ମୀନକେତନଙ୍କୁ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭର୍ତ୍ତା ମିଳିବ କେବେ ?

ବୋଲଗତ  (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :-  ବୋଲଗଡ଼ ବ୍ଲକ ବଡ଼କୁମାରୀ ପଞ୍ଚାୟତ ଅନ୍ତର୍ଗତ ଶ୍ରୀଚନ୍ଦନପୁର ନୁଆସାହି ନିବାସୀ ସ୍ବର୍ଗତ ଘନଶ୍ୟାମ ବଳିୟାର ସିଂହଙ୍କ ସୁପୁତ୍ର ମୀନକେତନ ବଳିୟାରସିଂହଙ୍କୁ ୮୩ ବର୍ଷ ବୟସ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ନୂତନ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା ୩ହଜାର ୫ ଶହ ସରକାରୀ ଆର୍ଥିକ ଅନୁଦାନ ମିଳିପାରିନାହିଁ ! ବର୍ତ୍ତମାନ ସେ ଅତ୍ୟନ୍ତ ଗରିବ, ଭୂମିହୀନ, ବାସହୀନ ଓ ଅନ୍ଧ ବୃଦ୍ଧା ଅଟନ୍ତି !

ତାଙ୍କ ଆଖିକୁ ଦେଖାଯାଉ ନଥିବାରୁ ତାଙ୍କର ଜୀବନ ସାଥି ତଥା ଧର୍ମ ପତ୍ନୀବୁଧେଇ ଦେଇ ବାଟ ଚାଲିବାରେ ସହାୟକ ହୋଇଥାନ୍ତି ! ନୂତନ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ବଡ଼କୁମାରୀ ଗ୍ରାମପଞ୍ଚୟତ କାର୍ଯ୍ୟଳୟରେ ସେ ଲିଖିତ ଆବେଦନ କରି ସରପଞ୍ଚ ପ୍ରଫୁଲ୍ଲ ପ୍ରଧାନଙ୍କୁ ବାରମ୍ବାର ଅନୁରୋଧ କଲେ ମଧ୍ୟ ସେ ଏଥିପ୍ରତି କର୍ଣ୍ଣପାତ କରୁ ନାହାଁନ୍ତି !

ତେଣୁ ଗରିବ ଅସହାୟ ବୃଦ୍ଧl ଶ୍ରୀ ବଳିୟାରସିଂହ ବାଧ୍ୟ ହୋଇ ନିଜର ଜୀବନ ସାଥି ତଥା ଧର୍ମ ପତ୍ନୀ ବୁଧେଉ ଦେଇଙ୍କ ସହିତ ବହୁ କଷ୍ଟରେ ବୋଲଗଡ଼ ବ୍ଲକକୁ ଯାଇ ବିଡ଼ିଓ ସୁମନ ସୁଧା କୁଣ୍ଡୁଙ୍କୁ ନିଜର ଦୁଃଖ ଜଣାଇ ଗରିବ ଗୁହାରି କରି ନୂତନ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ପାଇବାକୁ ଅନୁରୋଧ କରିଅଛନ୍ତି ! ବିଡ଼ିଓ ସୁମନ ସୁଧା କୁଣ୍ଡୁ ଏହାକୁ ଗୁରୁତର ସହିତ ବିଚାର କରିବେ ବୋଲି ତାଙ୍କୁ ଆଶ୍ୱାସନା ଦେଇଅଛନ୍ତି !

Exit mobile version