କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ଭାରତର ମେଡିକାଲ ଟେକ୍ନୋଲୋଜି କ୍ଷେତ୍ର ପାଇଁ ଏକ ନିର୍ଣ୍ଣାୟକ ମୁହୂର୍ତରେ ପୂର୍ବ ଭାରତର ଅନ୍ୟତମ ଅତ୍ୟାଧୁନିକ ଶଲ୍ୟ ଚିକିତ୍ସା କେନ୍ଦ୍ର, ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍ ଏହାର ଅଧ୍ୟକ୍ଷ ତଥା ବିଖ୍ୟାତ ସର୍ଜିକାଲ ଗ୍ୟାଷ୍ଟ୍ରୋଏଂଟେରୋଲୋଜିଷ୍ଟ୍, ମେଟାବୋଲିକ୍ ଏବଂ ବାରିଆଟ୍ରିକ୍ ସର୍ଜନ୍ ପ୍ରଫେସର ଡା. ଶ୍ରୀଜୟ ପଟ୍ଟନାୟକଙ୍କ ନେତୃତ୍ୱ ଅଧୀନରେ ଦୁଇଟି ଐତିହାସିକ ସଫଳତା ହାସଲ କରିଛି । ହସ୍ପିଟାଲ୍ ଏସଏସଆଇ ମନ୍ତ୍ର ସର୍ଜିକାଲ୍ ରୋବୋଟିକ୍ ସିଷ୍ଟମର ବ୍ୟବହାର କରି ଓଡିଶାର ପ୍ରଥମ ଏବଂ ପୂର୍ବ ଭାରତର ଦ୍ୱିତୀୟ ଟେଲିସର୍ଜରୀକୁ ସଫଳତାର ସହିତ ସମ୍ପାଦନ କରିଛି, ଯାହା ରୋବୋଟିକ ଓ ଟେଲି-ସର୍ଜିକାଲ ଉଦ୍ଭାବନ କ୍ଷେତ୍ରରେ ଭାରତର ପ୍ରଗତି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ସୂଚାଉଛି ।
ଏକ ଅବ୍ଷ୍ଟ୍ରକ୍ଟେଡ ଗ୍ରୋଇନ ହର୍ନିଆ ପାଇଁ ଜରୁରୀକାଳିନ ଅସ୍ତ୍ରୋପଚାର ଆବଶ୍ୟକ କରୁଥିବା ଜଣେ ରୋଗୀଙ୍କଠାରେ ଏହି ପ୍ରଥମ ଟେଲିସର୍ଜରୀ କରାଯାଇଥିଲା, ଯାହା ସମ୍ଭବତଃ ଏକ ଜୀବନ ପାଇଁ ବିପଦ ସୃଷ୍ଟି କରୁଥିବା ଏକ ଗମ୍ଭୀର ସ୍ଥିତି ଅଟେ । ୧୭୬୦ କିଲୋମିଟରରେ ପରିବ୍ୟାପ୍ତ ଗୁରୁଗ୍ରାମ, ହରିଆନା ଓ ଶାନ୍ତି ମେମୋରିଆଲ ହସ୍ପିଟାଲ, କଟକରେ ଏସଏସ ଇନୋଭେଶନ୍ସ ହେଡ୍କ୍ୱାଟର ଗୁଡ଼ିକ ମଧ୍ୟରେ ଏକ ରୋବୋଟିକ କ୍ଲୋଇସିଷ୍ଟେକ୍ଟୋମି ସହ ଏକ ରୋବୋଟିକ ଟ୍ରାନ୍ସଆବ୍ଡୋମିନାଲ ପ୍ରିପେରିଟୋନିଆଲ (ଟିଏପିପି) ରିପେୟାର ପଦ୍ଧତିର ପରିଚାଳନା କରାଯାଇଥିଲା ।

