ପବିତ୍ର ନାଗ ଚତୁର୍ଥୀରେ ନାଗ ଦେବତାଙ୍କୁ ପୂଜା ଅର୍ଚ୍ଚନା

ରଣପୁର (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ନୟାଗଡ ଜିଲ୍ଲା ଅନ୍ତର୍ଗତ ରଣପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ନାଗଲ ଚତୁର୍ଥୀ ପାଳନ କରାଯାଇଛି । ବିଶେଷ କରି ନାଗଲ ଚତୁର୍ଥୀ ବ୍ରତ ରେ ଚଉରା ମୂଳରେ ଉଈ ହୁଙ୍କା ରଖି କ୍ଷୀର ଘୃତ ମହୁ ପୁଷ୍ପ ଇତ୍ୟାଦି ଦେଇ ନାଗ ଦେବତାଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି ।ମହିଳା ମାନେ ଏହି ବ୍ରତକୁ ଅତି ନିଷ୍ଠାର ସହିତ ପାଳନ କରିଥାନ୍ତି । ମହିଳା ମାନେ ସନ୍ତାନ ମାନଙ୍କ ସୁସ୍ଥତା ଓ ଦୀର୍ଘ ଆୟୁ କାମନା କରି ପୂଜା ଅର୍ଚ୍ଚନା କରିଥାନ୍ତି ।କଥାରେ ଅଛି ଶସ୍ୟ ଅମଳ ରେ ନାଗ ଦେବତାଙ୍କୁ ପୂଜା ଅର୍ଚ୍ଚନା କରି ସନ୍ତୁଷ୍ଟ କରିପାରିଲେ ନାଗ ଦଂଶନରୁ ରକ୍ଷା ମିଳେ । ଏହି ବିଶ୍ୱାସରେ ମହିଳା ମାନେ ଏକାଠି ହୋଇ ନିଷ୍ଠାର ସହିତ ହୁଙ୍କା ସମ୍ମୁଖ ରେ ପୂଜା ଅର୍ଚ୍ଚନା କରି ନାଗ ଦେବତାଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିବା ଦେଖିବାକୁ ମିଳିଛି ।

Exit mobile version