ଜରି ପାଲ ତଳେ ବିତୁଛି ରବୀନ୍ଦ୍ରଙ୍କର ଜୀବନ

ବୋଲଗଡ  (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :-  ଗ୍ରାମାଞ୍ଚଳର ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଖଟି ଖିଆ ଦିନମଜୁରିଆ ତଥା ଵାସହୀନ ଲୋକମାନଙ୍କୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୋଟିଏ ସ୍ଥାୟୀ ପକ୍କା ଗୃହ ନିର୍ମାଣ କରିବା ପାଇଁ ୨ ଲକ୍ଷ ୨୦ ହଜାର ସରକାରୀ ଆର୍ଥିକ ଅନୁଦାନ ଯୋଗାଇ ଦେଉଅଛନ୍ତି l ବୋଲଗଡ ବ୍ଲକ ଅଞ୍ଚଳରେ ପ୍ରକୃତ ଗରିବ ହିତାଧିକାରୀ ଖଣ୍ଡିଏ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ନିର୍ମାଣ କରିବା ପାଇଁ ଏହି ସରକାରୀ ଆର୍ଥିକ ଅନୁଦାନ ପାଇପାରୁନାହିଁ l

ବୋଲଗଡ ବ୍ଲକ ଫାସୀଓଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗୀସାହି ଗ୍ରାମର ଗରିବ ଖଟିଖିଆ ଦିନ ମଜୁରିଆ ରବୀନ୍ଦ୍ର ବିଶ୍ୱାଳ ତଥା ତାର ପରିବାର ବର୍ଗଙ୍କର ଜୀବନ ଖଣ୍ଡିଏ ସ୍ଥାୟୀ ପକ୍କାଘର ଅଭାବରୁ ଝାଟିମାଟି ଚାଳ ଛପର ଜରିପାଲ ଘେରା ଭଙ୍ଗା କୁଡ଼ିଆ ଘରେ ଜୀବନ କଟୁଅଛି l ରବୀନ୍ଦ୍ର ଏକ ଅତ୍ୟନ୍ତ ଗରିବ ଦିନ ମଜୁରିଆ ହୋଇଥିବାରୁ ଆର୍ଥିକ ଅଭାବରୁ ଏକ ସ୍ଥାୟୀ ପକ୍କାଘର ନିର୍ମାଣ କରିପାରୁନାହିଁ ଓ ସବୁଦିନ କାମ ତାକୁ ମିଳୁନଥିବାରୁ ତାର ପରିବାର ବର୍ଗ ଦିନେ ଖାଇଲେ ଦୁଇଦିନ ଉପବାସ ରହିଥାନ୍ତି l

ତେଣୁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଦିନ ଦରିଦ୍ର ଗରିବ ଖଟିଖିଆ ଦିନ ମଜୁରିଆ ରବୀନ୍ଦ୍ର ପରିବାରର ସୁରକ୍ଷା ପାଇଁ ଖଣ୍ଡିଏ ପକ୍କା ସ୍ଥାୟୀ ଗୃହ ନିର୍ମାଣ କରିବାକୁ ସରକାରୀ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଟାଙ୍ଗୀସାହି ଗ୍ରାମବାସୀମାନେ ଅନୁରୋଧ କରିଅଛନ୍ତି l

Exit mobile version