ରାମନାଗୁଡା ପୋଲିସ ଦ୍ୱାରା ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ମାରାଥନ ଦୌଡ଼ ଆୟୋଜିତ

ରାମନାଗୁଡା  (ଓଡ଼ିଶା ତାଜାନ୍ୟୁଜ୍) ନି.ପ୍ର :- ରାୟଗଡା ଜିଲ୍ଲା ରାମନାଗୁଡା ଥାନା ପକ୍ଷରୁ ସର୍ଦାର ବଲ୍ଲଭାଇ ପଟେଲଙ୍କ ୧୫୦ତମ ଜନ୍ମଜୟନ୍ତୀ ଓ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ରାମନାଗୁଡା ଥାନା ଅଧିକାରୀ ସୁନିତା ବେହେରା ଦ୍ୱାରା ଏକ ମାରାଥନ ଦୌଡ଼ ଆୟୋଜିତ ହୋଇଛି। ଏହି ମାରାଥନ ଆଜି ସକାଳ ୭ଟାରେ ମା ମଙ୍ଗଳା ଙ୍କ ମନ୍ଦିର ନିକଟରୁ ଆରମ୍ଭ ହୋଇ ଚାକୁଣ୍ଡା ପର୍ଯ୍ୟନ୍ତ ରାମନାଗୁଡା ମୁଖ୍ୟ ରାସ୍ତାରେ ଆୟୋଜିତ କରାଯାଇଥିଲା । ଏହି ମାରାଥନର ଉଦେଶ୍ୟ , ସର୍ଦାର ବଲ୍ଲଭଭାଇ ପଟେଲ ଭାରତର ଏକତା ଓ ଅଖଣ୍ଡତାର ପ୍ରତୀକ ଥିଲେ ଏବଂ ତାଙ୍କ ଜୀବନ ଓ ତ୍ୟାଗ ଆଜି ମଧ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣା ।

ଏହି ମାରାଥନ ମାଧ୍ୟମରେ ଯୁବପିଢ଼ି ଓ ସାଧାରଣ ଜନତାଙ୍କ ମଧ୍ୟରେ ଏକତା, ଶିଷ୍ଟାଚାର ଓ ଶାରୀରିକ ସ୍ୱାସ୍ଥ୍ୟ ସଚେତନତା ବାଢ଼ିବା ହିଁ ମୁଖ୍ୟ ଉଦ୍ଦେଶ୍ୟ । ଏହି ମାରାଥନ୍ କାର୍ଯ୍ୟକ୍ରମ ରେ ପ୍ରଥମ ସ୍ଥାନ ପ୍ରଦିପ ଜାଗରାଙ୍ଗା, ଦ୍ବିତୀୟ ସ୍ଥାନ ଧବଳେଶ୍ଵର କାଡ୍ରାକା ତୃତୀୟ ସ୍ଥାନରେ ଗଣପତି ଶବର ଏହି କାର୍ଯ୍ୟକ୍ରମରେ ୨୦୦ ରୁ ଅଧିକ ଅଂଶଗ୍ରହୀ ମାରାଥନରେ ସହଭାଗୀ ହୋଇ ଉତ୍ସାହ ପ୍ରକାଶ କରିଥିଲେ ।

ପୋଲିସ ବିଭାଗର ପୋଲିସ କର୍ମଚାରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ନାଗରିକମାନେ , ଲୋକପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଏଥିରେ ଯୋଗ ଦେଇଥିଲେ । ଏହି ଅବସରରେ ସମସ୍ତ ଅଧିକାରୀ ଓ ସହଭାଗୀମାନେ ଏକତା ଓ ଜାତୀୟ ସଙ୍ଗଠନର ପ୍ରତି ସଂକଳ୍ପ ଗ୍ରହଣ କରିଥିଲେ । ରାମନାଗୁଡା ପୋଲିସ ଦ୍ୱାରା ଏହି ଅଭିଯାନ ମାଧ୍ୟମରେ ଏକତା, ସୁସ୍ଥ ଜୀବନ ଓ ସକାରାତ୍ମକ ସନ୍ଦେଶ ପ୍ରଚାର ପାଇଁ ଏକ ସଫଳ ପଦକ୍ଷେପ ହୋଇଛି ।

Exit mobile version