ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ଅବସରରେ ଶାସ୍ତ୍ରୀୟ ପରମ୍ପରା ଅନୁଯାୟୀ ଶ୍ରୀକୃଷ୍ଣ ଭଗବାନ ପ୍ରଥମ ଗୋ ଚାରଣ କରିଥିଲେ। ଏହି ସ୍ମରଣୀୟ ଦିବସ ଅବସରରେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ପରିଚାଳିତ ଗୋବିନ୍ଦ ଗୋଧାମ ଗୋଶାଳା ପରିସରରେ ଗୋଷ୍ଟାଷ୍ଟମୀ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି ।

ଟ୍ରଷ୍ଟର ପ୍ରତିଷ୍ଠାତା ଟ୍ରଷ୍ଟି ତଥା ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ତତ୍ତ୍ଵାବଧାନରେ ଦିବ୍ୟତା ସହିତ ଗୋପୂଜନ ସହିତ ଗୋମାତାଙ୍କୁ ଲଡୁ ପ୍ରସାଦ ଓ ଚାରା ବଣ୍ଟନ କରାଯାଇଥିଲା । ଏହି ଅବସରରେ ନେବଳ ଦାସ ମଠର ମହନ୍ତ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ଡ ରାମ ଚରଣ ଦାସ ଜୀ ମହାରାଜ ଉପସ୍ଥିତ ରହି ଦେଶ ବାସୀଙ୍କୁ ଗୋ ସନ୍ଦେଶ ପ୍ରଦାନ କରି କହିଲେ ଘରେ ଘରେ ଗୋଶାଳା ହେବା ଜରୁରୀ,
