
ନୂଆପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଉପନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ନୂଆପଡ଼ାରେ ବିଜେଡିର ଶକ୍ତି କ୍ରମଶଃ ବଢ଼ିବାରେ ଲାଗିଛି । ଗୁରୁବାର ନୂଆପଡ଼ା ବ୍ଲକ ଅନ୍ତର୍ଗତ କେରମେଲୀ ପଞ୍ଚାୟତ ଠାରେ ଶତାଧିକ ବିଜେପି ଓ କଂଗ୍ରେସ ଯୁବ କର୍ମୀ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।

