Home ଓଡ଼ିଶା ମଣ୍ଡଳସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଉଦଯାପିତ by Proprietor Abhimanyu Maharana 12 months ago Share on FacebookShare on TwitterWhatsapp ସମସ୍ତ କ୍ରୀଡା ଶାରୀରିକ ବିକାଶରେ ସହାୟକ ହୋଇଥାଏ ବୋଲଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) ନି.ପ୍ର :- ବୋଲଗଡ଼ ଶିକ୍ଷା ବ୍ଲକ ଗୋପାଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେଉଳିଗ୍ରାମସ୍ଥିତ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରବୀନ୍ଦ୍ରକୁମାର ବେହେରାଙ୍କ ଆବାହକତ୍ୱରେ ମଣ୍ଡଳସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଶୁକ୍ରବାର ଦିନ ବିଦ୍ୟାଳୟ ପରିସରରେ ଉଦଯାପିତ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁକାନ୍ତି ଦେଇଙ୍କ ସଭାପତିତ୍ୱରେ ମୁଖ୍ୟତିଅଥିଭାବେ ବୋଲଗଡ଼ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ, ମୁଖ୍ୟବକ୍ତା ଭାବେ ବ୍ଲକ ଉପାଧ୍ୟାକ୍ଷା ରମେଶ ଚନ୍ଦ୍ର ସାହୁ,ଓ ସଂମ୍ମାନିତ ଅତିଥିଭାବେ ଗୋପାଳପୁର ଗ୍ରାମପଞ୍ଚୟତ ସରପଞ୍ଚ ପ୍ରଦୀପ କୁମାର ବାରିକ, ପ୍ରାକ୍ତନ ସହଗୋଷ୍ଠୀ ଶିକ୍ଷାଧିକାରୀ ପଦ୍ମ ଚରଣ ବେହେରା, ପ୍ରାକ୍ତନ କ୍ରୀଡା ଶିକ୍ଷକ ତଥା ଉପଦେଷ୍ଠା ଜୟରାମ ଦାସ,ପ୍ରାକ୍ତନ କ୍ରୀଡା କମିଟିର ଉପଦେଷ୍ଠା ଗୋପାଳ ଚନ୍ଦ୍ର ମହାନ୍ତି,ପଞ୍ଚସଖା ଶିକ୍ଷାସେତୁ ସଂଗଠନର ଅଧକ୍ଷ ପ୍ରଶାନ୍ତ ଚନ୍ଦ୍ର ନାୟକ,ବ୍ଲକ କ୍ରୀଡା ସମ୍ପାଦକ ଅଭିଷେକ ମହାନ୍ତି, ମୁଖ୍ୟମନ୍ତ୍ରୀ ପୁରସ୍କୃତ ପ୍ରାପ୍ତ କ୍ରୀଡା ଶିକ୍ଷକ ମାନସ କୁମାର ବେହେରା, ପ୍ରାକ୍ତନ ଶାରୀରିକ ଶିକ୍ଷକ ତଥା ପ୍ରlଣପ୍ରତିଷ୍ଠାତା ସୁବାଷ ଚନ୍ଦ୍ର ମହାପାତ୍ର ,ବିଦ୍ୟାଳୟର ଭୀଷ୍ମ ପିତାମହ ପ୍ରଭାତ କୁମାର ଦାସ ଓ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସୁରେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ଜଗତର ନାଥ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ ! କାଯ୍ୟକ୍ରମର ସଂଯୋଜକ ସୀତାକାନ୍ତ ମିଶ୍ର ସ୍ୱାଗତ ଭାଷଣ ସହ ଅତିଥିପରିଚୟ ପ୍ରଦାନ କରିଥିଲେ ! ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ ! ଏହି ମଣ୍ଡଳସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତାରେ ୨୮ଟି ଉଚ୍ଚ ବିଦ୍ୟାଳୟର ସମୁଦାୟ ୨୫୦ଜଣ ପ୍ରତିଯୋଗୀ ୧୬ଟି ଖେଳକୁଦ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ !ସେମାନଙ୍କ ମଧ୍ୟରୁ ୨୮ଜଣ କୃତୀ ପ୍ରତିଯୋଗୀ ଖୋର୍ଦ୍ଧା ଜିଲ୍ଲା ସମୂହ କ୍ରୀଡା ପ୍ରତିଯୋଗିତାକୁ ଉର୍ତ୍ତିନ୍ନ ହୋଇପାରିଛନ୍ତି ! ସମସ୍ତ କ୍ରୀଡା ପ୍ରତିଯୋଗିତା ଗୁଡିକୁ ଖେଳଶିକ୍ଷକ ଭାଗବତ ପ୍ରସାଦ ପାଣ୍ଡେ, ସତ୍ୟବ୍ରତ ନାୟକ, ଦେବାଶିଷ ସାମନ୍ତ, ଅକ୍ଷୟ କୁମାର ପ୍ରଧାନ ଓ ସୁଶାନ୍ତ କୁମାର ସାହୁ ପ୍ରମୁଖ ସହଯୋଗକରି ଖେଳ ପରିଚାଳନା କରିଥିଲେ ! କୃତୀ ପ୍ରତିଯୋଗିମାନଙ୍କୁ ସମସ୍ତ ନିମନ୍ତ୍ରିତ ଅତିଥିମାନେ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ ! ସମସ୍ତ କ୍ରୀଡା ପ୍ରତିଯୋଗିତା ମନୁଷ୍ୟର ଶାରୀରିକ ବିକାଶରେ ସହାୟକ ହୋଇଥାଏ ବୋଲି ମୁଖ୍ୟଅତିଥି ପ୍ରମୋଦ କୁମାର ସ୍ୱାଇଁ ମତପ୍ରକାଶ କରିଥିଲେ ! ପରିଶେଷରେ ଶିକ୍ଷକ ପ୍ରଭାସ କୁମାର ପୃଷ୍ଟି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ! Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ "ସୁରଭି-୨୦୨୬" ଉଦଯାପିତ by Proprietor Abhimanyu Maharana October 15, 2026 ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ by Proprietor Abhimanyu Maharana October 15, 2026 Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026 ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026 Mass Rally for ADHD Awareness by Proprietor Abhimanyu Maharana October 15, 2026