍ତା ଏବଂ ପ୍ରଦର୍ଶନ ମାନକ ପୂରଣ କରୁଛି। ଏହା ସୀମିତ ଭିତ୍ତିଭୂମି ଏବଂ ସମୟରେ ତ୍ଵରିତ ଗ୍ରୀଡ୍ ପୁନଃସ୍ଥାପନା, ଅସ୍ଥାୟୀ ବିଦ୍ୟୁତ ନିର୍ଗମନ, ଏବଂ ସବ୍ଷ୍ଟେସନ ବର୍ଦ୍ଧନ କରିଥାଏ। ଏହାର ମଡ୍ୟୁଲାର “କନେକ୍ଟ-ଡିସ୍କନେକ୍ଟ-ରିଡିପ୍ଲଏ” ବିଶେଷତ୍ଵ ପରିଚାଳନାଗତ କ୍ଷିପ୍ରତା ସୁନିଶ୍ଚିତ କରିଥାଏ, ଯାହାଦ୍ଵାରା ଆପାତକାଳୀନ ପରିସ୍ଥିତି ଏବଂ ନମନୀୟ ଗ୍ରୀଡ୍ ଆବଶ୍ୟକତା ପରିଚାଳନାରେ ଏହା ଗେମ-ଚେଞ୍ଜର ହୋଇପାରିଛି। ଏମ୍-ଜିଆଇଏସ ସମାଧାନ ମାନକ ଟ୍ରେଲର ପରିମାଣକୁ ସମାୟୋଜନ କରିବା ପାଇଁ ଡିଜାଇନ୍ କରାଯାଇଛି ଏବଂ ଏହାର ପରିବହନ ଏବଂ ନିୟୋଜନ ସମୟରେ ଆବଶ୍ୟକ ବୈଦ୍ୟୁତିକ କ୍ଲିୟରାନ୍ସ ଏବଂ ଯାନ୍ତ୍ରିକ ଚାପକୁ ପୂରଣ କରିବା ଦିଗରେ ପ୍ରସ୍ତୁତ କରାଯାଇଛି। “ଆମେ ଏହି ଉପଲବ୍ଧି ସମ୍ଭବ କରିବା ପାଇଁ ଏବଂ ଭାରତରେ ଇଭିଏଚ୍ ଗ୍ରୀଡ୍ ନେଟୱର୍କରେ ଗୁରୁତ୍ଵପୂର୍ଣ୍ଣ ପ୍ରୟୋଗ ଏବଂ ଆବଶ୍ୟକତାକୁ ସମର୍ଥନ ଦେଵା ନିମନ୍ତେ ଏକ ସ୍ଵଦେଶୀ ସମାଧାନ ସମ୍ଭଵ କରିଵା ପାଇଁ ପାୱାରଗ୍ରୀଡ୍ ସହିତ ସହଯୋଗ କରି ଗର୍ବ ଅନୁଭବ କରୁଛୁ। ଆମର ମେକ୍ ଇନ୍ ଇଣ୍ଡିଆ ପ୍ରତିବଦ୍ଧତାକୁ ମଜଭୁତ କରୁଥିଵା ଭାରତରେ ଏକ ଉତ୍କୃଷ୍ଟ ମୋଵାଇଲ ୨୨୦ କେଭି ଏମ୍ -ଜିଆଇଏସ୍ ସମାଧାନର ଡେଲିଭରି ଆମ ପାଇଁ ଏକ ଉଲ୍ଲେଖନୀୟ ଉପଲବ୍ଧି ଅଟେ। ଟିଟିଡିଆଇ ଆମର ଗ୍ରାହକମାନଙ୍କର ସ୍ଵତନ୍ତ୍ର, ଅନନ୍ୟ ଏବଂ ଅନୁକୁଳିତ ସମାଧାନ ତିଆରି କରିଵାରେ ସର୍ବାଗ୍ରେ ରହିଛି, ଯାହା ଆମ ଗ୍ରାହକଙ୍କର ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତା ଏବଂ ପ୍ରୟୋଗରେ ମୂଲ୍ୟ ଯୋଡ଼ିଥାଏ। ପାୱାରଗ୍ରୀଡ୍କୁ ପ୍ରଦାନ କରାଯାଇଥିବା ଏମ୍-ଜିଆଇଏସ୍ ସମାଧାନ ସମ୍ପୂର୍ଣ୍ଣ ଭାବରେ ଅନୁକୁଳିତ ଏବଂ ନେଟୱର୍କ(ଗୁଡ଼ିକ)ର ନମନୀୟତା ବୃଦ୍ଧି କରିବାରେ ବିଭିନ୍ନ ପ୍ରୟୋଗ ଅନୁସାରେ କୁଶଳତା ପୂର୍ବକ ପ୍ରସ୍ତୁତ କରାଯାଇଛି । ୨୨୦ କେଭି ଏମ୍-ଜିଆଇଏସ୍ ଆମର ଦକ୍ଷତା ପ୍ରଦର୍ଶନ କରିଥାଏ ଏବଂ ମେକ୍ ଇନ୍ ଇଣ୍ଡିଆ ପ୍ରୟାସକୁ ସାକାର କରିଥାଏ। ଭାରତର ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଆମେ ଆଗକୁ ମଧ୍ୟ ଆହୁରି ଏମ୍ -ଜିଆଇଏସ୍ ସମାଧାନ ପ୍ରସ୍ତୁତ କରିବୁ,” ବୋଲି ଟିଟିଡିଆଆର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିରୋସି ଫୁରୁତା କହିଛନ୍ତି। ଏମ୍-ଜିଆଇଏସ୍ ସମାଧାନ ଉଚ୍ଚ-ଭୋଲ୍ଟେଜ ନିର୍ଭରଯୋଗ୍ୟତାକୁ ରଣନୈତିକ ଆର୍ଥିକ ଦକ୍ଷତା ସହିତ ଯୋଡ଼ି ବ୍ୟାବହାରିକତା, ନବୀକରଣଯୋଗ୍ୟ ପ୍ରକଳ୍ପ, ଏବଂ ବିପର୍ଯ୍ୟୟ ପୁନଃସ୍ଥାପନା ପରିଚାଳନା ପାଇଁ ଏହାକୁ ଆଦର୍ଶ ହୋଇଥାଏ, ଯେଉଁଠାରେ ମୋବାଇଲ, ତ୍ଵରିତ, ଏବଂ ବିଶ୍ଵସନୀୟ ବିଦ୍ୟୁତ ସ୍ଥାନାନ୍ତରଣ ସମାଧାନ ଅତ୍ୟାଵଶ୍ୟକ ଅଟେ, ଏକ ସୁଦୃଢ ବିଦ୍ୟୁତ ଭିତ୍ତିଭୂମି ପାଇଁ ଏକ ଦୂରଦୃଷ୍ଟି ସମ୍ପନ୍ନ ନିବେଶ ଅଟେ। ଏହି ଏମ୍ -ଜିଆଇଏସ୍ ସମାଧାନ ନିର୍ମାଣ ବେଳେ ପ୍ରକଳ୍ପର ଆବଶ୍ୟକତାକୁ ପୂରଣ କରିବାରେ ଏବଂ ବିଦ୍ୟୁତ ପ୍ରଣାଳୀର ଅପରେସନ ଫେଜ୍ରେ ଉଚ୍ଚ ଉପଲବ୍ଧତା ବଜାୟ ରଖିବାରେ ଗେମ୍-ଚେଞ୍ଜର ସାବ୍ୟସ୍ତ ହେଵ। ଟିଟିଡିଆଇ ପାୱାରଗ୍ରୀଡ୍ ପାଇଁ ଦେଶର ପ୍ରଥମ ସ୍ଵଦେଶୀ 400 କେଭି ମୋବାଇଲ ଗ୍ୟାସ୍-ଇନ୍ସୁଲେଟେଡ ସ୍ଵିଚ୍ଗିୟର (ଜିଆଇଏସ୍) ପ୍ରଣାଳୀ ନିର୍ମାଣ କରି ଭାରତରେ ଏମ୍-ଜିଆଇଏସ୍ ସମାଧାନ କ୍ଷେତ୍ରରେ ସଵୁଵେଳେ ନୂତନ ଉପଲବ୍ଧିର ଶୃଙ୍ଖଳା ବଜାୟ ରଖିବ, ଯାହା 2026 ମସିହା ଅଗଷ୍ଟ ମାସ ସୁଦ୍ଧା ଡେଲିଭରି ହେବ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ, 132 କେଭି ସ୍ଵଦେଶୀ ଏମ୍-ଜିଆଇଏସ୍ ସମାଧାନର ଡେଲିଭରି 2025 ମସିହା ନଭେମ୍ବର ମାସରେ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍ Related Content Odiapreneur 3.0 State-Level Hackathon Inaugurated at IIT Bhubaneswar by Proprietor Abhimanyu Maharana October 1, 2026 ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା by Proprietor Abhimanyu Maharana October 1, 2026 ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା by Proprietor Abhimanyu Maharana October 1, 2026 ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ by Proprietor Abhimanyu Maharana October 1, 2026 ଫୁଲନଖରା - ନିଆଳି ମାଧବ ରାଜ୍ୟ ରାଜପଥର ଦୂରାବସ୍ଥା ନେଇ ବିଜେଡ଼ି ପକ୍ଷରୁ ରାସ୍ତାରୋକ by Proprietor Abhimanyu Maharana October 1, 2026 ଉତ୍କଳ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ by Proprietor Abhimanyu Maharana October 1, 2026