ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ : 153 ପଞ୍ଜିକରଣ

ଜଗତସିଂହପୁର ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ବିରିଡି ବ୍ଲକ ପ୍ରଶାସନ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ପକ୍ଷରୁ ଗୁରୁବାର ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଭିନ୍ନ ବିଭାଗରେ ମୋଟ 153 ଜଣ ନିଜ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ l ଏହାକୁ ତିର୍ତୋଲ ବିଧାୟକ ଡ଼ଃ ରମାକାନ୍ତ ଭୋଇ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ l

ଅନ୍ୟମାନଙ୍କ ମଧ୍ୟର ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାଶ, ବିଡ଼ିଓ ଆୟୁଷି ପତି ଯୋଗଦେଇଥିଲେ l ଡାକ୍ତର ମାନଙ୍କ ମଧ୍ୟରେ ଡା. ଶ୍ରୀମନ୍ତିନି ରାଉତ ନାସା କର୍ଣ୍ଣ ଗଳା ବିଭାଗର 7 ଜଣ ରୋଗୀଙ୍କୁ ପରୀକ୍ଷା କରିଥିଲେ, ଡା. ସିଦ୍ଧାର୍ଥ ଶଙ୍କର ମହାନ୍ତି ଅସ୍ତି ସଲ୍ୟ ବିଭାଗର 67 ଜଣ ରୋଗୀଙ୍କୁ ପରୀକ୍ଷା କରିଥିଲେ,

ଡା. ଆୟସା କାନ୍ତ ଦାଶ ଚକ୍ଷୁ ବିଭାଗର 8 ଜଣ ରୋଗୀଙ୍କୁ ପରୀକ୍ଷା କରିଥିଲେ, ଡା. ମନୋଜ ପରିଡା ମାନସିକ ଅନଗ୍ରସର ବିଭାଗ ପକ୍ଷରୁ 28 ଜଣ ରୋଗୀଙ୍କୁ ପରୀକ୍ଷା କରିଥିଲେ, ଡା. ରାମପ୍ରସାଦ ସାହୁ ଭେଷଜ ବିଭାଗର 4 ଜଣ ରୋଗୀଙ୍କୁ ପରୀକ୍ଷା କରିଥିଲେ, ଡା. ବିଜୟ କୁମାର ମହାନ୍ତି ସ୍ନାୟୁ ବିଭାଗର 21 ଜଣ ରୋଗୀଙ୍କୁ ପରୀକ୍ଷା କରିଥିଲେ,

ଡା. ସତୀର୍ଥ ସଂକଳ୍ପ ସ୍ନାୟୁ ବିଭାଗ ରୋଗୀଙ୍କୁ ପରୀକ୍ଷା କରିବାରେ ସହଯୋଗ କରିଥିଲେ, ଏଠାରେ 1 ଜଣ ଥାଲାସ ମିଆଁ ରୋଗୀଙ୍କୁ ଚିକିତ୍ସା କରାଯାଇଥିଲା, ଡା. ଆନନ୍ଦ ପ୍ରକାଶ ଲେଙ୍କା ନାସା କର୍ଣ୍ଣ ଗଳା ରୋଗୀଙ୍କୁ ଚିକିତ୍ସା କରିବାରେ ସହଯୋଗ କରିଥିଲେ, l 10 ଜଣ ରୋଗୀ ଙ୍କର ଦରଖାସ୍ତ ରଦ୍ଦ କରାଯାଇଥିଲା 7 ଜଣ ରୋଗୀଙ୍କୁ ଚିକିତ୍ସା ପାଇଁ ବଡ ଡାକ୍ତର ଖାନାକୁ ପଠାଯାଇଥିଲା l.

କାର୍ଯ୍ୟ କ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଜ୍ୟୋତିର୍ମୟୀ ସ୍ୱାଇଁ ପରିଚାଳନା କରିଥିବା ବେଳେ ସହଯୋଗ କରିଥିଲେ କନିଷ୍ଠ ସହାୟକ ବିଶ୍ୱଜିତ ବିଶ୍ୱାଳ, ପ୍ରୋଗ୍ରାମ ସହାୟକ ସସ୍ମିତା ଓଝା ଙ୍କ ସହ ବ୍ଲକର ସମସ୍ତ କର୍ମଚାରୀ l

Exit mobile version