Home ଓଡ଼ିଶା ବିଲକୁ ଯାଉଥିବା ବେଳେ ଶୁଖିଲା ଗଛର ଗଣ୍ଡି ପଡି ଯୁବକ ମୃତ by Proprietor Abhimanyu Maharana 10 months ago Share on FacebookShare on TwitterWhatsapp ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ଜୀବନ ଗୋଟେ ପାଣି ଫୋଟକା ଭଳି ମୃତ୍ୟୁ କେମିତି ଆସିବ କେହି ଆକଳନ କରିପାରିବେ ନାହିଁ l ସାଙ୍ଗ ହୋଇ ବିଲକୁ ଯାଉଥିବା ସମୟରେ ବାଟରେ ଜଗିଥିଲା ଯମ l ଶେଷରେ ମୃତ୍ୟୁ ସହ ସଂଗ୍ରାମ କରି ଜୀବନ ହାରିଲା l ଏମିତି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ସ୍ଥିତ ରାମଗିରି ଠାରେ l ଘଟଣା ପ୍ରକାରେ ରାମଗିରି ଗ୍ରାମର ପାତ୍ରସାହି ର ସ୍ବର୍ଗତ ବାବୁଲା ପାଇକ ଙ୍କ ପୁଅ ସୁମନ ପାଇକ ( କାଳିଆ ) ବୟସ ୧୯ ବର୍ଷ ଆଜି ସକାଳ ୧୧ ଘଣ୍ଟା ସମୟ ରେ ୫ ଜଣ ସାଙ୍ଗ ହୋଇ ବାଟମାଙ୍ଗଳା ନିକଟରେ ଥିବା ବିଲକୁ ଯାଉଥିବା ସମୟରେ ବାଟ ମଙ୍ଗଳା ମନ୍ଦିର ଛକ ରାସ୍ତା ପାର୍ଶ୍ୱରେ ଥିବା ବିରାଟ କାୟ ଶୁଖିଲା ଆମ୍ବ ଗଛର ଏକ ଗଣ୍ଡି ପୁଆ ସହ ସେମାନଙ୍କ ଉପରେ ପଡିଥିଲା ଯାହା ଫଳରେ ସୁମନ ର ମୁଣ୍ଡରେ ଗଭୀର ଆଘାତ ହୋଇ ପ୍ରବଳ ରକ୍ତ ବୋହିଥିଲା ଏବଂ ଅନ୍ୟ ମାନଙ୍କୁ ସାମାନ୍ୟ ଆଘାତ ଲାଗିଥିଲା l ସଙ୍କଟାପୂର୍ଣ୍ଣ ଅବସ୍ଥାରେ ଥିବା ସୁମନକୁ ସଙ୍ଗେ ସଙ୍ଗେ ସେମାନେ ଜଣକ ମୋଟର ସାଇକେଲ ଯୋଗେ ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆଣିଥିଲେ l ଡାକ୍ତର ତାପସ ରଞ୍ଜନ ପଣ୍ଡା ସୁମନର ମୁଣ୍ଡରେ ଗଭୀର ଆଘାତ ଓ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ଦେଖି ପ୍ରାଥମିକ ଚିକିତ୍ସା କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରିଥିଲେ l ହେଲେ ଅତି ଦୁଃଖର ବିଷୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଯିବା ପୂର୍ବରୁ ସୁମନର ପ୍ରାଣବାୟୁ ଉଡିଯାଇଥିଲା l ପିଲାଟି ଦିନରୁ ବାପାକୁ ହରେଇ ଥିଲା ମାଆ ଅନ୍ୟତ୍ର ବିବାହ କରି ଚାଲିଗଲା ମାଉସି ପାଖରେ ରହି ଗେଲ ବସରରେ ବଢିଥିଲା l ଦିନମଜୁରିଆ ଓ ଗରିବ ଶ୍ରେଣୀ ର ହୋଇଥିବାରୁ ପରିବାର ଚଲେଇବା କଷ୍ଟ ସାଧ୍ୟ ହେଲେ ମଧ୍ୟ ସୁମନ ର ସବୁ ଅଭିଳାଷ ପୂରଣ କରୁଥିଲେ l ସୁମନ ର ମୃତ୍ୟୁ ଖବର ଶୁଣୀ ସମ୍ପୂର୍ଣ୍ଣ ଭାଙ୍ଗିପଡିବା ସହ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ଘଟଣା କୁ ନେଇ ପାତ୍ରସାହି ବାସି ଥାନା ଅଧିକାରୀ ଡି. ଗଜପତି ଦୋରାଙ୍କ ସହ ଯୋଗାଯୋଗ କରି ଏ ନେଇ ରାମଗିରି ଥାନାରେ ୭/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଏ ଏସ ଆଇ କେ. ଶଙ୍କର ତଦନ୍ତ କରଛନ୍ତି । Categories: ଓଡ଼ିଶା, ଗଜପତି, ହୋମ୍ Related Content ସରକାର ଶିକ୍ଷାର କଣ୍ଠରୋଧ ନ କରି ସମସ୍ୟା ସମାଧାନରେ ସହାୟକ ହୁଅନ୍ତୁ : ସମନ୍ୱୟ ସମିତି by Proprietor Abhimanyu Maharana August 30, 2026 ଫଟୋ ସାମ୍ବାଦିକତା ଜଗତରେ ଅନୀଲ ବାବୁଙ୍କ ଅବଦାନ ଅତୁଳନୀୟ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି by Proprietor Abhimanyu Maharana August 30, 2026 ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳରେ ଜାତୀୟ କ୍ରୀଡ଼ା ଦିବସ ପାଳିତ by Proprietor Abhimanyu Maharana August 30, 2026 ଆଦିବାସୀ ମହାବିଦ୍ଯାଳୟର ୪୮ତମ ସ୍ୱନକ୍ଷତ୍ର ଉତ୍ସବ by Proprietor Abhimanyu Maharana August 30, 2026 ସରେଇକେଲା ବୁଢ଼ୀ ମାଁ ମନ୍ଦିର ସମ୍ମୁଖରେ ସଡ଼କ ଦୁର୍ଘଟଣାର ସିରିଜ୍ ଥମିବାର ନାଁ ନେଉନାହିଁ by Proprietor Abhimanyu Maharana August 30, 2026 ଏମ୍ଏମ୍ଡିଆର୍ ପ୍ରସଙ୍ଗ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା ୧୦ ପ୍ରଶ୍ନର ଜବାବ୍ ମାଗିଲେ - ଅରୁଣ by Proprietor Abhimanyu Maharana August 30, 2026