ମୋହନା ନଦୀ କୂଳିଆବାସୀ ଆତଙ୍କିତ,ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ମୋହନା

ଗଜପତି (ଓଡ଼ିଶା ତାଜା ନ୍ୟୁଜ୍) :- ଚ଼ଳିତ ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ମୋହନା ବ୍ଲକରେ ନାହିଁ ନ ଥିବା କ୍ଷତି ଘଟିଥିଲା । କେଉଁଠି କଲଭର୍ଟ ଧୋଇ ହୋଇ ଯାଇଥିଲା ତ ଆଉ କେଉଁଠି ରାସ୍ତା ଓ ଭୂସ୍ଫଳନ ଘଟି ପାହାଡର ମାଟି ଓ ପଥର ରାସ୍ତା ଅବରୋଧ କରି ଗମନାଗମନରେ ବାଧକ ସୃଷ୍ଟି କରିଥିଲା । କିନ୍ତୁ ସଦର ମହକୁମା ମୋହନା ବାସୀ ଏହି ଲଗାଣ ବର୍ଷାରୁ ସୁରକ୍ଷା ପାଇନଥିଲେ ।

ମୋହନାର ଗୋଟିଏ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଅ୦ରନଳା ନଦୀ ପ୍ରବାହିତ ହେଉଥିବା ବେଳେ ଅପରପାର୍ଶ୍ୱରେ ହରଭଙ୍ଗି ନଦୀ ପ୍ରବାହିତ ହେଉଛି । ନଦୀରେ ପାହାଡ଼ିଆ ବନ୍ୟାଜଳ ପ୍ରବାହିତ ହେବା ଫଳର ଉଭୟ ନଦୀର ଜଳ ଫୁଲି ଉଠି ପ୍ରଖର ହୁଏ l ତାହାର ପ୍ରଭାବ ମୋହନା ବାସୀଙ୍କ ଉପରେ ପଡ଼ିଥାଏ । ଗତ ଲଗାଣ ବର୍ଷାରେ ବନ୍ୟାଜଳ ପ୍ରଖର ବେଗରେ ପ୍ରବାହିତ ହେବାଫଳରେ ନାରାୟଣ ନଗର ,

ଶ୍ରୀରାମ ନଗର, ମାଣିକେଶ୍ଵରୀ ସାହି, ନୂଆଁ ବସଷ୍ଟାଣ୍ଡ ସାହି ମଧ୍ୟରେ ନଦୀ ଜଳ ଘର ମଧ୍ୟରେ ପ୍ରବେଶ କରି ଲୋକଙ୍କ ମଧ୍ୟରେ ଭୟ ସଂଚ଼ାର କରିଥିଲା । ମୋହନା ବାସୀ ଏଭଳି ଲଘୁଚାପ ଜନିତ ଲଗାଣ ବର୍ଷା କେବେ ଦେଖିନ ଥିବା କହିଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ କହିଛନ୍ତି । ପ୍ରକାଶ ଯୋଗ୍ୟ ଦୁଇଟି ନଦୀର ଉଭୟ ପାର୍ଶ୍ଵରେ ପ୍ରଶାସନ ପକ୍ଷରୁ ପଥର ଗାର୍ଡ଼ ୱେଲ ନିର୍ମାଣ କରି ଲୋକଙ୍କ ଧନ ଜୀବନ ରକ୍ଷା କରିବାକୁ ଅଞ୍ଚଳବାସୀ ଓ ବୁଦ୍ଧିଜୀବି ମାନେ ମତବ୍ୟକ୍ତ କରିଛନ୍ତି ।

ନଚେତ୍ ମୋହନା ସହର ଆଗାମୀ ଦିନରେ ବନ୍ୟା ଜଳରେ ବୁଡି ସବୁଦିନ ପାଇଁ ଭୌଗୋଳିକ ମାନଚିତ୍ରରୁ ଲୋପ ପାଇଯିବ । ପ୍ରଶାସନ ସ୍ଵତନ୍ତ୍ର ଦୃଷ୍ଟି ଦେଇ ଏହାର ବିକଳ୍ପ ରାସ୍ତା ଯୋଗାଡ କରିବା ସହ ଲୋକଙ୍କୁ ସୁରକ୍ଷା ନିମନ୍ତେ ଗୁରୁତ୍ଵ ଦେବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ଅଞ୍ଚଳ ବାସିନ୍ଦା ।

Exit mobile version