ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ବିଧାୟକ ନିଜ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପ୍ରଦାନ କଲେ

ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଉପାନ୍ତ ତଥା ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥ ମନ୍ଦିର. ଗତ କିଛି ମାସ ହେଲା ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ଏହି ମନ୍ଦିର ନିର୍ମାଣ ପାଇଁ ବର୍ତ୍ତମାନ ପାରଳାଖେମୁଣ୍ଡି ବିଧାୟକ ରୁପେଶ କୁମାର ପାଣିଗ୍ରାହୀ

ତାଙ୍କ ବିଧାୟକ ପାଣ୍ଠିରୁ 50 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି. ବିଧାୟକ ରୁପେଶ ପାଣିଗ୍ରାହୀ ମନ୍ଦିର ନିର୍ମାଣ ପାଇଁ 50 ଲକ୍ଷ ଟଙ୍କା ପ୍ରଦାନ କରିଥିବାରୁ ପାରଳା ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କମିଟିର ସଦସ୍ୟ ତଥା ଜଗନ୍ନାଥଙ୍କ ଭକ୍ତ ଏବଂ କମିଟିର ସମସ୍ତ ସଦସ୍ୟ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କୁ ସାଧୁବାଦ ଜଣାଇଛନ୍ତି.l

Exit mobile version