
ଓଡ଼ିଶା ତାଜା ନ୍ୟୁଜ (୧୪ ସେପ୍ଟେମ୍ବର ସୋମବାର ) ଅତାବିରା :- ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଲୁଣ୍ଡା ଗ୍ରାମର ରତ୍ନାବତୀ ପ୍ରଧାନଙ୍କ ଚିକିତ୍ସା ନିମନ୍ତେ ପ୍ରଥମ ମାସର ଔଷଧ ପ୍ରଦାନ କରିଛନ୍ତି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ.ଏନେଇ ବିଧାୟିକା ଶ୍ରୀମତୀ ଛୁରିଆ ନିଜେ ତାଙ୍କ ଘରକୁ ଯାଇଥିଲେ ଏବଂ ରତ୍ନାବତୀଙ୍କ ଚଳିତ ମାସ ପାଇଁ ଦିଲ୍ଲୀରୁ ମାଗେଇଇଥିବା ଔଷଧ କୁ ପ୍ରଦାନ କରିବା ସହ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ.
ଏହାଛଡା ଆଗାମୀ ଦିନରେ ମଧ୍ୟ ସମସ୍ତ ପ୍ରକାର ସହାୟତା ଯୋଗେଇବା ପାଇଁ ନିର୍ଭରଯୋଗ୍ୟ ପ୍ରତିଶୃତି ପ୍ରଦାନ କରିଥିଲେ.ଏଠାରେ ପ୍ରକାଶ ଥାଉକି ରତ୍ନାବତୀ ଜଣେ ଗରୀବ ମଧ୍ୟବିତ୍ତ ପରିବାରର ଝିଅ ,ଗତ ୨୦୧୮ ମସିହାରୁ ତାଙ୍କ ଫୁସଫୁସ ଜନିତ କର୍କଟ ରୋଗ ଚିହ୍ନଟ ହେବାପରେ ପରିବାର ଭାଙ୍ଗିପଡିଥିଲେ ପ୍ରଥମେ ବରଗଡ଼ ଜିଲ୍ଲାପ୍ରଶାସନ ତରଫରୁ ସହାୟତା ପାଇ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଚିକିତ୍ସା ଲାଭ କରୁଥିଲେ କିନ୍ତୁ ବ୍ୟୟବହୁଳ ଔଷଧ ଖର୍ଚ୍ଚ ତାଙ୍କ ପରିବାରର ଚିନ୍ତା ବଢ଼େଇ ଦେଇଥିଲା.
ତାଙ୍କୁ ମାସିକ ଏକଲକ୍ଷ ରୁ ଅଧିକ ଟଙ୍କାର ଔଷଧ ଖାଇବାକୁ ପଡ଼ିବ ବୋଲି ଡାକ୍ତର ପରାମର୍ଶ ଦେବାପରେ ପରିବାର ସମ୍ପୂର୍ଣ୍ଣ ରୂପେ ଅସମର୍ଥ ହୋଇ ଭାଙ୍ଗିପଡିଥିଲେ.ଏହି ଘଟଣା ଜାଣିବା ପରେ ସ୍ଥାନୀୟ ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ତାଙ୍କ ଘରକୁ ଯାଇ ପାଞ୍ଚ ମାସର ଚିକିତ୍ସା ଖର୍ଚ୍ଚ ବହନ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ ଏବଂ ତାହା ପୂରଣ ମଧ୍ୟ କରିଆସୁଛନ୍ତି.ବିଧାୟିକାଙ୍କ ଏହି ପଦକ୍ଷେପ ଜଣେ ଅସହାୟ ପରିବାର ମୁହଁରେ ହସ ଫୁଟେଇବା ସହ ରତ୍ନାବତୀଙ୍କ ପାଇଁ ଏକ ନୂତନ ଆଶାର ସଞ୍ଚାର କରିଛି.ଏହି ମହତ କାମ ପାଇ ବିଧାୟିକାଙ୍କୁ ବିଭିନ୍ନ ମହଲରୁ ପ୍ରସଂନ୍ସା ର ସୁଅ ଛୁଟୁଛି. (ରିପୋର୍ଟ -ସତ୍ୟ ନାରାୟଣ ପ୍ରଧାନ)
