ସମାଜସେବୀ ବିଶ୍ବନାଥ ସ୍ବାଇଁ ଙ୍କ ଶ୍ରାଦ୍ଧ ବାର୍ଷିକୀ , ବହୁ ପ୍ରତିଭା ସମ୍ବର୍ଦ୍ଧିତ

ଚିଲିକା (ଓଡ଼ିଶା ତାଜା ନ୍ୟୁଜ୍) :- ଚିଲିକା ଅଞ୍ଚଳ ର ବିଶିଷ୍ଟ ସମାଜସେବୀ ସ୍ଵର୍ଗତ ବିଶ୍ଵନାଥ ସ୍ଵାଇଁ ଙ୍କ ର ଦଶମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ସାରସ୍ଵତ ସଭା ଇଚ୍ଛା ପୁର ସ୍ଥିତ ସ୍ବର୍ଗତ ସ୍ଵାଇଁ ଙ୍କ ର ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵନାଥ ସ୍ଵାଇଁ ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ବୋଲଗଡ଼ ବ୍ଲକ ର ପ୍ରାକ୍ତନ ସହ ଶିକ୍ଷାଧିକାରୀ ପଦ୍ମଚରଣ ବେହେରା -ମୁଖ୍ୟ ଅତିଥି, ହରିପୁର ମଧ୍ୟ ଇଂରାଜୀ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପଠାଣି ବଳବନ୍ତରାୟ -ମୁଖ୍ୟଵକ୍ତା,

ସମ୍ମାନିତ ଅତିଥି ଭାବେ ପୂର୍ଣ୍ଣ ଚନ୍ଦ୍ର ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା, ବେଗୁନିଆ ମନୁଆ ସାହିତ୍ୟ ସଂସଦ ର ସଭାପତି ରାମଚନ୍ଦ୍ର ସାହୁ, ବୋଲଗଡ଼ ପ୍ରାଥମିକ ଶିକ୍ଷକ ସଂଘ ର ସମ୍ପାଦକ ଅପର୍ତ୍ତି ଅଟ୍ଟ, ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ, ବେଗୁନିଆ ପଞ୍ଚ ସଖା ଶିକ୍ଷା ସେତୁର ଅଧ୍ୟକ୍ଷ ମାୟାଧର ମାର୍ଥା, ସମ୍ପାଦକ ଭବାନୀ ଶଙ୍କର ଜୟସିଂହ, ବେଗୁନିଆ ଗ୍ରାମ କମିଟି ର ଉପ ସଭାପତି ଅନ୍ତର୍ଯ୍ୟାମୀ ସାହୁ,ଦିଘିରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭିକାରୀ ପ୍ରୃଷ୍ଟି,

ନାଚୁଣୀ ଟୁଇଟି ବାର୍ଡ ଇଂରାଜୀ ମାଧ୍ୟମ ଵିଦ୍ୟାଳୟ ର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ଦାଶ,ପିଚୁକୁଳି ରଘୁନାଥ ଦେଵ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରାକ୍ତନ ଶିକ୍ଷକ ବିଜୟ କୁମାର ସାହୁ ପ୍ରମୁଖ ଯୋଗଦେଇ ବିଶ୍ଵ ନାଥ ସ୍ବାଇଁ ଙ୍କ ର ବଳିଷ୍ଠ ଉତ୍ସର୍ଗୀକୃତ ସମାଜସେବା ର ଭୂୟସୀ ପ୍ରଶଂସା କରିବା ସହ ଉତ୍ତର ପୀଢ଼ି ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ ଉଦ୍ ଵୋଧନ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କ୍ରୃତୀ ପ୍ରତି ଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ପୂଜ୍ୟ ପୂଜା କାର୍ଯ୍ୟ କ୍ରମରେ ଗଣମାଧ୍ୟମ ର ପ୍ରତିନିଧି ପ୍ରଦୋଷ କୁମାର ଦାସ,ଅଖିଳ ପଲେଇ, ମନୋଜ ମୋହନ ବରାଳ,ଦିଲ୍ଲୀପ କୁମାର ସ୍ଵାଇଁ,ଦିଲ୍ଲୀପ ଶତପଥୀ,ସୁଧୀର ବେହେରା,ଦିଲ୍ଲୀପ ସ୍ଵାଇଁ, ସଂଗ୍ରାମ ରଣା, ପ୍ରଦ୍ୟୁମ୍ନ ରଞ୍ଜନ ସୁଆର, ନାଟ୍ୟ ସଂଗଠକ ଚନ୍ଦ୍ର ଶେଖର ପ୍ରଧାନ, ରାଜମିସ୍ତ୍ରୀ ବ୍ରଜ କିଶୋର ମହାରଣା, ସମାଜସେବୀ ଶରତ କୁମାର ସ୍ଵାଇଁ,ନୈ।କା ନିର୍ମାତା ସଞ୍ଜୟ କୁମାର ମହାରଣା ପ୍ରମୁଖ ଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ସଂସଦ ର ସମ୍ପାଦକ ତଥା ସ୍ଵର୍ଗତ ବିଶ୍ଵନାଥ ସ୍ଵାଇଁ ଙ୍କ ର ସୁପୁତ୍ର ପ୍ରମୋଦ କୁମାର ସ୍ଵାଇଁ ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିଲେ ଏବଂ ଧନ୍ୟବାଦ ପ୍ରଦାନ କରିଥିଲେ।

Exit mobile version