ସ୍ବେଚ୍ଛାସେବୀ ସଙ୍ଗଠନ ବଦାନ୍ୟ ବନ୍ଧୁ ତରଫରୁ ; କରୋନା ଯୋଦ୍ଧା ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା – ବରଗଡ଼

ଓଡ଼ିଶା ତାଜା ନ୍ୟୁଜ (୧୫ ସେପ୍ଟେମ୍ବର ମଙ୍ଗଳବାର) ପଦ୍ମପୁର :- ବରଗଡ଼ ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଥିବା ସମୟରେ ଜନସାଧାରଣଙ୍କ ସମସ୍ୟା ଗୁଡ଼ିକୁ ହୃଦୟଙ୍ଗମ କରି କିଛି ବ୍ୟକ୍ତି ବିଶେଷ ନିଜର ବ୍ୟକ୍ତିଗତ ସମସ୍ୟା ତଥା ନିଜ ପରିବାରର ସମସ୍ୟାକୁ ପଛରେ ପକାଇ ଅନବରତ ଭାବେ ଲୋକଙ୍କ ସେବା କରି ଆସିଛନ୍ତି । ଏହି ସେବାକାର୍ଯ୍ୟ କରିବା ସମୟରେ ନିଜ ମଧ୍ୟ ଏହି କରୋନା ନାମକ ଭୁତାଣୁ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟକର୍ମୀ,ସଫେଇ କର୍ମୀ, ପୋଲିସ ବିଭାଗର କାର୍ଯ୍ୟା ଅତ୍ୟନ୍ତ ପ୍ରଶଂସନୀୟ ଅଟେ । ଏପରି ଅନେକ ବିଭାଗର କର୍ମଚାରୀ ଅଛନ୍ତି ସେମାନଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ ଏହା ତାଙ୍କ କାର୍ଯ୍ୟ ତୁଳନାରେ କମ୍ ହେବ । ଏପରି ଗୋଟିଏ ବିଭାଗ ଅଛି ଗଣମାଧ୍ୟମ ଏହି ବିଭାଗର କାର୍ଯ୍ୟ କରୁଥିବା ବ୍ୟକ୍ତି ମାନେ ଘରେ ରହି କାର୍ଯ୍ୟ କରି କେବେବି ସମ୍ଭବପର ନୁହେଁ ।

ଏଥିପାଇଁ ଏମାନଙ୍କୁ ଆଗ ଧାଡିର କରୋନା ଯୋଦ୍ଧା ଭାବରେ ବିବେଚନା କରି ବରଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ତରଫରୁ କରୋନାକୁ ପରାସ୍ତ କରି ସାରିଥିବା ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ପର୍ଯ୍ୟାୟ କ୍ରମେ ସମ୍ବର୍ଦ୍ଧିତ କରାଯାଉଛି । କିଛି ଦିନ ପୁର୍ବରୁ ନିଜ କାର୍ଯ୍ୟ କରୁଥିବା ସମୟରେ ବରଗଡ଼ ପ୍ରମେୟ ଖବରକାଗଜ ଜିଲ୍ଲା ପ୍ରତିନିଧି ଲଲାଟେନ୍ଦୁ ଦାଶ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ହୋମ୍ ଆଇସୋଲେସନରେ କିଛି ଦିନ ରହି ଚିକିତ୍ସିତ ହେବାପରେ ପୁଣିଥରେ ନିଜ କାର୍ଯ୍ୟରେ ଯୋଗଦାନ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ସ୍ବେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ତରଫରୁ ଆଜି ବରଗଡ଼ ସହରରେ ଥିବା ବଟେଶ୍ବର ଶିବ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଲଲାଟେନ୍ଦୁ ଦାଶଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବରଗଡ଼ ନିତିଦିନ ଜିଲ୍ଲା ପ୍ରତିନିଧି ବଦ୍ରି ପ୍ରସାଦ ସାହୁ, ବଡ଼ ଖବର ଜିଲ୍ଲା ପ୍ରତିନିଧି ରମଣୀ ରଂଜନ ବେହେରା, ନକ୍ଷତ୍ର ଜିଲ୍ଲା ପ୍ରତିନିଧି ଧୃବ କର୍ମୀଙ୍କ ସହିତ ଅରଗସ୍ ବ୍ୟୁରୋ ଚିପ୍ ମଳୟ ଭୋଇଙ୍କ ସହିତ ସ୍ବେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁର ମୁଖ୍ୟ ସୁବ୍ରତ କୁମାର ବିର୍ତ୍ତିଆ ଉପସ୍ଥିତ ରହି ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିଥିଲେ । ରିପୋର୍ଟ – ନିରୋଜ କୁମାର ପାଣୀ

Exit mobile version