ରାଜ୍ୟପାଳ ଙ୍କୁ ସାକ୍ଷାତ କଲେ ଶିଶୁ ମଙ୍ଗଳ ସମିତି

ପୁରୀ ଶିଶୁମଙ୍ଗଳ ସମିତି ଅଧ୍ୟକ୍ଷ ଅଜିତ୍ କୁମାର ମହାପାତ୍ର, ସଦସ୍ୟ ଉପେନ୍ଦ୍ର ବିଶ୍ଵାଳ, ରୁଦ୍ଧିସୁନ୍ଦର ମିଶ୍ର, ଦେବଯାନୀ ହିମାଂଶୁ ଓ ଲକ୍ଷ୍ମୀପ୍ରିୟା ପାତ୍ର।

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ପୁରୀ ଶିଶୁମଙ୍ଗଳ ସମିତି ସହିତ ରାଜ୍ୟପାଳ ଡ ହରିବାବୁ କମ୍ଭମପଟି ସାକ୍ଷାତ କରିଛନ୍ତି । ଗତକାଲି ରାଜ ଭବନରୁ ଡାକରା ପାଇବା ପରେ ପୁରୀ ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ଅଜିତ୍ କୁମାର ମହାପାତ୍ର, ସଦସ୍ୟ ଉପେନ୍ଦ୍ର ବିଶ୍ଵାଳ, ରୁଦ୍ଧିସୁନ୍ଦର ମିଶ୍ର, ଦେବଯାନୀ ହିମାଂଶୁ ଓ ଲକ୍ଷ୍ମୀପ୍ରିୟା ପାତ୍ର ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ।ଶିଶୁ ମାନେ ଆମର ଭବିଷ୍ୟତ ଓ ଦେଶର ଆଗାମୀ କାଲି ର ସମ୍ବଳ । ସେମାନଙ୍କ ସୁରକ୍ଷା, ସର୍ବାଙ୍ଗୀନ ବିକାଶ ଓ ପ୍ରତିଭା ର ଉନ୍ମେଷ କ୍ଷେତ୍ରରେ ଶିଶୁ ମଙ୍ଗଳ ସମିତି ସହାୟକ ହେବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ପୁରୀ ଶିଶୁମଙ୍ଗଳ ସମିତି ସର୍ବ ଭାରତୀୟ ସ୍ତରରେ ଦୁଇ ଦୁଇ ଥର ପୁରସ୍କୃତ ହୋଇଥିବାରୁ ରାଜ୍ୟପାଳ ଅଭିନନ୍ଦନ ଜଣାଇଥିଲେ ।

Exit mobile version