Home ଓଡ଼ିଶା ଏସିଡ଼ ଫିଙ୍ଗି ଜ୍ୱାଇଁକୁ କ୍ଷତାକ୍ତ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ ଶଶୁର by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :- ଶଶୁର ଜ୍ୱାଇଁ ସମ୍ପର୍କ ଏକ ବାପ ପୁଅର ସମ୍ପର୍କ । କିନ୍ତୁ ତା ୨୯-୧-୨୦୨୪ରିଖରେ ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଗ୍ରାମରେ ସଂଧ୍ୟା ସମୟରେ ଘଟିଥିବା ଏକ ଲୋମଟାଙ୍କୁରା ଘଟଣା ଏହି ସମ୍ପର୍କକୁ ଆଣି କାଠଗଡ଼ାରେ ଠିଆ କରିଦେଇଥିଲା । ସୂଚନାଯୋଗ୍ୟ, ଗଜପତି ଜିଲ୍ଲାର ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଗ୍ରାମର ପୂର୍ଣ୍ଣ ଲିମାଙ୍କ ଅଭିଯୋଗ କ୍ରମେ ତା ୨୯-୦୧-୨୦୨୪ ରିଖ ସଂଧ୍ୟା ସମୟରେ ଯେତେବେଳେ ତାଙ୍କ ପୁଅ ରଞ୍ଜନ ଲିମା ଯିଏକି ଦ୍ଵିତୀୟ ବିବାହ ପରେ ତାଙ୍କ ଶଶୁର ପିଟର ପାଳଙ୍କ ଘରେ ବିବାହ ପରଠାରୁ ରହି ଆସୁଥିଲେ, ସେହି ଦିନ କୌଣସି କାମରେ ବାହାରକୁ ଯାଇ ଫେରିବା ପରେ ଶଶୁରଘର ଦାଣ୍ଡ କବାଟ ବନ୍ଦ ଥିବା ଦେଖି ବାଡ଼ି ପଟେ ଯିବାକୁ ଚେଷ୍ଟା କରିବା ସମୟରେ ସେହି ସମୟରେ ଆଗରୁ ପ୍ରସ୍ତୁତ ଥିବା ଶାଶୁ ଓ ତାଙ୍କ ଦ୍ଵିତୀୟ ସ୍ତ୍ରୀ ରଞ୍ଜନଙ୍କ ମୁଁହକୁ ଟର୍ଚ୍ଚ ମାରିଥିଲେ ଓ ସେହି ସମୟରେ ଅଭିଯୁକ୍ତ ଶଶୁର ପିଟର ପାଳ ତାଙ୍କ ଉପରକୁ ଏସିଡ଼ ପକାଇ ତାଙ୍କୁ ଗୁରୁତର କ୍ଷତାକ୍ତ କରିଥିଲେ । ନିଜକୁ ଏସିଡ଼ କ୍ଷତରୁ ବଞ୍ଚାଇବାକୁ ଯାଇ ରଞ୍ଜନ, ଜୋହାନ ପାଳଙ୍କ ଘରକୁ ପଶିଯାଇଥିଲେ ଓ ତାଙ୍କୁ ଛଟପଟ ହେଉଥିବାର ଦେଖି ବାବୁଲା ପାଳ ତୁରନ୍ତ ରଞ୍ଜନଙ୍କର ବାପାଙ୍କୁ ଖବର ଦେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଚନ୍ଦ୍ରଗିରି ସରକାରୀ ଡାକ୍ତରଖାନା ଓ ପରେ ଏମକେସିଜି ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା। ପରେ ରଞ୍ଜନଙ୍କ ବାପା ପୂର୍ଣ୍ଣ ଲିମା ଆସି ଅଡ଼ବା ଥାନାରେ ତା ୦୧-୦୨-୨୦୨୪ ରିଖରେ ମାମଲା ନମ୍ବର ୧୮ ରେ ଏକ ମାମଲା ରୁଜୁ କରିଥିଲେ ଓ ଇନ୍ସପେକ୍ଟର ଶୁଭ୍ରାନ୍ତ କୁମାର ପଣ୍ଡା ଉକ୍ତ ମାମଲାର ତଦନ୍ତ କରି ଉକ୍ତ ଆସାମୀଙ୍କୁ କୋର୍ଟ ଚାଲାଣ କରିଥିଲେ । ୧୨ଜଣ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ପ୍ରମାଣକୁ ଭିତ୍ତି କରି ଏହି ମାମଲାର ଶୁଣାଣି କରି ମାନ୍ୟବର ଅତିରିକ୍ତ ଜିଲ୍ଲା ସେସନ ଜଜ ବିଭୁ ପ୍ରସାଦ ପଣ୍ଡା ଭାରତୀୟ ପିଙ୍ଗଳ କୋଡ଼ର ଧାରା ‘୩୨୬କ’ (ଏସିଡ଼ ପକାଇ ଗୁରୁତର ଭାବେ କ୍ଷତାକ୍ତ କରିବା) ଅପରାଧରେ ଉକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷର ସଶ୍ରମ କାରାଦଣ୍ଡ ସହ ୫୦ହଜାର ଟଙ୍କାର ଜୋରିମାନାର ସଜା ଶୁଣାଇଛନ୍ତି ତଥା ନିଜ ରାୟରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଏହି ଜୋରିମାନା ରାଶି ଏସିଡ଼ ପୀଡ଼ିତଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯିବ । ଜୋରିମାନା ଅନାଦେୟ ଆହୁରି ଛଅ ମାସ ଜେଲ ଦଣ୍ଡ ଭୋଗ କରିବାକୁ ପଡିବ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି। ଘଟଣାର ଗମ୍ଭୀରତାକୁ ନଜରରେ ରଖି ପ୍ରସିକ୍ୟୁସନ ବିଭାଗର ଉପନିର୍ଦେଶକ ଅଜିତ ପଟ୍ଟନାୟକ ଓ ସହ ନିର୍ଦ୍ଦେଶକ ଡ଼ି.ଅନୁପରାଜ ଆଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସରକାରଙ୍କ ପକ୍ଷରୁ ଏପିପି ପି. ପ୍ରସାଦ ରାଓ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି l Categories: ଓଡ଼ିଶା, ଗଜପତି, ହୋମ୍ Related Content ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ by Proprietor Abhimanyu Maharana August 30, 2026 ଆଦିବାସୀ ମହାବିଦ୍ଯାଳୟର ୪୮ତମ ସ୍ୱନକ୍ଷତ୍ର ଉତ୍ସବ by Proprietor Abhimanyu Maharana August 30, 2026 ସରେଇକେଲା ବୁଢ଼ୀ ମାଁ ମନ୍ଦିର ସମ୍ମୁଖରେ ସଡ଼କ ଦୁର୍ଘଟଣାର ସିରିଜ୍ ଥମିବାର ନାଁ ନେଉନାହିଁ by Proprietor Abhimanyu Maharana August 30, 2026 ଏମ୍ଏମ୍ଡିଆର୍ ପ୍ରସଙ୍ଗ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା ୧୦ ପ୍ରଶ୍ନର ଜବାବ୍ ମାଗିଲେ - ଅରୁଣ by Proprietor Abhimanyu Maharana August 30, 2026 କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ତରଫରୁ ରକ୍ତଦାନ ଉତ୍ସବ-୨୦୨୬ : ୨୮୬ ୟୁନିଟ ରକ୍ତ ସଂଗ୍ରହ by Proprietor Abhimanyu Maharana August 30, 2026 ନୟାଗଡ଼ରେ ଜାତୀୟ କ୍ରୀଡ଼ା ଦିବସ-୨୦୨୬ ପାଳିତ by Proprietor Abhimanyu Maharana August 30, 2026