Home ଓଡ଼ିଶା ଆମପାଇଁ ଗର୍ବର କଥା ଯେ ଓଡ଼ିଶାରୁ – ରଥଯାତ୍ରା, ବାଲିଯାତ୍ରା ଏବଂ ଦଣ୍ଡନାଟ ୟୁନେସ୍କୋ ହେରିଟେଜ୍ ଷ୍ଟାଟସ ପାଇବା ପାଇଁ କେନ୍ଦ୍ର ସରକାର ତାଲିକାଭୁକ୍ତ କରିଛନ୍ତି by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ୮୮ତମ ସଂସ୍କୃତି ଚର୍ଚ୍ଚା ସମାରୋହ ଓଡ଼ିଶା ରାଜ୍ୟ ଅଭିଲେଖାଗାର, ଭୁବନେଶ୍ୱର ବିଷୟ- ନୌବାଣିଜ୍ୟ, ବାଲିଯାତ୍ରା ଏବଂ ଓଡ଼ିଆ ଅସ୍ମିତା ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୮୮ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ପ୍ରାକ୍ତନ ପ୍ରଫେସର ଇତିହାସ ବିଭାଗ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ପ୍ରାକ୍ତନ କୁଳପତି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପ୍ରଫେସର ଅମିୟ କୁମାର ପଟ୍ଟନାୟକ । ସଂପାନରେ ମୁଖ୍ୟ ଅତିଥି ଭାବରେ ଯୋଗ ଦାନ କରିଥିଲେ ସ୍ୱତନ୍ତ୍ର ଶାସନ ସଚିବ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ ।ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ତଥା ସ୍ୱତନ୍ତ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ବନାନୀ ମହାପାତ୍ର । ଉକ୍ତ ଆଲୋଚନା ଚକ୍ରରେ ପଦ୍ମଶ୍ରୀ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ, ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ, ଡ. ନିବେଦିତା ମହାନ୍ତି, ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ, ଡ. ଖାରବେଳ ମହାନ୍ତି, ଡ. ଅନାମ ବେହେରା, ଡ. ସତ୍ୟନାରାୟଣ ମିଶ୍ର ଏବଂ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସମ୍ପାନର ମୁଖ୍ୟ ବକ୍ତା ପ୍ରଫେସର ଅମିୟ କୁମାର ପଟ୍ଟନାୟକ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରା ଉପରେ ବିସ୍ତୃତ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ନୌବାଣିଜ୍ୟ ଓଡ଼ିଶାର ଅର୍ଥନୈତିକ, ସାମାଜିକ ତଥା ସାଂସ୍କୃତିକ ବିଭବର ପରିଚୟ । ଶହ ଶହ ବର୍ଷ ଧରି ଓଡ଼ିଶାର ଅର୍ଥନୀତିକୁ ଏହା ସମୃଦ୍ଧ କରି ଆସିଅଛି । କୌଣସି ବୈଜ୍ଞାନିକ ପଦ୍ଧତିର ସାହାଯ୍ୟ ବିନା ଉତ୍କଳୀୟ ବଣିକମାନେ ସାତ ସମୁଦ୍ର ତେର ନଈ ପାରକରି ବିଭିନ୍ନ ରାଷ୍ଟ୍ର ସହିତ ନିଜର ସମ୍ପର୍କ ସ୍ଥାପନ କରି ବ୍ୟବସାୟ ବାଣିଜ୍ୟ କରିବା ସହିତ ସେଠାରେ ଉତ୍କଳୀୟ ସଂସ୍କୃତିର ପ୍ରଭାବ ମଧ୍ୟ ବିସ୍ତାର କରିବାରେ ସହାୟକ ହୋଇଥିଲେ । କାଳକ୍ରମେ ସେମାନେ ମଧ୍ୟ ସେଠାକାର ଶାସନ ପଦ୍ଧତି ସହିତ ଓତଃପ୍ରୋତଃ ଭାବରେ ଜଡ଼ିତ ହୋଇଗଲେ କିନ୍ତୁ ସବୁଠାରୁ ବଡ଼ କଥା ହେଲା ସୁଯୋଗ ଥିଲେ ମଧ୍ୟ ସାଧବମାନେ ହିନ୍ଦୁଧର୍ମ କିମ୍ବା ବୌଦ୍ଧଧର୍ମ ଭଳି ଉନ୍ନତ ଧର୍ମର ପ୍ରଚାର ପ୍ରସାର କରିନଥିଲେ । ସେମାନେ ନିଜର ସାଧୁତା ପାଇଁ ବାହାର ଦେଶରେ ଲୋକମାନଙ୍କ ଦ୍ୱାରା ଗ୍ରହଣୀୟ ହେଉଥିଲେ । ସମ୍ପାନର ମୁଖ୍ୟ ଅତିଥି ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ କହିଥିଲେ ଯେ କାର୍ତ୍ତିକ ପୂର୍ଣ୍ଣିମା ଅନ୍ୟମାନଙ୍କ ପାଇଁ ଏକ ପର୍ବ ହୋଇପାରେ ହେଲେ ଓଡ଼ିଆ ମାନଙ୍କ ପାଇଁ ଏହା ଏକ ସ୍ୱାଭିମାନର ପ୍ରତୀକ । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆ ଗସ୍ତରେ ଯାଇଥିବା ସମୟରେ ବାଲି ଠାରେ ସେ କଟକର ବାଲିଯାତ୍ରା ସମ୍ପର୍କରେ ଉଲ୍ଲେଖ କରିଥିଲେ । ଓଡ଼ିଶା ସରକାର ବାଲିଯାତ୍ରା ସମ୍ପର୍କିତ ତଥ୍ୟ ସମ୍ବଳିତ ଦସ୍ତାବିଜକୁ ସଂଗ୍ରହ କରି କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀକୁ ପ୍ରେରଣ କରିଛନ୍ତି, ଯାହା ପରବର୍ତ୍ତୀ ସମୟରେ ୟୁନେସ୍କୋ କୁ ପ୍ରେରଣ କରାଯିବ । ଆମପାଇଁ ଗର୍ବର କଥା ଯେ ଓଡ଼ିଶାରୁ – ରଥଯାତ୍ରା, ବାଲିଯାତ୍ରା ଏବଂ ଦଣ୍ଡନାଟ ୟୁନେସ୍କୋ ହେରିଟେଜ୍ ଷ୍ଟାଟସ ପାଇବା ପାଇଁ କେନ୍ଦ୍ର ସରକାର ତାଲିକାଭୁକ୍ତ କରିଛନ୍ତି । ଆଲୋଚନାଚକ୍ରରେ ଓଡିଶାର ଅନେକ ଗବେଷକ, ଐତିହାସିକ, ବୁଦ୍ଧିଜୀବି, ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ପ୍ରାଧ୍ୟାପକ, ଛାତ୍ରଛାତ୍ରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଓ ପରିଶେଷରେ ବିଷୟ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ତରଫରୁ ରକ୍ତଦାନ ଉତ୍ସବ-୨୦୨୬ : ୨୮୬ ୟୁନିଟ ରକ୍ତ ସଂଗ୍ରହ by Proprietor Abhimanyu Maharana August 30, 2026 ନୟାଗଡ଼ରେ ଜାତୀୟ କ୍ରୀଡ଼ା ଦିବସ-୨୦୨୬ ପାଳିତ by Proprietor Abhimanyu Maharana August 30, 2026 ବନ୍ଦେ ଉତ୍କଳ ମହାସଂଘ ପକ୍ଷରୁ ରାଷ୍ଟ୍ରୀୟ ଲୋକକଳା ମହାକୁମ୍ବ ୨୦୨୬ ଅନୁଷ୍ଠିତ by Proprietor Abhimanyu Maharana August 30, 2026 ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବିଭିନ୍ନ ସମସ୍ଯାକୁ ନେଇ ବିଧାୟକ ରୂପେଶ ପାଣିଗ୍ରାହୀ ଙ୍କୁ ଦାବୀ ପତ୍ର ପ୍ରଦାନ by Proprietor Abhimanyu Maharana August 30, 2026 ଜାତୀୟ କ୍ରୀଡା ଦିବସ ଅବସରରେ କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 30, 2026 ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ପ୍ରଦର୍ଶନୀ ଫୁଟବଲ୍ ପ୍ରତିଯୋଗୀତା : ପ୍ରଶାସନ ଏକାଦଶ ବିଜୟୀ by Proprietor Abhimanyu Maharana August 30, 2026