ବାତ୍ଯା ମୋନ୍ଥା ହୋଇଛି ଦୁର୍ବଳ ସମୁଦ୍ରକୂଳ ଖାଁ ଖାଁ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାତ୍ଯା ମୋନ୍ଥାର ପ୍ରଭାବରେ ସମୁଦ୍ରର ଘୁ ଘୁ ଗର୍ଜନ ସାଇଁସାଇଁ ପବନ ତୁହାକୁ ତୁହା ଲହରା ବର୍ଷା ବୁଧବାର ସଂଧ୍ଯା ସୁଦ୍ଧା ଆସ୍ତେ ଆସ୍ତ କମିବାରେ ଲାଗିଛି । ପୁରୀକୁ ଆସିଥିବା ହଜାର ହଜାର ପର୍ଯ୍ୟଟକ ଫେରିଯାଇଥିବା ବେଳେ ପର୍ଯ୍ୟଟକ ପୁରୀ ଆସିବା ବନ୍ଦ ହୋଇଯାଇଛି ।

ବାତ୍ଯା ଯୋଗୁ ପର୍ଯ୍ୟଟକ ଚିଲିକା ର ଡଲଫିନ ଓ ମୁହାଣକୁ ଯିବା ପାଇଁ ବାରଣ କରାଯାଇଛି । ନନ୍ଦନକାନନ ଚିଡିଆଖାନା ବନ୍ଦ ହୋଇଥିବାରୁ ପୁରୀରେ ଥିବା ପର୍ଯ୍ୟଟକ ମାନେ ଟୁର ଆଣ୍ଡ ଟ୍ରାଭେଲରେ କରାଯାଇଥିବା ଟିକେଟକୁ ବାତିଲ କରାଯାଇଛି । ସେହିପରି କୋଣାର୍କ ମନ୍ଦିରରେ ପାଣି ଜମିଥିବାରୁ ପର୍ଯ୍ୟଟକ ମାନଙ୍କୁ ଛଡାଯାଉନାହିଁ ।

ଦକ୍ଷିଣ ଭାରତରୁ ପୁରୀକୁ ଆସୁଥିବା ଟ୍ରେନ ଗୁଡିକ ବାତିଲ କରାଯାଇ ଥିବାରୁ ପୁରୀକୁ ପର୍ଯ୍ୟଟକ ଆସି ପାରୁନାହାନ୍ତି । ବୁଧବାର ବର୍ଷା ପବନ କମିବାରୁ ବଙ୍ଗୀୟ ପର୍ଯ୍ୟଟକ ମାନେ କଲିକତା ଫେରିଯାଇଛନ୍ତି । ସୌନ୍ଦର୍ଯ୍ୟମୟ ପୁରୀ ବେଳାଭୂମି ଏବେ ଖାଁ ଖାଁ ଲାଗୁଛି । ଉଠାଦୋକାନୀ ଓ ସମୁଦ୍ରକୂଳ ବ୍ଯବସାୟୀ ମାନେ ସେମାନଙ୍କ ପସରା ବନ୍ଦ କରିଛନ୍ତି ।

ଲାଇଫ ଗାର୍ଡ ଓ ପୋଲିସ ସମୁଦ୍ରକୂଳ ଜଗି ରହିଛନ୍ତି । କିଛି ଘରୋଇ ହବିଷ୍ୟାଳି ସମୁଦ୍ରରେ ସ୍ନାନ କରି ବାଲି ଚଉରା ମୂଳେ ପୂଜା କରିବାକୁ ଯାଉନାହାନ୍ତି । ପେଣ୍ଠକଟା ଓ ବଳିଆପଣ୍ଡାରେ ମତ୍ସ୍ୟଜୀବୀଙ୍କ ଡଙ୍ଗା ବନ୍ଧା ହୋଇ ରହିଛି । ସମୁଦ୍ରକୁ ମାଛ ଧରିବା ପାଇଁ ଯାଉନଥିବା ବେଳେ ପେଣ୍ଠକଟା ସମୁଦ୍ରକୂଳ ଏବେ ଜନଶୂନ୍ଯ ।

ଲାଇଟ ହାଉସ ଠାରୁ ଷ୍ଟ୍ରଲିନ ପର୍ଯ୍ୟନ୍ତ କାଉ କୋଇଲି ଉଡୁ ନାହାନ୍ତି । ଟୁର ଟ୍ରାଭେଲ ଗାଡି ଗୁଡିକ ହୋଟେଲ ପାଖରେ ପଡି ରହିଛି । ଦିଗବାରେଣୀ ଠାରୁ କୋକପାମ ପର୍ଯ୍ୟନ୍ତ ରାସ୍ତା ପାର୍ଶରେ ଥିବା ଦୋକାନ ଗୁଡିକ ବନ୍ଦ ରହିଛି । ବାତ୍ଯାର ପ୍ରଭାବରେ ସମୁଦ୍ରକୂଳ ଶ୍ରୀହୀନ ଜଣାପଡୁଛି ।
ବାତ୍ଯା ଦୁର୍ବଳ ହୋଇ ଡିପ ଡିପ୍ରେସନ ବା ଗଭୀର ଅବପାତରେ ପରିଣତ ହୋଇଛି ।

Exit mobile version