ବାଙ୍କୀ କଲେଜରେ ଜାତୀୟ ସେବା ଯୋଜନା ଓ ଯୁବରେଡକ୍ରସ୍ କାର୍ଯ୍ୟକ୍ରମ

ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁବରେଡକ୍ରସ ଓ ବାଙ୍କୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀମାନଙ୍କୁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଏନ୍‌.ଏସ୍‌.ଏସ୍ ଅଧିକାରୀ ତଥା ଉପଶାସନ ସଚିବ ଡକ୍ଟର ରମେଶ ଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦାନ କରି ସ୍ୱେଚ୍ଛାସେବୀମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ ।

ମୁଖ୍ୟବକ୍ତା ଭାବେ ରାଜ୍ୟ ଏନ୍‌.ଏସ୍‌.ଏସ୍ ପ୍ରଶିକ୍ଷକ ଅଧ୍ୟାପକ ନିରଦ ବରଣ ଖୁଣ୍ଟିଆ, ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ଜୟଶ୍ରୀବାଳା ମଲିକ ଓ ରାଜ୍ୟ ସରକାରଙ୍କ ଜାତୀୟ ସେବା ଉପଅଧିକାରୀ ରଘୁନାଥ ମଣ୍ଡଳ ଯୋଗଦାନ କରି ସ୍ୱେଚ୍ଛାସେବୀମାନଙ୍କର ଦକ୍ଷତା, କାର୍ଯ୍ୟକ୍ରମ ଓ ସେବାମୂଳକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁବରେଡକ୍ରସ୍ କାଉନସିଲର ଅଧ୍ୟାପିକା ସରସ୍ୱତୀ ଦେଉରୀ ସଭାପତିତ୍ୱ କରିଥିବା ବେଳେ ପ୍ରଶାସନିକ ଅଧିକାରୀ ଡକ୍ଟର ଶୈଳେନ୍ଦ୍ର ଚନ୍ଦ୍ର ଦେଓ ସଭା ପରିଚାଳନା କରିଥିଲେ । ବାଙ୍କୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କିରିଥିଲେ ।

Exit mobile version