ରକ୍ତ ଦାନ ଦେଇ ମହତ୍ କାର୍ଯ୍ୟରେ ସହଯୋଗ କଲେ ମାଁ ଦୁଆରସନି ୟୁଥ୍ କ୍ଲବ୍ ସଦସ୍ୟ

ବେଲପଡ଼ା (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ତୁରେକେଲା ବ୍ଲକ ହିଆଲ ପଞ୍ଚାୟତ ଦାବ୍ରି ଗାଁର ମାଁ ଦୁଆରସନି ୟୁଥ୍ କ୍ଲବ୍ ର ସଦସ୍ୟ ଜିତେନ୍ଦ୍ର ଚନ୍ଦନ ରକ୍ତ ଦାନ କରିଛନ୍ତି। ଦାବ୍ରି ଗାଁର ୧୬ ବର୍ଷୀୟ ଝିଅ ରଜନୀ ମହାନନ୍ଦଙ୍କ ନିମନ୍ତେ ତାଙ୍କ ବାପା ଶଙ୍କର ମହାନନ୍ଦ ୨ ଦିନ ହେବ ବ୍ଲଡ ପାଇଁ ଅନେକ ଲୋକଙ୍କୁ ଯୋଗା ଯୋଗ କରି ସାରିଥିଲେ। ହେଲେ ରକ୍ତ ନ ପାଇବାରୁ ହତାଶ ହୋଇ ପଡ଼ିଥିଲେ। ଖବର ପାଇ ଦାବ୍ରି ଗାଁର ମାଁ ଦୁଆରଶନି ୟୁଥ୍ କ୍ଲବ୍ ର ସଦସ୍ୟ ଜିତେନ୍ଦ୍ର ଚନ୍ଦନ କଣ୍ଟାବାଞ୍ଜି ବ୍ଲଡ଼ ବ୍ୟାଙ୍କ କୁ ଯାଇ ନିଜ ରକ୍ତ ଦାନ କରିଥିଲେ ।

ରକ୍ତ ଦାନ ଦେବା ସମୟ ରେ ଦୁଆରଶନି NA ୟୁଥ୍ କ୍ଲବ୍ ର ସଭାପତି ରାଜୁ ଛତ୍ରିଆ, ଲାଇବ୍ରେରୀଏନ୍ ଦୁଃଖନାଶନ ମଲ୍ଲିକ, ଏକ୍ଟିଭ ମେମ୍ବର ବିଷ୍ଣୁ ଗହିର, ହିଆଲ ପଞ୍ଚାୟତ ସମିତି ସଭ୍ୟ ନବୀନ ଭୋଇ, ସମାଜ ସେବୀ ଷ୍ଟାମ୍ପ ଭେଣ୍ଡର ଜିତୁ ସୁନା, ବିଜୁ ପଟ୍ଟନାଏକ ରକ୍ତ ଭଣ୍ଡାର ପ୍ରଶାନ୍ତ ସାହୁ, ଜୟକାନ୍ତି ଚନ୍ଦନ, ସଏବାଲ୍ ଚନ୍ଦନ, ବିଦୁର ନାଗ, ଶଙ୍କର ମହାନନ୍ଦ ଉପସ୍ଥିତ ଥିଲେ।

ରଜନିଙ୍କ ବାପା ଓ ପରିବାର ଲୋକେ ଏହି ମହତ୍ କାର୍ଯ୍ୟ ପାଇଁ ମାଁ ଦୁଆରସନି ୟୁଥ୍ କ୍ଲବ୍ ର ସମସ୍ତ ସଦସ୍ୟ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।କଣ୍ଟାବାଞ୍ଜି ରକ୍ତ ଭଣ୍ଡାରରେ ରକ୍ତ ନ ଥିବା ଯୋଗୁଁ ପ୍ରତିଦିନ ଲୋକଙ୍କୁ ରକ୍ତ ଅବାଭରୁ ଅନେକ ଦୁରତାରୁ ଆସିକି ହଇରାଣ ହେଉଛନ୍ତି।ସେଥ୍ ପାଇଁ ଆଗାମୀ ମାସରେ ମାଁ ଦୁଆରସନି ୟୁଥ୍ କ୍ଲବ୍ ପକ୍ଷରୁ ବ୍ଲଡ କେମ୍ପ୍ ପାଇ ପ୍ରସ୍ତୁତି ଚାଲିଛି ବୋଲି ସଭାପତି ରାଜୁ ଛତ୍ରିଆ କହିଛନ୍ତି।

Exit mobile version