ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଅଖିଳ ଭାରତ କିଷାନ ସଂଘ (AIKS ) ର ସହବନ୍ଧିତ ଓଡ଼ିଶା ଶାଖା ” ଓଡ଼ିଶା କୃଷକ ସଭା” ର ୨୫ ତମ ରାଜ୍ୟ ସମ୍ମିଳନୀ ର ଖୋଲା ଅଧିବେଶନ ସାଥୀ ଜମ୍ବେଶ୍ଵର ସାମନ୍ତରାୟ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି । ଏହି ପରିପ୍ରେକ୍ଷୀରେ ଥିବା ୧୨ ଘଟିକା ସମୟରେ କୃଷକ ମାନଙ୍କ ର ଏକ ଶୋଭାଯାତ୍ରା ରଣପୁର ନୂଆ ବସଷ୍ଟାଣ୍ଡ ଠାରୁ ବାହାରି ବଜାର ପରିକ୍ରମା କରି ପଞ୍ଚୁଦୋଳ ପଡ଼ିଆ ରେ ଥିଵା ସହିଦ୍ ରଘୁ ଦିବାକର ଙ୍କ ପ୍ରତି ମୂର୍ତ୍ତି ରେ କେନ୍ଦ୍ର ଓ ରାଜ୍ୟ ନେତା ପୁଷ୍ପମାଲ୍ୟ। ଦେଇଥିଲେ ।

ପଞ୍ଚୁଦୋଳ ପଡ଼ିଆ ରେ ଅନୁଷ୍ଠିତ ଖୋଲା ଅଧିବେଶନ ରେ ସଞ୍ଜୁକ୍ତ କିଷାନ ମୋର୍ଚ୍ଚା ର ସର୍ବ ଭାରତୀୟ ସଭାପତି ତଥା ପୂର୍ବତନ ସାଂସଦ ହାନାନ୍ ମୋଲ୍ଲା କେନ୍ଦ୍ର ସରକାର ଙ୍କ ଚାଷୀ ବିରୋଧୀ ନୀତି ର ତୀବ୍ର ସମାଲୋଚନା କରିଥିଲେ। ମୋଦୀ ସରକାର ର ନିର୍ବାଚନ ବେଳର ପ୍ରତିଶ୍ରୁତି ଆଜି ପ୍ରତାରଣା ରେ ପରିଣତ ହୋଇ ଥିଲା ବେଳେ ଚାଷୀ ଆନ୍ଦୋଳନ ବେଳେ ଦେଇଥିବା ପ୍ରତିଶ୍ରୁତି ମଧ୍ଯ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଥିଲେ।
ଲୋକଙ୍କୁ ଭୂୟାଁ ବୁଲାଇ ମୋଦୀ ମନକି ବାତର ଏକ ମିଥ୍ୟା ପ୍ରହସନ ସହ ସାମ୍ପ୍ରଦାୟିକ ଓ ଜାତିଗତ ହିଂସା ସୃଷ୍ଟି କରି ବିଭେଦ ରାଜନୀତି କରି ଚାଲିଛନ୍ତି ବୋଲି କହିଥିଲେ। କୃଷକ ଆଜି ସଙ୍କଟ ଜର୍ଜରିତ ଅବସ୍ଥାରେ ଥିଲାରୁ ଶ୍ରୀ ମୋଲା ଉଦବେଗ ପ୍ରକାଶ କରିଥିଲ । ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ ଓ ରାଜ୍ୟ ସଭାପତି ଜମ୍ବେଶ୍ଵର ସାମନ୍ତରାୟ ସମ୍ମିଳନୀ ଆଲୋଚନା ହେବାକୁ ଥିବା କୃଷକ ସମସ୍ୟା ଓ ତାର ସମାଧାନ, ଭାଗଚାଷୀ ଆଇନ୍,