ଖାଦ୍ୟ ଅନ୍ବେଷଣରେ ଗୋଠ ଛଡା ଦନ୍ତା  ଚାନ୍ଦପୁର ସହର ଆଡ଼କୁ ମୁହାଁଇ ଲେଣି।ସାଧାରଣରେ ଭୟଭୀତ

ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍) :- ଦିନକୁ ଦିନ ଜଙ୍ଗଲରେ ଦେଖା ଦେଲାଣି ଖାଦ୍ୟ ଅଭାବ। ଖାଦ୍ୟ ଅଭାବ ଯୋଗୁଁ ଜଙ୍ଗଲ ଛାଡି ଖାଦ୍ୟ ଲୋଭରେ ଜଙ୍ଗଲୀ ଜନ୍ତୁ ହେଉଛନ୍ତି ଗାଁ ମୁହାଁ । ଫଳରେ ଅନେକାଂଶ ରେ  ନଷ୍ଟ ହେଉଅଛି ଧନ ଜୀବନ, ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିକିଛି । ଜଙ୍ଗଲ ଛାଡି ଦିନ ଦ୍ବିପ୍ରହର ରେ ଗୋଟିଏ ଗୋଠ ଛଡା ଦନ୍ତା  ନୟାଗଡ଼ ଜିଲ୍ଲା    ଚାନ୍ଦପୁର ସହର ମୁହାଁ   ହୋଇଥିବା ଦେଖିବାକୁ ମିଳିଛି ।

ଦନ୍ତା କୁ ଦେଖି  ଲୋକେ ହୋହାଲ୍ଲା କରିବାରୁ  ଶନି ମନ୍ଦିର ନିକଟ ଜଙ୍ଗଲ ରେ  ଲୁଚି  ରହିଛି ଦନ୍ତା।ଶନି ମନ୍ଦିର ନିକଟରେ ଦନ୍ତା ହାତୀ କୁ ଦେଖି ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଖବର ପାଇ ଘଟଣା ସ୍ଥଳରେ  ବନ ବିଭାଗ ପହଂଚି DRON     ସହାୟତା ରେ  ହାତୀ ର ଗତି ଵିଧି  ଉପରେ  ରଖିଛି ନଜର, ଦନ୍ତା ଗୋଠ ଛଡା ହୋଇ ବୁଲୁଥିବାରୁ  କୌଣସି ଅଘଟନ ଆଶଙ୍କାରେ ଶନି ମନ୍ଦିର,ଓଭର ବ୍ରିଜ ସହ ଗ୍ରୀଡ଼ ନିକଟକୁ ଲୋକଙ୍କୁ ଯିବାକୁ ବାରଣ କରିଛି  ବନ ବିଭାଗ । ଚାନ୍ଦପୁର କନ୍ଧ ନୟାଗଡ଼ ଶନି ମନ୍ଦିର ଅଂଚଳ ରେ  ଜନ ସାଧାରଣ ଙ୍କର ବହୂ  ମାତ୍ରା ରେ ଚଳ ପ୍ରଚଳ ଥିବାରୁ   ଲୋକେ ସତର୍କ ରହିବାକୁ ନିବେଦନ କରିଛି ବନ ବିଭାଗ ।

Exit mobile version