Home ଓଡ଼ିଶା ନୂଆପଡ଼ାରେ ବିଜେଡି ପ୍ରତି ବଢ଼ୁଛି ଜନତାଙ୍କ ଆସ୍ଥା ସ୍ନେହାଙ୍ଗିନୀଙ୍କୁ ମିଳୁଛି ବିଜୟ ପ୍ରତିଶ୍ରୁତି by Proprietor Abhimanyu Maharana 7 months ago Share on FacebookShare on TwitterWhatsapp ନୂଆପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି, ନୂଆପଡ଼ାରେ ନିର୍ବାଚନୀ ଉଷ୍ମତା ସେତିକି ବଢ଼ିବାରେ ଲାଗିଛି । ଗୁରୁବାର ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ନୁଆପଡା ବ୍ଲକ ଅଧୀନସ୍ଥ କୋଡୋମେରୀ, ଭୋଇରବାଡ଼ି, ସାଲିହା ଓ ଆମସେନାରେ ପଞ୍ଚାୟତରେ ପ୍ରଚାର ପାଇଁ ପହଞ୍ଚି ଥିବା ବେଳେ ସ୍ଥାନୀୟ ଜନତା ତାଙ୍କୁ ଭବ୍ୟ ସମ୍ୱର୍ଦ୍ଧନା ସହିତ ପାଛୋଟି ନେଇଥିଲେ । ଏହି ଅବସରରେ ଆୟୋଜିତ ଜନସଭାରେ ଶ୍ରୀମତୀ ଛୁରିଆ ଯୁବ ଓ ଛାତ୍ର ଗୋଷ୍ଠୀଙ୍କ ସମେତ ମହିଳା, କୃଷକ, ଆଦିବାସୀ ଓ ଦଳିତ ବର୍ଗ ଏବଂ ଶ୍ରମିକମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବୁଝିଥିଲେ । ସ୍ଥାନୀୟ ବାସିନ୍ଦା ମୁଖ୍ୟତଃ କୃଷି, ଜଙ୍ଗଲ ଓ ଛୋଟମୋଟ ବ୍ୟବସାୟ ଉପରେ ନିର୍ଭର କରୁଥିବା ବେଳେ ଆଗକୁ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ନିରନ୍ତର ଉଦ୍ୟମ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । କେବଳ ସେମାନଙ୍କ ଜୀବନ ଜୀବିକା ନୁହେଁ, ମୌଳିକ ସୁବିଧା ସୁଯୋଗ ସୁନିଶ୍ଚିତ କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ନୂଆପଡ଼ାରେ ବିଜେଡି ଜିତିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଦୃଷ୍ଟିଭଙ୍ଗି ନେଇ କାମ କରିବେ ବୋଲି ସ୍ଥାନୀୟ ଲୋକଙ୍କୁ ଶ୍ରୀମତୀ ଛୁରିଆ ଆଶ୍ୱାସନା ଦେଇଥିଲେ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ହୋଇଥିବା ଉନ୍ନୟନ ଓ ସମୃଦ୍ଧି ଯାତ୍ରାକୁ ଅବିରତ ଜାରି ରଖିବା ପାଇଁ ଶଙ୍ଖ ଚିହ୍ନରେ ଭୋଟ ଦେବା ଲାଗି ଚାରି ପଞ୍ଚାୟତର ବାସିନ୍ଦା ସହମତି ପ୍ରକାଶ କରିଥିଲେ । ସେମାନେ କହିଥିଲେ ଯେ ନବୀନ ବାବୁଙ୍କ ଶାସନ କାଳରେ ଯେଉଁ ସବୁ ବିକାଶମୂଳକ କାର୍ଯ୍ୟ ହୋଇଛି ତାହା ଆଗକୁ ମଧ୍ୟ ଜାରି ରହିବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଆଜି ଶ୍ରୀମତୀ ଛୁରିଆ ଚୁହୁରି, ଭୋଇରବାଡ଼ି, ସରେଇପାଲି, ମାଗୁରପାଣି ହାଟ, ଝାଲବାହାଲ, ଆମସେନା, ଚନାବେଡା ଗ୍ରାମରେ ଆୟୋଜିତ ଜନସଭାରେ ପ୍ରଚାର କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ଼ଃ ଅରୁଣ ସାହୁ କହିଥିଲେ ଯେ ନୂଆପଡ଼ାର ଲୋକମାନେ ଅତୀତରେ ବିଜେଡିକୁ ଅସାଧାରଣ ସମର୍ଥନ ଦେଇଛନ୍ତି ଏବଂ ଆଗକୁ ମଧ୍ୟ ଏହି ଧାରା ଜାରି ରହିବ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାକୁ ଯେତେବେଳେ ଆସିବେ, ଏହି ସମର୍ଥନ ମହାଦ୍ରୁମରେ ପରିଣତ ହେବ । ଉପନିର୍ବାଚନରେ ବିଜେଡି ବିପୁଳ ଭୋଟରେ ଜିତିବ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟୁକୁନି ସାହୁ, ନିରଞ୍ଜନ ପୂଜାରୀ, ରୀତା ସାହୁ, ରମେଶ ମାଝୀ, ପ୍ରଦୀପ ସାହୁ, ନିହାର ରଞ୍ଜନ ବେହେରା, ପ୍ରଶାନ୍ତ ବେହେରା ଓ ସାରଦା ଜେନା ପ୍ରମୁଖ ବରିଷ୍ଠ ନେତା ଉପସ୍ଥିତ ରହି ନବୀନ ବାବୁଙ୍କ ପୂର୍ବପରି ଆଶୀର୍ବାଦ କରିବା ପାଇଁ ଆହ୍ୱାନ ଜଣାଇଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ନୂଆପଡ଼ା, ମହାନଗର, ରାଜନୀତି, ହୋମ୍ Related Content ଆପ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି by Proprietor Abhimanyu Maharana June 12, 2026 ଓଡ଼ିଶା ମଧ୍ଯାହ୍ନ ଭୋଜନ ପାଚିକା ସଂଘ ଓ ସିଆଇଟିୟୁ : ପୁରୀଜିଲ୍ଲା ପକ୍ଷରୁ ବିକ୍ଷୋଭ ଓ ୯ଦଫା ଦାବିପତ୍ର ପ୍ରଦାନ by Proprietor Abhimanyu Maharana June 12, 2026 ଷ୍ଟେଟ ବ୍ୟାଙ୍କ ଓ ଦ ବେଲ୍ ତତଫରୁ ବିନ୍ଦୁଏ ରକ୍ତ ସିନ୍ଧୁଏ ଜୀବନ କାର୍ଯ୍ୟକ୍ରମ by Proprietor Abhimanyu Maharana June 12, 2026 ପାଇଖାନା ଘେରା ଲଜିଂ ପରିସରରେ ବିଷ୍ଣୁଙ୍କ ନାମଯଜ୍ଞ by Proprietor Abhimanyu Maharana June 12, 2026 ଦେବସ୍ନାନ ପୂର୍ଣ୍ଣିମା ୨୦୨୬ ଲାଗି ବ୍ୟାପକ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ମୁଖ୍ୟାଳୟରେ ଡିଜିପିଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ by Proprietor Abhimanyu Maharana June 12, 2026 ହାଇ-ଟେକ୍ ମେଡିକାଲ୍ କଲେଜ କକ୍ଲିୟର ଇମ୍ପ୍ଲାଣ୍ଟ କାର୍ଯ୍ୟକ୍ରମ by Proprietor Abhimanyu Maharana June 12, 2026