ପ୍ରାଧ୍ୟାପକ ମନୋଜ ମହାପାତ୍ରଙ୍କୁ ଦେଓଝର ସାହିତ୍ୟ ସମ୍ମାନ

ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବାଙ୍କୀ ଅଞ୍ଚଳର କବି ତଥା ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ରଙ୍କୁ ନରସିଂହପୁରସ୍ଥ ଚମ୍ପେଶ୍ୱର ଠାରେ ଆୟୋଜିତ ଦେଓଝର ସାହିତ୍ୟ ଆସର ତରଫରୁ ଦେଓଝର ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମାଜସେବୀ ପ୍ରଦୀପ ପଟ୍ଟନାୟକ,ମୁଖ୍ୟବକ୍ତା ଭାବେ ଶକ୍ତିପ୍ରସାଦ ମିଶ୍ର, ସମ୍ମାନିତ ଅତିଥିଭାବେ ନରସିଂହପୁର ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ କୁଳମଣି ବାରିକ , କବି ରବିନାରାୟଣ ମଙ୍ଗରାଜ ଓ ଦେଓଝର ସାହିତ୍ୟ ସଂସଦର ସଂପାଦକ କବି ଦେବଦତ୍ତ ମଳୟ କୁମାର ବରାଳ ଉପସ୍ଥିତ ରହି ପ୍ରାଧ୍ୟାପକ ମହାପାତ୍ରଙ୍କୁ ମାନପତ୍ର , ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Exit mobile version