ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଧର୍ମମାସ କାର୍ତ୍ତିକ । ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ପ୍ରବଳ ଗହଳି ହେଉଛି । ପର୍ଯ୍ୟଟକ, ତୀର୍ଥଯାତ୍ରୀ, ହବିଷ୍ଯାଳି ବ୍ରତଧାରୀ ଓ ଭକ୍ତ ସିଂହଦ୍ଵାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି । ବହୁ ସମୟ ଅପେକ୍ଷା କରି ଭକ୍ତ ଓ ଶ୍ରଦ୍ଧାଳୁ ବ୍ଯାରିକେଡ ଦେଇ ଯାଉଛନ୍ତି । ନୂଆଦିଲ୍ଲୀର ମୁଲଚାନ୍ଦ ଗୁପ୍ତା (୭୬) ବୃଦ୍ଧ ସିଂହଦ୍ଵାର ଦେଇ ବାଇଶିପାହାଚରେ ଯାଉଥିବା ସମୟରେ ହଠାତ ତଳେ ପଡି ଆହତ ହୋଇଥିଲେ ।
ଆହତ ବୃଦ୍ଧଙ୍କୁ ତାଙ୍କ ସମ୍ପର୍କୀୟ ଓ ପୋଲିସ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରି ମୃତ ଘୋଷଣା କରିଥିଲେ । ସମ୍ପର୍କୀୟ ମାନଙ୍କ ସହ ପୁରୀ ଆସି ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଯାଇଥିଲେ । ଏବେ କାର୍ତ୍ତିକ ମାସରେ ସରକାରୀ ଓ ବେସରକାରୀ ହବିଷ୍ଯାଳିଙ୍କ ସଂଖ୍ଯା ବୃଦ୍ଧି ପାଇଛି । ପ୍ରତିଦିନ ତାଙ୍କ ସମ୍ପର୍କୀୟ ମାନେ ତାଙ୍କ ସାକ୍ଷତ କରି ସେମାନେ ମଧ୍ଯ ଶ୍ରୀମନ୍ଦିରକୁ ଯାଉଛନ୍ତି ।

