Home ଓଡ଼ିଶା ସରକାରୀ ବାମନ ଉଚ୍ଚ ବିଦ୍ୟାଳୟରେ ନାହିଁ – ସାଇକେଲ ଷ୍ଟାଣ୍ଡ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବୋଲଗଡ଼ ଶିକ୍ଷା ବ୍ଲକ ସଦର ମହକୁମାରେ ଅବସ୍ଥିତ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୬୦୦ ଜଣ ଛାତ୍ରଛାତ୍ରୀମାନେ ଶିକ୍ଷାଅଧ୍ୟୟନ କରୁଅଛନ୍ତି ! ସରକାରୀ ବାମନ ଉଚ୍ଚ ବିଦ୍ୟାଳୟ ୬୦ବର୍ଷର ସର୍ବ ପୁରାତନ ଶିକ୍ଷା ଅନୁଷ୍ଠାନ ଅଟେ ! ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦ୍ୱାରା ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଜନ କଲ୍ୟାଣ ସଚେତନତା କାର୍ଯ୍ୟକ୍ରମ ସରକାରୀ ବାମନ ହାଇସ୍କୁଲ ପରିସରରେ କରାଯାଉଅଛି ! ଏହି କାର୍ଯ୍ୟକ୍ରମ ଗୁଡିକରେ ବୋଲଗଡ଼ ଶିକ୍ଷା ବ୍ଲକ ଅନ୍ତର୍ଗତ ୨୮ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଉଅଛନ୍ତି ! ସରକାରୀ ବାମନ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କର ସାଇକେଲ ସୁରକ୍ଷା ପାଇଁ ବୋଲଗଡ଼ ବ୍ଲକ ପ୍ରଶାସନ ୩୦ହଜାର ଟଙ୍କା ଅର୍ଥ ରାଶି ଯୋଗାଇଦେଇଥିଲେ ! କିନ୍ତୁ ଆଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କର ସଇକେଲ ସୁରକ୍ଷା ପାଇଁ ଏକ ସ୍ଥାୟୀ ସାଇକେଲ ଷ୍ଟାଣ୍ଡ ନିର୍ମାଣ କରାଯାଇ ପାରିନାହିଁ ! ଫଳରେ ଛାତ୍ରଛାତ୍ରୀମାନେ ପ୍ରତିଦିନ ସେମାନଙ୍କର ସାଇକେଲକୁ ବିଦ୍ୟାଳୟ ପରିସରରେ ଏଣେ ତେଣେ ରଖୁଅଛନ୍ତି ! ଫଳରେ ବହୁ ସମୟରେ ଅଧିକାଂଶ ଛାତ୍ର ଛାତ୍ରୀମାନଙ୍କର ନୂତନ ସାଇକେଲ ଚୋରି ହୋଇଯାଉଅଛି ! ଏ ସମ୍ପର୍କରେ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପୀତବାସ ଲେଙ୍କାଙ୍କୁ ପଚାରିବାରୁ ସେ କହିଲେ ମୁଁ ଏସମ୍ପର୍କରେ କୌଣସି ସଠିକ ଉତ୍ତର ଦେଇପାରିବି ନାହିଁ ! ତେଣୁ ବୋଲଗଡ଼ ବ୍ଲକ ପ୍ରଶାସନ ଓ ସରକାରୀ ବାମନ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ମିଳିତ ଭାବେ ଛାତ୍ରଛାତ୍ରୀମାନଙ୍କର ସାଇକେଲ ସୁରକ୍ଷା ନିମନ୍ତେ ବିଦ୍ୟାଳୟ ପରିସରରେ ଏକ ନୂତନ ସାଇକେଲ ଷ୍ଟାଣ୍ଡ ନିର୍ମାଣ କରିବାକୁ ସମସ୍ତ ଅଭିଭାବକ, ବୁଦ୍ଧିଜୀବୀ, ଶିକ୍ଷାବିତ ଓ ସାମ୍ବାଦିକମାନେ ଅନୁରୋଧ କରିଅଛନ୍ତି ! Categories: ଓଡ଼ିଶା, ଖୋର୍ଦ୍ଧା, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ by Proprietor Abhimanyu Maharana August 30, 2026 ଆଦିବାସୀ ମହାବିଦ୍ଯାଳୟର ୪୮ତମ ସ୍ୱନକ୍ଷତ୍ର ଉତ୍ସବ by Proprietor Abhimanyu Maharana August 30, 2026 ସରେଇକେଲା ବୁଢ଼ୀ ମାଁ ମନ୍ଦିର ସମ୍ମୁଖରେ ସଡ଼କ ଦୁର୍ଘଟଣାର ସିରିଜ୍ ଥମିବାର ନାଁ ନେଉନାହିଁ by Proprietor Abhimanyu Maharana August 30, 2026 ଏମ୍ଏମ୍ଡିଆର୍ ପ୍ରସଙ୍ଗ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା ୧୦ ପ୍ରଶ୍ନର ଜବାବ୍ ମାଗିଲେ - ଅରୁଣ by Proprietor Abhimanyu Maharana August 30, 2026 କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ତରଫରୁ ରକ୍ତଦାନ ଉତ୍ସବ-୨୦୨୬ : ୨୮୬ ୟୁନିଟ ରକ୍ତ ସଂଗ୍ରହ by Proprietor Abhimanyu Maharana August 30, 2026 ନୟାଗଡ଼ରେ ଜାତୀୟ କ୍ରୀଡ଼ା ଦିବସ-୨୦୨୬ ପାଳିତ by Proprietor Abhimanyu Maharana August 30, 2026