ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦ୍ୟେଶ୍ୱରସ୍ଥ ସଂପର୍କ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଏକ ଭାବି ବିନିମୟ ଓ ଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ନରସିଂହପୁର ନିକଟସ୍ଥ ଦେଓଝର ଜଳପ୍ରପାତ, ଡାବରଖୋଲ ଓ ପ୍ରସିଦ୍ଧି ଭଟ୍ଟାରିକା ପରିଭ୍ରମଣ କରିବା ସହିତ ନରସିିଂହପୁର ଅଞ୍ଚଳର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହିତ ସଂପର୍କ ଯୋଡି ହେବାର ଏକ ପ୍ରୟାସ କରାଯାଇଛି ।
ସଂପର୍କ ଅନୁଷ୍ଠାନର ସଂପାଦକ କବି ରବିନାରାୟଣ ମଙ୍ଗରାଜଙ୍କ ନେତୃତ୍ୱରେ କବି ସୁରେଶ୍ୱର ବେହେରା, କବି ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ସବିତା ମହାନ୍ତି, କଳ୍ପନା ରାଉତ, ଅକ୍ଷୟ କୁମାର ସାମଲ, ବିଶ୍ୱରଞ୍ଜନ ସ୍ୱାଇଁ, ନରୋତମ ବେହେରା, ମନ୍ମଥ କୁମାର ସ୍ୱାଇଁ, ଶଶିଭୂଷଣ ତ୍ରିପାଠୀ ପ୍ରମୁଖ ଏହି ଭ୍ରମଣରେ ସାମିଲ୍ ଥିଲେ । ବିଶେଷ କରି ବଡମ୍ବା ନରସିଂହପୁର ଅଞ୍ଚଳର ସାହିତ୍ୟ ଅନୁଷ୍ଠାନ ଓ ସେଠାକାର ପରିବେଶ ସଂପର୍କରେ ଏକ ଭାବବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
