କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ଚର୍ଚାରେ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ନିଜ କାର୍ଯ୍ୟାଳୟର କର୍ମଚାରୀ ଏବଂ ସର୍ବୋପରି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଜଣେ ଆଇନଜୀବୀଙ୍କୁ ନିଜ ଚାମ୍ବର ଭିତରେ ଦୁବ୍ୟବହାର କରିଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି। ଲୋକଙ୍କୁ ଦୁବ୍ୟବହାର କରୁଛନ୍ତି ଉପଜିଲ୍ଲାପାଳ ଅରୁଣ କୁମାର ନାୟକ । ଓଡ଼ିଶା ହାଇକୋର୍ଟର ଆଇନଜୀବୀ ଲଳିତମାଧବ ଦତ୍ତ। ଘଟଣାନୁଯାୟୀ ଆଇନଜୀବ ଜୀବୀ ଲଳିତମାଧବ ଦତ୍ତ ଏକ ପିଟିସନ୍ ଅଗଷ୍ଟ ୨୧ରେ ଉପ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନ୍ଲାଇନ୍ ମାଧ୍ଯମରେ ଦାଖଲ କରିଥିଲେ।
କେନ୍ଦ୍ରାପଡା ତହସିଲ ଶ୍ୟାମଗୁଡିଆ ମୌଜା ଖାତା ନଂ ୨୪୪୧/୨୩୧୮, ପ୍ଲଟ ନଂ -୧୦୨୧/୮୩୪୯ ୧ ଏକର ୨୪ ଡିସିମିଲ୍ ଜମିରୁ ୨୪ ଡିସିମିଲ୍ ଜମିରେ ଘରବାରିରେ କନ୍ଭରସନ୍ ହୋଇସାରିଥିବାବେଳେ ଅବଶିଷ୍ଟ ୧ ଏକକରୁ କନ୍ଭରସନ୍ ନିମନ୍ତେ ଦରଖାସ୍ତ କରିଥିଲେ । ସରକାରୀ ନିୟମାନୁଯାୟୀ ଅନ୍ଲାଇନ୍ ଦରଖାସ୍ତର ୬୦ ଦିନ ଭିତରେ ଏହି ମାମଲାର ଫଇସଲା ହେବାର ନିୟମ ଥିବାବେଳେ ୩ ମାସ ପରେ ଏହାର ଫଇସଲା ନ ହେବାରୁ ଆଇନଜୀବୀ ଉପଜିଲ୍ଲାପାଳଙ୍କୁ ଚଳିତ ମାସ ୧୦ରେ ଭେଟିଥିଲେ। ପରେ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଆଇନଜୀବୀ ଶ୍ରୀ ଦତ୍ତ ୧୬ରେ ଜିଲ୍ଲାପାଳଙ୍କୁ ଭେଟି ଏ ବିଷୟରେ ଅବଗତ କରାଇଥିଲେ।
