Home Uncategorized ବାତ୍ୟା ମୋନ୍ଥା ପ୍ରଭାବ, ପ୍ରଶାସନର ଘନ ଘନ ଗସ୍ତ – ଗର୍ଭବତୀ ମହିଳାଙ୍କୁ ନଦୀ ପାର କରି ଆଣିଲେ ଅଗ୍ନିଶମ ବିଭାଗ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ବାତ୍ୟା ମୋନ୍ଥ ମାଡି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ଆଶ୍ରୟ ସ୍ଥଳ, ମା ଗୃହ ଥାନା ସମ୍ବେଦନୀଶିଳ ଅଞ୍ଚଳକୁ ଘନ ଘନ ଗସ୍ତ କରୁଛନ୍ତି ପ୍ରଶାସନକ ଅଧିକାରୀ । ଗଜପତି ଜିଲ୍ଲା ମୋହନା ଓ ଆର,ଉଦୟଗିରି ବ୍ଳକରେ ବାତ୍ୟା ମୋନ୍ଥାର ପ୍ରଭାବ ପରିଲକ୍ଷିତ ହୋଇଛି ସୋମବାର ସକାଳୁ ଝିପି ଝିପି ବର୍ଷା ହୋଇ ସନ୍ଧ୍ୟାରୁ ପ୍ରବଳ ବର୍ଷା ଓ ପବନ ଆରମ୍ଭ ହୋଇ ଏବେ ପ୍ରର୍ଯ୍ୟନ୍ତ ଚାଲିଛି । ଏହାର ଦୃଷ୍ଟିରେ ରଖି ମୋହନା ଓ ଆର,ଉଦୟଗିରି ବ୍ଳକରେ ବାତ୍ୟା ମୁକାବିଲା ପାଇଁ ନିଯୁକ୍ତି ନୋଡାଲ ଅଧିକାରୀ ମାନେ ବ୍ଳକର ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳି, ମା ଗୃହ, ଡାକ୍ତରଖାନା ଓ ସମ୍ବେଦନୀଶୀଳ ଅଞ୍ଚଳକୁ ଘନ ଘନ ଗସ୍ତକରି ସ୍ଥିତି ଅନୁଧ୍ୟାନ କରିଥିଲେ । ମୋହନା ବ୍ଳକ ନୋଡାଲ ଅଧିକାରୀ ଉପ ଜିଲ୍ଲାପାଳ ଅନୁପ କୁମାର ପଣ୍ଡା ସହ ବିଡିଓ ରାଜୀବ ଦାସ, ତହସିଲିଦାର ଚକ୍ରଧର ପାଢୀ ଓ ଅତିରିକ୍ତ ବିଡିଓ ରମାକାନ୍ତ ଚୌଧୁରୀ ଗସ୍ତ କରିବା ସହ ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ଯିବାପାଇଁ ପରାମର୍ଶ ଦେଇଥିଲେ । ସୋମବାର ସନ୍ଧ୍ୟା ସୁଦ୍ଧା ମୋହନା ବ୍ଳକର ୪୭ ବାତ୍ୟା ଆଶ୍ରୟ ସ୍ଥାନରେ ୧୧୨୯ ଜଣ ବାତ୍ୟା।ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରଣ କରାଯାଇଛି । ସେମାନଙ୍କ ମଧ୍ୟରୁ ୩୭୫ ଜଣ ପୁରୁଷ ଓ ୪୨୮ ଜଣ ମହିଳା , ୨୫୫ ଜଣ ଶିଶୁ ଅଛନ୍ତି । ସେହିପରି ୭୧ ଜଣ ଆସନ୍ନ ପ୍ରସବା ଗର୍ଭବତୀ ମହିଳାଙ୍କୁ ମା ଗୃହ ଓ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଅତିରିକ୍ତ ବିଡିଓ କହିଛନ୍ତି । ଆବଶ୍ୟକ ପଡିଲେ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିଯିବା । ବାତ୍ୟା ଆଶ୍ରୟ ସ୍ଥଳରେ ଲୋକଙ୍କୁ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ମୋହନା ଅଗ୍ନିଶମ ବାହିନୀ ସଜାଗ ହୋଇ ରହିଥିବା ବେଳେ ଜେସିବି ମେସିନ୍ ସଜାଗ ହୋଇ ରହିଥିବା ବେଳେ ଜେସିବି ମେସିନ୍ ସହ ପ୍ରସ୍ତୃତ ଅଛନ୍ତି ମୋହନା ଓ ଅଡବା ଥାନା ପୁଲିସ । ଅନ୍ୟ ପକ୍ଷରେ ହରଭଙ୍ଗୀ ଡ୍ୟାମ ତଳିଆ ଅଞ୍ଚଳରେ ହରଭଙ୍ଗୀ ଡ୍ୟାମରେ ଗୋଟିଏ ଗେଟ ଖୋଲାଯାଇଥିବା ବେଳେ ଡ୍ୟାମ ତଳିଆ ଅଞ୍ଚଳରେ ସତର୍କ ରହିବାକୁ ଡାକବାଜି ଯନ୍ତୀ ସହାୟତା ରେ ସଚେତନ କରିଛି ହରଭଙ୍ଗି ଜଳ ସେଚନ ବିଭାଗ । ସେହିପରି ଆର,ଉଦୟଗିରି ବ୍ଳକରେ ମଧ୍ୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପ୍ରକ୍ରିୟା ଜାରି ରଖିଛି ପ୍ରଶାସନ । ବ୍ଳକର ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳକୁ ୨୪୧୯ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୨୪ ଜଣ ଗର୍ଭବତୀ ମହିଳାଙ୍କୁ ମା ଗୃହକୁ ସ୍ଥାନାନ୍ତରତ କରାଯାଇଥିବା ଆର,ଉଦୟଗିରି ବିଡିଓ କହିଛନ୍ତି । ଆର,ଉଦୟଗିରି ବ୍ଳକ ପୁରୁଣାପାଣି ପଞ୍ଚାୟତ ବାଦପୁର ନଦୀ ପାର କରି ଜଣେ ଗର୍ଭବତୀ ମହିଳା ସମେତ ୨ ଜଣ ଶିଶୁ, ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ବାଦପୁର ଗାଁରେ ସୁନିତା ଦଳାଇ ନାମକ ଜଣେ ଗର୍ଭବତୀଙ୍କ ଗର୍ଭ ଯନ୍ତୀଣା ହୋଇଥିଲା । ତାଙ୍କୁ ମା ଗୃହକୁ ଆଣିବାକୁ ଚେଷ୍ଟା କରିଥିଲେ ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀ । ହେଲେ ଗାଁ ନିକଟରେ ଥିବା ଘୋଡାହାଡ ନଦୀରେ ଜଳ ସ୍ତର ବୃଦ୍ଧି ଯୋଗୁଁ ଗର୍ଭବତୀଙ୍କୁ ଆଣିପାରିଲେ ନାହିଁ । ଖବର ପାଇ ଆର,ଉଦୟଗିରି ବିଡିଓ, ସିଡିପିଓ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୋଟର ବୋଟ ସହାୟତାରେ ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ତାଙ୍କୁ ମା ଗୃହକୁ ଅଣାଯାଇଥିବା ବ୍ଳକ ପ୍ରଶାସନ ଅଧିକାରୀ କହିଛନ୍ତି । ବାତ୍ୟା ମୋନ୍ଥାର ପ୍ରକୋପ ଏତେ ଭୟଙ୍କର ଅଛି ଯେ, ତୁହା କୁ ତୁହା ବର୍ଷା ଲାଗି ରହିଛି । ଅପରପକ୍ଷେ ଗଜପତି ପ୍ରଶାସନ ଦିନ ରାତି ଏକ କରି ପ୍ରତିଟି ବ୍ଲକର ଆଶ୍ରୟସ୍ଥଳୀ ବୁଲବୁଲି ସମସ୍ତ ପ୍ରକାର ସହଯୋଗ କରି ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରୁଛନ୍ତି। ତେବେ ଏହା ମଧ୍ୟରେ ଗଜପତି ଜିଲା ଆର ଉଦୟଗିରି ବ୍ଲକର ଅନଘା ପଞ୍ଚାୟତର ରାସ୍ତା କଡ଼ ପାହାଡ଼ରୁ ବିରାଟକାୟ ପଥର ଖସି ବଡ ଗାଁ ରାସ୍ତା ଅବରୋଧ କରିଛି। ଯାତାୟତ ଠପ୍ ହୋଇଛି। ଏହି ସମ୍ପର୍କରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିବା ସୂଚନା ମିଳିଛି । ବାତ୍ୟା ଆଶ୍ରୟ ଅଣାଯାଇଥିବା ଠିକ୍ ଭାବେ ଖାଇବାକୁ ଦିଉଯାଥିବା ଆଶ୍ରୟ ରହିବା ଲୋକେ ଅଭିଯୋଗ କରିଥିଲେ । Categories: Uncategorized Related Content ରାତ୍ର ପେଟ୍ରୋଲିଂ କଡାକଡି କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି by Proprietor Abhimanyu Maharana August 15, 2026 ରଥଯାତ୍ରା ୨୦୨୬ ପ୍ରସ୍ତୁତି ନେଇ ଛତିଶା ନିଯୋଗ ସହ ସମନ୍ୱୟ ବୈଠକ by Proprietor Abhimanyu Maharana July 3, 2026 Preparations on for Ratha Yatra at Delhi’s Hauz Khas Temple by Proprietor Abhimanyu Maharana June 27, 2026 ପୁରୀରେ ପଞ୍ଚମୁଖୀ ମହାବୀରଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା, ତିନିଦିନିଆ ଯଜ୍ଞରେ ଭକ୍ତିମୟ ପରିବେଶ by Proprietor Abhimanyu Maharana April 8, 2026 କୁଦିଆରୀ ମା ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ : ସ୍କାଳରାତ୍ରି ବେଶରେ ଦର୍ଶନ ଦେଲେ ମା' by Proprietor Abhimanyu Maharana March 25, 2026 ବେଆଇନ ମଦ ବିକ୍ରୟ କରୁଥିବା ଅଭିଯୁକ୍ତଙ୍କ ଘର ଉଚ୍ଛେଦ କଲା ପୁରୀ ପୋଲିସ by Proprietor Abhimanyu Maharana March 8, 2026