ଏଲ ପି ଜି ଗ୍ୟାସ ସିଲିଣ୍ଡର ଓଜନର ଧରପଗଡ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବୈଧ ଓଜନ ମାପ ନିୟନ୍ତ୍ରକ ଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ପୁରୀର ବିଭିନ୍ନ ଏଲପିଜି ଡିଲରଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ସିଲିଣ୍ଡର ଓଜନ ପାଇଁ ବ୍ୟବହାର ହେଉଥିବା ଓଜନ ମେସିନର ଯାଞ୍ଚ ମଧ୍ୟ କରାଯାଇଥିଲା ।

ଏହା ସହିତ, ଭର୍ତ୍ତି ହୋଇଥିବା ଏଲପିଜି ସିଲିଣ୍ଡରର ଓଜନ ଠିକ୍ ଅଛି କି ନାହିଁ ତାହା ମଧ୍ୟ ଯାଞ୍ଚ ହେଉଛି । ଏଲ ପି ଜି ସିଲିଣ୍ଡର ର ଓଜନ ଠିକ ରହିଥିଲା ବେଳେ ଅନ୍ୟ ନିୟମ ଉଲଙ୍ଘନ ପାଇଁ ୧୨ ହଜାର ଟଙ୍କା ର ଜୋରିମାନା ଆଦାୟ କରାଯାଇଥିଲା । ଏହା ସହ ବିଭିନ୍ନ ପରିବା ଏବଂ ଗ୍ରୋସେରୀ ଦୋକାନ ଉପରେ ମଧ୍ୟ ଚଢ଼ାଉ କରାଯାଇଥିଲା ।

Exit mobile version